କୁଆଖିଆରେ ବାଇକ ଡ଼ିକି ଭାଙ୍ଗି ଲୁଟିନେଲେ ୧ଲକ୍ଷ ୬୦ହଜାର ଟଙ୍କା

642 0

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) ଦିନ ଦ୍ୱିପ୍ରହରରେ କୁଆଖିଆ ବଜାରରୁ ଟଙ୍କା ଲୁଟ । ବାଇକ ଡିକି ଭାଙ୍ଗି ୧ଲକ୍ଷ ୬୦ହଜାର ଟଙ୍କା ଲୁଟିନେଲେ ଦୁର୍ବୁତ୍ତ। ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ପ୍ରଥମାଖଣ୍ଡ ପ୍ରାଥମିକ କୃଷି ସେବା ସମବାୟ ସମିତିର ସମ୍ପାଦକ ପ୍ରଶାନ୍ତ କୁମାର ସାହାଣୀ ଆଜି ଏହି ଟଙ୍କା ଆଦାୟ କରି କୁଆଖିଆ ବଜାରରେ ଥିବା କୋ-ଅପରେଟିଭ ବ୍ୟାଙ୍କକୁ ଡ଼ିପୋଜିଟ ପାଇଁ ଯାଇଥିଲେ।

ବ୍ୟାଙ୍କରୁ ମାତ୍ର କିଛି ମିଟର ଦୂରରେ ଦୁଇଜଣ ଚାଷୀ ଭେଟ ହେବାରୁ ବାଇକ ରଖି ତାଙ୍କ ସହ କଥା ହୋଇଥିଲେ। ଠିକ ଏହି ସମୟରେ ଦୁଇ ଜଣ ଦୁର୍ବୁତ୍ତ ଏକ ବାଇକରେ ଆସି ଗାଡିର ଡ଼ିକି ଭାଙ୍ଗି ଟଙ୍କାକୁ ଲୁଟି ନେଇ ଚମ୍ପଟ ମାରିଥିଲେ। ଖବର ପାଇ କୁଆଖିଆ ପୋଲିସ ଘଟଣାସ୍ଥଳରେ ପହଂଚି ବ୍ୟାଙ୍କରେ ଲାଗିଥିବ ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି। ଏ ସମ୍ପର୍କରେ ସମିତିର ସମ୍ପାଦକ ପ୍ରଶାନ୍ତ ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିବା ଜଣାଯାଇଛି।

Related Post

କେନ୍ଦୁଝର ଜିଲ୍ଲାରେ ଦୃଘଟଣା ସବୁ ଦିନ ଲାଗି ରହୁଛି

Posted by - August 3, 2020 439
ବଡ଼ବିଲ:(ସୀତାରାମ ଦୀକ୍ଷିତ)କେନ୍ଦୁଝର ଜିଲ୍ଲାରେ ଦୃଘଟଣା ସବୁ ଦିନ ପରି ଲାଗିରହୁଛି।ବାରମ୍ବାର ଖବର ପ୍ରକାଶ କରିଥିଲେ ମଧ୍ୟ ଏହାର ତଦନ୍ତ ନ ହେଇ କାର୍ଯ୍ୟାନୁଷ୍ଠାନ ଶୂନ ହେଉଛି।କେନ୍ଦୁଝର ଜିଲ୍ଲାର…

ବଡ଼ବିଲ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବଡ଼ବିଲ ରେ ଶିଶୁଦିବସ ଉତ୍ସବ

Posted by - November 14, 2019 401
ବଡ଼ବିଲ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବଡ଼ବିଲ ରେ ଶିଶୁଦିବସ ଉତ୍ସବ ଖୁବ ସୁନ୍ଦର ଭାବରେ ପାଳନ କରାଯାଇଛି।ପ୍ରଧାନ ଗୁରୁଜୀ ଶ୍ରୀଯୁକ୍ତ ଡମ୍ବରୁଧର ମହାନ୍ତ ଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ…

ରାମ ମନ୍ଦୀର ନିର୍ମାଣ ପାଇଁ ପ୍ରତ୍ୟେକ ହିନ୍ଦୁଙ୍କ ଠାରୁ ନିଧି ସଂଗ୍ରହ ଆରମ୍ଭ

Posted by - January 14, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଅଯୋଦ୍ଧାରେ ଆରମ୍ଭ ହୋଇଛି ରାମ ମନ୍ଦୀର ନିର୍ମାଣ କାର୍ଯ୍ୟ ।ଏହି ନିର୍ମାଣ କାର୍ଯ୍ୟରେ ସମଗ୍ର ବିଶ୍ୱର ହିନ୍ଦୁ ମାନେ ସହଯୋଗ କରିବାକୁ ଆଗେଇ ଆସିଛନ୍ତି ।ଏଥିପାଇଁ ପ୍ରତ୍ୟେକ ହିନ୍ଦୁଙ୍କ ଠାରୁ ନିଧି ସଂଗ୍ରହ ଆରମ୍ଭ ହୋଇଛି Iପ୍ରତ୍ୟେକ ବ୍ୟକ୍ତିଙ୍କ ଏହି ମନ୍ଦୀର ନିର୍ମାଣ ପାଇଁ ଭାଗିଦାରି ରହିବା ପାଇଁ ଏଭଳି ଏକ ଆୟୋଜନ କରାଯାଉଛି ବୋଲି ଯାଜପୁରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଶ୍ରୀରାମ ଜନ୍ମଭୂମି ମନ୍ଦୀର ନିଧି ସମର୍ପଣ ସମିତି ପକ୍ଷରୁ ସୂଚନା ଦିଆଯାଇଛି ।  ଯାଜପୁର ଜିଲାର ୧୦ଟି ବ୍ଳକ ଓ ଦୁଇଟି ପୌରାଂଚଳରୁ ଏହି ନିଧି ସଂଗ୍ରହ କରାଯିବ Iଏଥିପାଇଁ ପ୍ରତ୍ୟେକ ଅଂଚଳରେ ସଂଚାଳନ କମିଟି ଗଠନ କରାଯାଇଛି ବୋଲି ବିଶ୍ୱହିନ୍ଦୁ ପରିଷଦର ପ୍ରାନ୍ତ ସଂଗଠନ ମନ୍ତ୍ରୀ ଆନନ୍ଦ ପାଣ୍ଡେ ସୂଚନା ଦେଇଛନ୍ତି ।

ଯାଜପୁର ଏସ.ପି. ଆଜି ବୁଝାଇଲେ, କାଲି ଠୁ ଅଯଥା ରେ ଘରୁ ବାହାରିଲେ ଆଉ ନିସ୍ତାର ନାହିଁ

Posted by - March 23, 2020 0
ଯାଜପୁର;(ଆନନ୍ଦ ଚନ୍ଦ୍ର ସାହୁ )ଆଜି ଯାଜପୁର ଜିଲ୍ଲାକୁ ସମ୍ପୂର୍ଣ୍ଣ ଲକ ଡାଉନ ଘୋଷଣା ହେବା ପରେ ଏହାକୁ କଡାକଡି ଭାବେ କାର୍ଯ୍ୟକାରୀ କରିବାକୁ ଯାଜପୁର ଏସ ପି…

Leave a comment

Your email address will not be published.