ଯାଜପୁର ଟାଉନ:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ସଦର ଥାନା ବରୁହାଁ ନିକଟରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନୂଆ ଆଲୋକ ପକ୍ଷରୁ ମାନସିକ ଭାରସାମ୍ୟ ହରାଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ତାର ସେବା କରାଯାଇଛି । ପଚରାଉଚୁରାରୁ ଜଣାପଡିଛି ଯେ ତାଙ୍କ ଘର ଭଦ୍ରକ ଜିଲାରେ ବୋଲି ଜଣାପଡିଛି ।
ଉଦ୍ଧାର ପରେ ତାଙ୍କୁ ନୂତନ ବସ୍ତ୍ର ପିନ୍ଧାଇବା ସହିତ କିଛି ଖାଦ୍ୟ ଖାଇବାକୁ ଦିଆଯାଇଥିଲା । ବ୍ୟକ୍ତି ଜଣଙ୍କୁ ଛତିଆ ସ୍ଥିତ ସେବକ ଆଶ୍ରମରେ ଛାଡିଦିଆଯାଇଛି । ଏହି ଉଦ୍ଧାର ସମୟରେ ଅନୁଷ୍ଠାନର ସଦସ୍ୟ ମାନଙ୍କ ସହିତ ବିଭିନ୍ନ ସ୍ୱେଚ୍ଛାସେବୀ ଉପସ୍ଥିତ ଥିଲେ । ନୂଆ ଆଲୋକ ପକ୍ଷରୁ ଏଭଳି କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି ।
Facebook Notice for EU!
You need to login to view and post FB Comments!