କୃଷି ସେବା ସମବାୟ ସମିତି କାର୍ଯ୍ୟାଳୟ ପରିସରରୁ ଶହ ଶହ ମଦ ବୋତଲ ଜବତ

455 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)କୃଷି ସେବା ସମବାୟ ସମିତି କାର୍ଯ୍ୟାଳୟ ପରିସରରୁ ଶହ ଶହ ମଦ ବୋତଲ ଜବତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ବ୍ଲକ ବରୁହାଁ ସେବା ସମବାୟ ସମିତି କାର୍ଯ୍ୟାଳୟରେ । ଏହି ସେବା ସମବାୟ ସମିତିରେ ପ୍ରକୃତ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ହେଉନଥିବା ଅଭିଯୋଗ କରି ଚାଷୀ ମାନେ ଯେତେବେଳେ ଅଭିଯୋଗ କରିବାକୁ ଯାଇଥିଲେ,ସେତେବେଳେ ଅପିଂସର ଛାତ ସମେତ ବିଭିନ୍ନ ସ୍ଥାନରୁ ଶହ ଶହ ଦେଶୀ ଓ ବିଦେଶୀ ମଦ ବୋତଲ ପଡିଥିବା ଦେଖିବାକୁ ପାଇଥିଲେ ।

ତେବେ ଏତେ ପରିମାଣର ମଦ ବୋତଲ କିପରି ଆସିଲା ତାକୁ ନେଇ ପ୍ରଶ୍ୱବାଚୀ ସୃଷ୍ଟି ହୋଇଛି । ସମବାୟ ସମିତି କର୍ମକର୍ତା ମାନେ ଏତେ ପରିମାଣର ମଦ୍ୟପାନ କରି ବୋତଲ ଗୁଡିକୁ ଏଠାରେ ପକାଇଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ପ୍ରକାଶ ପାଇଥିଲା ।

ଧାନ ବିକ୍ରି କରିବାକୁ ଯାଉଥିବା ଚାଷୀ ଙ୍କ ଠାରୁ ସମବାୟ କର୍ତୁପକ୍ଷ ଲାଂଚ ନେଇ ଏପରି ମଦ୍ୟପାନ କରୁଥିବା ଭଳି ସଂଗୀନ ଅଭିଯୋଗ ଆସିଛି । ଏହି ଘଟଣାର ତଦନ୍ତ କରିବାକୁ ସାଧାରଣରେ ଦାବୀ ହୋଇଥିବା ବେଳେ ଏ ନେଇ ସମବାୟ କର୍ତୁପକ୍ଷ ଉଦ୍ଦେଶ୍ୟମୂଳକ ଭାବେ ଅଭିଯୋଗ କରାଯାଉଥିବା ସପେଂଇ ଦେଇଛନ୍ତି ।

Facebook Notice for EU! You need to login to view and post FB Comments!

Related Post

ସରକାରୀ ନିୟମକୁ ବେଖାତିର ଜେସିବିରେ ଚାଲିଛି ମୋରମ ଚାଲାଣ

Posted by - December 10, 2019 0
ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲାରେ ଲଘୁଖଣିଜ ଦ୍ରବ୍ୟର ବେଆଇନ ଉତ୍ତୋଳନ ସାଙ୍ଗକୁ ଚୋରା ଚାଲାଣ ପ୍ରଶାସନର ଜ୍ଞାତସାରରେ ବେଧଡକ ଚାଲିଛି। ଆଉ ବିପୁଳ ପରିମାଣର ରାଜସ୍ବ ହରାଉଛନ୍ତି ସରକାର।…

ଜଣେ ପୋଲିସ କର୍ମଚାରୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବାର ଅଭିଯୋଗ।

Posted by - September 12, 2019 0
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ପୋଲିସ କର୍ମଚାରୀଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧିଲେ ଲୋକେ।ଏଭଳି ଏକ ଲଜ୍ଜା ଜଣକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା SP ଙ୍କ…

ଚୋରା ଗଞ୍ଜେଇ ବେପାରୀ କୁ ୧୦ ବର୍ଷ ଜେଲ, ତଥାପି କମୁନାହିଁ ଚୋରା ଚାଲାଣ,ପୁଣି୨ ଗିରଫ

Posted by - March 14, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲା କୁଆଖିଆରୁ ବସ ଯୋଗେ ଗଂଜେଇ ଚୋରାଚାଲାଣ ହେବାକୁ ଥିବା ବେଳେ ଅବକାରି ବିଭାଗ ଚଢ଼ାଉ କରି ୨୨ କେଜି ଗଂଜେଇ ଜବତ…

କାହାକୁ ଶୁଭିଲାନି ଚିତ୍କାର, ୧୦ ହଜାର ପୁଲିସ କାହା ସେବାରେ,ପୁରୀରେ ରାତିସାରା ଲକଜୁରୀ ବସ୍ ଭିତରେ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ

Posted by - July 10, 2019 0
ପୁରୀ:ଦଶ ହଜାର ପୁଲିସ, ମାଳ ମାଳ ଯବାନ ଓ ଅଧିକାରୀଙ୍କ ବଳୟ ଭିତ‌ରେ ଥିବା ପୁ ଶରଧାବାଲିସ୍ଥିତ ବସଷ୍ଟାଣ୍ଡରେ କେନ୍ଦୁଝର ହରିଚନ୍ଦନପୁର ଅଞ୍ଚଳର ଜଣେ ନିରିହ ଆଦିବାସୀ…

ପାଣିକୋଇଲି ଥାନା ତେଜପୁର ଗାଁରେ କଙ୍ଗାରୁ କୋର୍ଟ

Posted by - November 23, 2019 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲାରେ ଦେଖିବାକୁ ମିଳିଛି କଙ୍ଗାରୁ କୋର୍ଟ। ବୋହୁକୁ ମରଣାନ୍ତକ ଆକ୍ରମଣ କରିବା ପରେ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତ ଶାଶୁ, ଶ୍ବଶୁର ଓ…

Leave a comment

Your email address will not be published.