ଆମ୍ବୁଲାନ୍ସରେ ଶିଶୁ ମୃତ୍ୟୁ ଘଟଣା, ଘଣ୍ଟାଏ ନୁହେଁ ୨୨ ମିନିଟରେ ହସ୍ପିଟାଲ୍ ପହଞ୍ଚିଥିଲା ଆମ୍ବୁଲାନ୍ସ:-କମିସନରେଟ୍ ପୁଲିସ

287 0

ଭୁବନେଶ୍ପର: ରାଜଧାନୀରେ ଟ୍ରାଫିକ ଜାମରେ ଫସି ଆମ୍ବୁଲାନ୍ସରେ ଶିଶୁମୃତ୍ୟୁ ଘଟଣା ନୂଆମୋଡ ନେଇଛି । ଶିଶୁମୃତ୍ୟୁ ନେଇ ଆଜି କମିସନରେଟ ପୁଲିସ ଟୁଇଟ୍ କରି ସ୍ପଷ୍ଟୀକରଣ ଦେଇଛି । ଏକ ଘଣ୍ଟାରୁ ଅଧିକ ସମୟ ନୁହେଁ ବରଂ ୨୨ ମିନିଟ୍ ୩୮ ସେକେଣ୍ଡରେ ଆମ୍ବୁଲାନ୍ସ ରାଜଭବନ ଛକରୁ କିମ୍ସ ହସ୍ପିଟାଲରେ ପହଞ୍ଚିଛି ବୋଲି କହିଛି କମିସନରେଟ ପୁଲିସ ।ଭୁବନେଶ୍ୱର ଟ୍ରାଫିକ୍ ଟ୍ରାଜେଡି ଘଟଣାରେ ଆମ୍ବୁଲାନ୍ସକୁ ଲାଗିଥିଲା କେତେ ସମୟ? କିଏ ସତ କହୁଛି? ଶିଶୁର ବାପା, ନା କମିଶନରେଟ୍ ପୁଲିସ? ଅଘଟଣ ଦିନ ମୃତ ଶିଶୁର ବାପାଙ୍କ ଅଭିଯୋଗକୁ ଭୁଲ୍ ପ୍ରମାଣିତ କରିବାକୁ ଯାଇ ଏଭଳି ଫ୍ୟାକ୍ଟ ଚେକ କରିଛି କମିଶନରେଟ ପୁଲିସ। ଏପରି କି ଟ୍ୱିଟ୍‌ କରିଛି, ସିସିଟିଭି ଫୁଟେଜ ଅନୁସାରେ, ଆମ୍ବୁଲାନ୍ସ ଦିନ ୧୦ ଟା ୧ରେ ରାଜଭବନ ଛକ ଅତିକ୍ରମ କରିଥିଲା ଓ କିମ୍‌ସରେ ୧୦ ଟା ୨୪ରେ ପହଞ୍ଚିଥିଲା।

ଅର୍ଥାତ୍ ରାଜଭବନ ଛକରୁ କିମ୍‌ସକୁ ଲାଗିଥିଲା ୨୨ ମିନିଟ ୩୮ ସେକେଣ୍ଡ ବୋଲି ଲେଖିଥିଲା କମିଶନରେଟ୍‌ ପୁଲିସ।ତେବେ ଆଜି ମୃତ ଶିଶୁର ବାପା ନୀରଦ ନାୟକ ପୁଣି କହିଛନ୍ତି, ଟ୍ରାଫିକ ଜାମ ନେଇ ମୁଁ ଯାହା କହିଛି ଠିକ୍ କହିଛି। ମୋ ଜାଗାରେ ଯିଏ ଥିଲେ ବି ସେୟା କହିଥାନ୍ତା। ଏଥିସହ ସେ କ୍ୟାପିଟାଲ୍‌ ହସ୍ପିଟାଲ ଆଡ଼କୁ ମଧ୍ୟ ଆଙ୍ଗୁଳି ଉଠାଇଛନ୍ତି।ନିଜ ୫ ବର୍ଷର ପୁଅକୁ ହରାଇଥିବା ମାଆର ଆଖିରୁ ଏବେ ବି ଲୁହ ଶୁଖିନଥିବା ବେଳେ, ପୁଲିସର ସମୟକୁ ନେଇ ସଫେଇ କଟା ଘା’ରେ ଚୂନ ଦେଲା ଭଳି ହୋଇଛି। ସେଦିନର ଭାଇରାଲ ହୋଇଥିବା ଭିଡିଓରେ ସ୍ପଷ୍ଟ ଦିଶୁଛି ଯେ, ଲୋକେ ଆମ୍ବୁଲାନ୍ସକୁ ବାଟ ଛାଡ଼ୁନାହାନ୍ତି। ତେଣୁ ଆମ୍ବୁଲାନ୍ସର ରାସ୍ତା ସୁଗମ କରିବା ପାଇଁ କୌଣସି ଠୋସ୍ ପଦକ୍ଷେପ ନନେଇ, କମିଶନରେଟ୍ ପୁଲିସ ପ୍ରଥମେ ଲୋକଙ୍କୁ ଜାପାନୀ ପାଠ ପଢ଼ାଇବା ଏବଂ ପରେ ଏଭଳି ଫ୍ୟାକ୍ଟ ଚେକ କରିବାକୁ ନେଇ ପ୍ରଶ୍ନ ଉଠିଛି। ତେବେ ଏବେ ପ୍ରଶ୍ନ ଉଠୁଛି, କ୍ୟାପିଟାଲ ହସ୍ପିଟାଲରୁ ଗାଡ଼ିଟି କେତେବେଳେ ବାହାରିଥିଲା? ସେନେଇ କାହିଁକି ସ୍ପଷ୍ଟ କରାଯାଉନି?ଅଭିଯୋଗ ଅନୁସାରେ, ଆମ୍ବୁଲାନ୍ସଟି ଏଜି ଛକ ବାଟେ ଯାଇଥିବା କୁହାଯାଇଥିଲା । ଟ୍ରାଫିକ୍ ଜାମରେ ଫସି ଆମ୍ବୁଲାନ୍ସଟି ୧ ଘଂଟା ୨୦ ମିନିଟ ସମୟ ନେବା କାରଣରୁ ଶିଶୁପୁତ୍ରଟି ପ୍ରାଣ ହରାଇଥିଲା ବୋଲି ଅଭିଯୋଗ ହୋଇଥିଲା । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସେଦିନ କ୍ୟାପିଟାଲ ହସ୍ପିଟାଲରୁ ୧୦୮ ଆମ୍ବୁଲାନ୍ସରେ ନେବା ପାଇଁ କୁହାଯାଇଥିବା ବେଳେ କାହିଁକି ଭେଂଟିଲେଟର ନ ଥିବା ଏକ ଘରୋଇ ଆମ୍ବୁଲାନ୍ସରେ ନିଆଗଲା, ସେ ନେଇ ମଧ୍ୟ ତଦନ୍ତ ଆରମ୍ଭ କରାଯାଉଥିବା ସୂଚନା ମିଳିଛି ।

Related Post

ପୁରୀ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ନାଁରେ ମାମଲା ରୁଜୁ

Posted by - April 18, 2019 0
ପୁରୀ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ନାଁରେ ମାମଲା ରୁଜୁ ହୋଇଛି । ପୁରୀ ସମୁଦ୍ରକୂଳ ଥାନାରେ ମାମଲା ରୁଜୁ ହୋଇଛି । ଧର୍ମୀୟ ଭାବନା…

ପାଣି ପାଇଁ ହନ୍ତସନ୍ତ ହେଉଥିବା ମହିଳାଙ୍କ ଗରା ଓ ବାଲ୍‌ଟି ଧରି କଟକ-ନରସିଂହପୁର ରାସ୍ତା ଅବରୋଧ

Posted by - March 22, 2021 0
ନରସିଂହପୁର: ନରସିଂହପୁର ବ୍ଲକ୍‌ ଅନ୍ତର୍ଗତ କେନ୍ଦୁପଲ୍ଲୀ ଇନ୍ଦିରା କଲୋନିରେ ପାନୀୟଜଳର ଉତ୍କଟ ସମସ୍ୟା ନେଇ ଆଜି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏକମାତ୍ର ନଳକୂପ ଅଚଳ ହେବା…

ଆସନ୍ତାକାଲି ସୂର୍ଯ୍ୟୋପରାଗ।ଇ,ଜାଣନ୍ତୁ କଣ କରିବେ ,କଣ କରିବେ ନାହି

Posted by - June 20, 2020 0
ଭୁବନେଶ୍ବର :ଆସନ୍ତାକାଲି ବଳୟ ସୂର୍ଯ୍ୟୋପରାଗ। ତେବେ ଏହାର ପୂର୍ଣ୍ଣ ପରାଗ ପଥ ଉତ୍ତର ଭାରତର ଅଳ୍ପ କିଛି ଅଞ୍ଚଳ ଦେଇ ଯିବ। ଭାରତର ରାଜସ୍ଥାନ, ହରିୟାଣା ଓ…

ସାମ୍ବାଦିକଙ୍କ ଉପରେ କେନ୍ଦ୍ରାପଡା ଏସପିଙ୍କ ଦୁର୍ବ୍ୟବହାର,କ୍ଷମା ମାଗିଲେ କେନ୍ଦ୍ରାପଡ଼ା ଏସ୍‌ପି

Posted by - July 18, 2019 0
କେନ୍ଦ୍ରାପଡ଼ା : ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ହାତ ଉଠାଇବା ଘଟଣାରେ କେନ୍ଦ୍ରାପଡ଼ା ଏସ୍‌ପି ନୀତି ଶେଖର କ୍ଷମା ପ୍ରାର୍ଥନା କରିଛନ୍ତି।ଭିଡ଼ ନିୟନ୍ତ୍ରଣ ବେଳେ ସେଠାରେ ଅଧିକ ଶବ୍ଦ ଥିବାରୁ ସେ…

ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲା ପାଇଁ ତିନି ବରିଷ୍ଠ ସଚିବଙ୍କୁ ଦାୟିତ୍ବ,ଯାଜପୁର ଜିଲ୍ଲା ପାଇଁ ପିକେ ମେହେର୍ଦ୍ଦାଙ୍କୁ ଦାୟିତ୍ୱ

Posted by - April 23, 2020 159
ଭୁବନେଶ୍ୱର: ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଆଦି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। କରୋନା ସଂକ୍ରମଣକୁ କିପରି ରୋକାଯାଇ ପାରିବ, କଣ୍ଟେନମେଣ୍ଟ ଅଞ୍ଚଳରେ କିପରି…

Leave a comment

Your email address will not be published.