ବିଶ୍ବକପ୍‌ରେ ବଡ଼ ବିପର୍ଯ୍ୟୟ, ଅଲିମ୍ପିକ୍ସ ବିଜେତା ଆର୍ଜେଣ୍ଟିନାକୁ ହରାଇଲା ଫ୍ରାନ୍ସ ନ୍ୟୁଜିଲାଣ୍ଡ ସହ ଅମୀମାଂସିତ ରଖି ସ୍ପେନର ବିଦାୟ

1570 34

ଭୁବନେଶ୍ବର: ବଡ଼ ବିପର୍ଯ୍ୟୟ ସହିତ ଓଡ଼ିଶା ପୁରୁଷ ହକି ବିଶ୍ବକପ୍‌ରେ ଗୁରୁବାର ପୁଲ୍ ‘ଏ’ ଲିଗ୍ ପର୍ଯ୍ୟାୟ ଶେଷ ହୋଇଛି। ରିଓ ଅଲିମ୍ପିକ୍ସ ବିଜେତା ତଥା ବିଶ୍ବ ମାନ୍ୟତାର ୨ ନମ୍ବର ଦେଶ ଆର୍ଜେଣ୍ଟିନାକୁ ଚଳିତ ବିଶ୍ବକପ୍‌ର ସବୁଠୁ ନିମ୍ନମାନ୍ୟତାପ୍ରାପ୍ତ ଫ୍ରାନ୍ସ (୨୦ ନମ୍ବର) ୫-୩ ଗୋଲରେ ହରାଇ ଦେଇଛି। ପରାଜୟ ସତ୍ତ୍ବେ ଆର୍ଜେଣ୍ଟିନା ପୁଲ୍‌ ଶୀର୍ଷରେ ରହି ସିଧାସଳଖ କ୍ବାର୍ଟରଫାଇନାଲ୍ ଉଠିଛି। ଅନ୍ୟପକ୍ଷରେ ଫ୍ରାନ୍ସ ଏବଂ ନ୍ୟୁଜିଲାଣ୍ଡ୍‌ ସମାନ ୪ ପଏଣ୍ଟ୍‌ ଲେଖାଏଁ ପାଇଥିଲେ ମଧ୍ୟ ଉନ୍ନତ ଗୋଲ୍ ବ୍ୟବଧାନ ଦୃଷ୍ଟିରୁ ଯଥାକ୍ରମେ ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ରହି ସୋମବାରର କ୍ରସ୍ ଓଭର ଖେଳିବା ଯୋଗ୍ୟତା ଅର୍ଜନ କରିଛନ୍ତି। ବିଶ୍ବର ୮ ନମ୍ବର ଦେଶ ସ୍ପେନ ବିଦାୟ ନେଇଛି। ଗୁରୁବାର ରାତିର ଦ୍ବିତୀୟ ମ୍ୟାଚ୍‌ ସବୁଠାରୁ ରୋମାଞ୍ଚକ ଏବଂ ଆକର୍ଷଣୀୟ ଥିଲା। ରିଓ ଅଲିମ୍ପିକ୍ ସ୍ବର୍ଣ୍ଣ ପଦକ ବିଜେତା ଆର୍ଜେଣ୍ଟିନାର ହାଲକା ଖେଳରୁ ଫାଇଦା ଉଠାଇ ପ୍ରଥମ ଦୁଇ କ୍ବାର୍ଟର ନ ସରୁଣୁ ଫ୍ରାନ୍ସ ୩-୦ରେ ଆଗୁଆ ହୋଇଯାଇଥିଲା। ପ୍ରଥମ କ୍ବାର୍ଟର ଗୋଲଶୂନ୍ୟ ବିତିଥିଲା। କିନ୍ତୁ ଦ୍ବିତୀୟ କ୍ବାର୍ଟରରେ ଗୋଲ୍‌ ବର୍ଷା ସହିତ ୫ ଗୋଲ୍‌ ଦେଖିଥିଲେ କଳିଙ୍ଗ ପ୍ରଶଂସକ। ୧୮ତମ ମିନିଟରେ ହ୍ୟୁଗୋ ଜେନ୍‌ଷ୍ଟେଟ୍‌, ୨୩ତମ ମିନିଟର ଭିକ୍ଟର ଚାର୍ଲେଟ, ୨୬ତମ ମିନିଟରେ ଆରିଷ୍ଟାଇନ୍ କୋସିନ, ୩୦ତମ ମିନିଟରେ କାସପାର୍ଟ ବମଗା‌ର୍ଟେନ ଲଗାତାର ୪ ଗୋଲ୍‌ ଦେଇଥିଲେ। ଭିକ୍ଟରଙ୍କ ଗୋଲ୍‌ ପେନାଲଟି କର୍ନରରୁ ଥିବାବେଳେ ଅନ୍ୟ ୩ଟି ଫିଲଡ୍ ଗୋଲ୍‌ ଥିଲା। ମଝିରେ ତଥା ୨୮ତମ ମିନିଟରେ ଲୁକାସ ମାର୍ଟିନେଜଙ୍କ ଫିଲଡ୍‌ ଗୋଲ୍‌ ଆର୍ଜେଣ୍ଟିନାର ଖାତା ଖୋଲିଥିଲା। ଚେତା ପସିବା ପରେ ଆର୍ଜେଣ୍ଟିନା କିନ୍ତୁ ଗର୍ଜିଥିଲା। ତାରକା ଖେଳାଳି ତଥା ପେନାଲଟି କର୍ନର ସ୍ପେଶାଲିଷ୍ଟ ୨୬ ବର୍ଷୀୟ ଗଞ୍ଜାଲୋ ପିଲାଟ ୪୪ ଏବଂ ୪୮ତମ ମିନିଟରେ ଦୁଇଟି ଗୋଲ୍‌ ରୂପାନ୍ତର କରି ଦଳକୁ ପ୍ରତ୍ୟାବର୍ତନ କରାଇଥିଲେ। ଫ୍ରାନ୍ସ ପାଇଁ କିନ୍ତୁ ୫୪ତମ ମିନିଟରେ ଫ୍ରାଙ୍କୋଇସ୍ ଗୟେଟଙ୍କ ଫିଲଡ୍ ଗୋଲ୍ ନିର୍ଣ୍ଣାୟକ ହୋଇଥିଲା। ଫ୍ରାନ୍ସ ୫-୩ରେ ଐତିହାସିକ ବିଜୟ ହାସଲ କରିଥିଲା।

ବୁଧବାର ପ୍ରଥମ ମ୍ୟାଚ୍‌ରେ ଗତି ଓ କୌଶଳର ଚମତ୍କାର ହକି ଦେଖିବାକୁ ମିଳିଥିଲା। ଭାଗ୍ୟ ପରିବର୍ତନ ଓ ପ୍ରତ୍ୟାବର୍ତନର ଉଦାହରଣ ବି ରଖିଥିଲା ଏହି ମ୍ୟାଚ୍। ୫୦ ତମ ମିନିଟ୍ ପର୍ଯ୍ୟନ୍ତ ସ୍ପେନ୍ ୨-୦ରେ ଆଗୁଆ ରହିଥିଲେ ମଧ୍ୟ ପୂରା ୩ ପଏଣ୍ଟ୍‌ ନେବାରେ ସକ୍ଷମ ‌ହୋଇପାରିନଥିଲା। ୫୦ତମ ମିନିଟରେ କଳା ଷ୍ଟିକ୍‌ର ଦେଶ ନ୍ୟୁଜିଲାଣ୍ଡ ପାଇଁ ହେଡେନ୍ ଫିଲିପ୍ସ ଏକ ଚମତ୍କାର ଫିଲଡ୍‌ ଗୋଲ୍‌ ଦେଇଥିଲେ। ୫୬ତମ ମିନିଟରେ ନ୍ୟୁଜିଲାଣ୍ଡ ପାଇଥିବା ପ୍ରଥମ ତଥା ଏକମାତ୍ର ପେନାଲଟି କର୍ନରକୁ କେନ୍ ରସେଲ ଗୋଲରେ ପରିଣତ କରି ଦେଇଥିଲେ। ଶେଷ ୪ ମିନିଟରେ ଏହି ଗୋଲକୁ ରୋକି ନ୍ୟୁଜିଲାଣ୍ଡ୍ ମଧ୍ୟ ୧ ପଏଣ୍ଟ୍ ଛଡ଼ାଇ ନେଇଥିଲା। ଏହା ପୂର୍ବରୁ ପ୍ରଥମ ୩ କ୍ବାର୍ଟର ଭିତରେ ଏକମାତ୍ର ପେନାଲଟି କର୍ନରକୁ ବେକାର କରିଥିଲେ ମଧ୍ୟ ସ୍ପେନ ଦୁଇଟି ସୁନ୍ଦର ସମନ୍ବୟର ଫିଲଡ୍‌ ଗୋଲ୍‌ ଦେଇ ୨-୦ରେ ଆଗୁଆ ରହିଥିଲା। ନବମ ମିନିଟରେ ଆଲବର୍ଟ ବେଲ୍‌ଟ୍ରେନ ଏବଂ ୨୭ତମ ମିନିଟରେ ଆଲଭାରୋ ଇଗଲସିଆସଙ୍କ ଗୋଲ୍‌ ହିଁ ଦଳକୁ ଦୃଢ଼ ସ୍ଥିତି ଦେଇଥିଲା। ଯାହାକି ଶେଷ କ୍ବାର୍ଟରରେ ହାତରୁ ଖସିଯାଇଥିଲା। ମ୍ୟାଚ୍ ୨-୨ ଗୋଲରେ ଶେଷ ‌ହୋଇଥିଲା। ସ୍ପେନର ଯୋସେଫ ରୋମିଓଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ବଲ୍ ନିୟନ୍ତ୍ରଣରେ ସ୍ପେନ (୫୦.୨୫-୪୯.୨୫ %) ଏବଂ ସଠିକତା (୬୮.୧୫-୬୨.୩୫)ରେ ଆଗୁଆ ରହିଥିଲା। ନ୍ୟୁଜିଲାଣ୍ଡ୍‌ କିନ୍ତୁ ଗୋଲ ଆକ୍ରମଣରେ (୮-୬) ଏବଂ ବଳୟ ବିନ୍ଧାଣରେ (୧୪-୧୩)ରେ ଆଗୁଆ ରହିଥିଲା। ପେନାଲଟି କର୍ନର ଅର୍ଜନରେ କିନ୍ତୁ ଉଭୟ ସମାନ (୧-୧) ଥିଲେ। ସ୍ଥୂଳତଃ ଏହି ମ୍ୟାଚ୍ ଫିଲଡ୍ ହକିର ଭରପୁର ମନୋରଂଜନ ଦେଇଥିଲା।

ଗଞ୍ଜାଲୋ ଶୀର୍ଷରେ

ଗୁରୁବାର ଯୁଗଳ ଗୋଲ୍ ଦେବା ସହିତ ଆର୍ଜେଣ୍ଟିନାର ଗଞ୍ଜାଲୋ ପିଲାଟ୍ ୩ ମ୍ୟାଚ୍‌ରୁ ୪ ଗୋଲ୍‌ ସହିତ ବ୍ୟକ୍ତିଗତ ଗୋଲ୍‌ ତାଲିକାରେ ଶୀର୍ଷକୁ ଉଠିଛନ୍ତି। ନେଦରଲାଣ୍ଡର ଜୋରୋନ୍ ହାର୍ଟବର୍ଜର (ହ୍ୟାଟ୍ରିକ୍), ଆର୍ଜେଣ୍ଟିନାର ଅଗଷ୍ଟିନ୍ ମାଜିଲି, ଭାରତର ସିମ୍ରନଜିତ୍ ସିଂହ ୩ ଲେଖାଏଁ ଦେଇ ମିଳିତ ଦ୍ବିତୀୟ ସ୍ଥାନରେ ରହିଛି। ଆର୍ଜେଣ୍ଟିନା (୩)-‌ଫ୍ରାନ୍ସ (୫) ମ୍ୟାଚ୍‌ ଚଳିତ ବିଶ୍ବକପ୍‌ର ସର୍ବାଧିକ ଗୋଲ୍ ଅମଳ ଦେଇଛି। ପୂର୍ବରୁ ନେଦରଲାଣ୍ଡ (୭)-ମାଲେସିଆ (୦)ଏବଂ ଆର୍ଜେଣ୍ଟିନା (୪)-ସ୍ପେନ (୩) ମ୍ୟାଚରୁ ସର୍ବାଧିକ ୭ ଲେଖାଏଁ ଗୋଲ୍‌ ମିଳିଥିଲା।। ସବୁଠାରୁ ଆଶ୍ଚର୍ଯ୍ୟ ହେଉଛି ୨୮ ବର୍ଷ ପରେ ବିଶ୍ବକପ୍ ଆସିଥିବା ଫ୍ରାନ୍ସ ମଧ୍ୟ ଆର୍ଜେଣ୍ଟିନା ବିପକ୍ଷ ନିଜର ବିଶ୍ବକପ୍ ବିଜୟ ଧାରାକୁ ଆଗକୁ ନେଇଛି। ୧୯୭୧, ୧୯୯୦ ପରେ ଏବେ ଅଭୁଲା ହ୍ୟାଟ୍ରିକ୍ କରିଛି।

Related Post

ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିର ବାର୍ଷିକ କ୍ରୀଡ଼ା ମହୋତ୍ସବ

Posted by - December 16, 2022 0
ବେଲଗୁଣ୍ଠା:୧୪/୧୨(ସୁଶାନ୍ତ କୁମାର ବେହେରା ) ବେଲଗୁଣ୍ଠା ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିରର ୨୩ ତମ ବାର୍ଷିକ କ୍ରୀଡା ଉତ୍ସବ ୩ ଦିନ ବ୍ୟାପି ପାଳିତ ହୋଇଯାଇଅଛି।ଉଦଘାଟନୀ ଦିନରେ…

ବୌଦ୍ଧ ଜିଲ୍ଲା କ୍ରିକେଟ ସଙ୍ଘର ନିର୍ବାଚନ ସଭାପତି ଭାବେ ନିରଞ୍ଜନ ମେହେର ଓ ସଂପାଦକ ଯୁଗଳ କିଶୋର ସାମଲ ନିର୍ବାଚିତ

Posted by - May 29, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ଆଜି ବୌଦ୍ଧ ଜିଲ୍ଲା କ୍ରିକେଟ ସଙ୍ଘର ବାର୍ଷିକ ସାଧାରଣ ପରିଷଦ ବୈଠକ ଏବଂ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସଙ୍ଘର ସଭାପତି ଭାବେ ନିରଞ୍ଜନ…

କେନ୍ଦୁପାଟଣାରେ ବ୍ଲକ ସ୍ତରୀୟ ଖେଳ କୁଦ ପ୍ରତିଯୋଗିତା -୨୦୨୨

Posted by - December 18, 2022 0
ଭୁବନେଶ୍ଵର:୧୭/୧୨(ପାୟଲ ରାଉତ ) ବ୍ଲକ ସ୍ତରୀୟ ଖେଳ କୁଦ ପ୍ରତିଯୋଗିତା -୨୦୨୨ ଗତ ଦୁଇ ଦିନ ଧରି ଦାଢ଼ା ଗ୍ରାମ ପଞ୍ଚାୟତ ର ଉତ୍କଳମଣି ଉଚ୍ଚ ବିଦ୍ୟାପୀଠ,କେନ୍ଦୁପାଟଣା…

ଜିଲ୍ଲାସ୍ତରୀୟ ଵାର୍ଷିକ କ୍ରୀଡା ମହୋତ୍ସବ ଉଦଯାପିତ

Posted by - January 30, 2023 0
ଭବାନୀପାଟଣା:୩୦/୧( ନରେନ୍ଦ୍ର ନେଗୀଙ୍କ ସହ ଅର୍ଜୁନ ପଟ୍ଟନାୟକ)ବାର୍ଷିକ କ୍ରୀଡା ଯୋଗୁଁ ଅନେକ ପ୍ରତିଭା ଚିହ୍ନଟ ହେଉଛନ୍ତି, ତେଣୁ ଗ୍ରାମାଞ୍ଚଳର ଗରିବ ଛାତ୍ରଛାତ୍ରୀଙ୍କ ପ୍ରତିଭାକୁ ଜାତୀୟ ସ୍ତରରେ ପହଞ୍ଚାଇବା…

ମା ବସ୍ତ୍ରେନ ଫୁଟବଳ ଟୁର୍ଣ୍ଣାମେଣ୍ଟ,ଚତୁର୍ଥ ଦିବସରେ ଜୁରାବନ୍ଦ ବିଜୟୀ

Posted by - November 11, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ବଙ୍ଗୋମୁଣ୍ଡା ବ୍ଲକ ବେଳପଡା ଗ୍ରାମ ପଞ୍ଚାୟତରହାଇସ୍କୁଲ ଖେଳ ପଡିଆରେ ରୋୟାଲ ଡାଇମଣ୍ଡ ଯୁବକ ସଂଘ ପକ୍ଷରୁ ପରିଚାଳିତ ମା ବସ୍ତ୍ରେନ ଫୁଟବଳ…

There are 34 comments

  1. 12 The inflammation in cellulitis can lead to tissue damage and fibrosis, subsequently affecting interstitial flow, systemic response to infection and bacterial and toxin clearance. doxycycline no prescription us Antibiotics selected should be broad- spectrum, particularly active against S aureus, and capable of achieving high levels in the cerebrospinal fluid.

  2. In patients whose menopausal status is unclear, luteinising hormone LH, follicle stimulating hormone FSH and or oestradiol levels should be measured before initiating treatment with Letrozole 2 stromectol 3mg tablets 4 Implications The types and magnitude of changes in cardiovascular risk factors seen here with tamoxifen are similar to a certain extent with those seen with estrogen supplements

  3. Until new second generation SERMs and aromatase inhibitors are shown to possess better anti cancer abilities than tamoxifen, this drug will remain in wide use, however, we must not overlook its possible rare side effects when to hold lasix The percentages of cells in the G 0 G 1, S, and G 2 M phases of the cell cycle were determined by flow cytometric analyses

Leave a comment

Your email address will not be published.