ଛତିଶଗଡ ପୋଲିସ ଦ୍ବାରା ବିଜେଡି ନେତା ଅନୁପ ସାଏ ଅଟକ

429 0

ଭୁବନେଶ୍ୱର: ପୂର୍ବତନ ବିଧାୟକ ତଥା ବିଜେଡି ନେତା ଅନୁପ ସାଏ ଗିରଫ ହୋଇଥିବା ସୂଚନା ମିଳିଛି।ଛତିଶଗଡ଼ର ରାୟଗଡ଼ ପୁଲିସ୍‌ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି।ଏକ ହତ୍ୟାକାଣ୍ଡ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଅନୁପଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଥିବା ଜଣାପଡିଛି ।୨୦୧୬ ଏପ୍ରିଲ ମାସରେ ଝାରସୁଗୁଡ଼ା ସୀମାନ୍ତ ଛତିଶଗଡ଼ରେ ୩୨ ବର୍ଷୀୟା କଳ୍ପନା ଦାସ ଓ ତାଙ୍କର ୧୪ ବର୍ଷୀୟା ଝିଅ ପ୍ରଭାତୀ ଦାସଙ୍କୁ ହତ୍ୟା କରାଯାଇଥିଲା। ଉଭୟଙ୍କୁ ହତ୍ୟା କରାଯାଇ ଛତିଶଗଡ଼ ସୀମାରେ ଫିଙ୍ଗା ଯାଇଥିଲା।

ଛତିଶଗଡ଼ ପୁଲିସ୍‌ ମୃତଦେହ ଜବତ କରି ତଦନ୍ତ କରିଥିଲା। ଏହାକୁ ନେଇ ବିଭିନ୍ନ ଥାନାରେ ତଦନ୍ତ କରିବା ସହ ମୃତକଙ୍କ ସମ୍ପର୍କୀୟଙ୍କୁ ଭେଟି କିଛି ଗୋପନୀୟ ତଥ୍ୟ ସଂଗ୍ରହ କରିଥିଲା ପୁଲିସ୍‌।ଅନୁପ ସାଏ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ନିର୍ବାଚନମଣ୍ଡଳୀରୁ ୩ଥର ବିଧାୟକ ରହିଥିଲେ । ବର୍ତ୍ତମାନ ସେ ରାଜ୍ୟ ପଣ୍ୟାଗାର ନିଗମର ଅଧ୍ୟକ୍ଷ ଅଛନ୍ତି ।

Facebook Notice for EU! You need to login to view and post FB Comments!

Related Post

ମିଥ୍ୟା ଆରୋପ ପ୍ରତିବାଦ ରେ ପୂର୍ବତନ ସରପଞ୍ଚ ଙ୍କ ସାମ୍ବାଦିକ ସମ୍ମିଳନୀ

Posted by - February 4, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ) ନୀଳଗିରି ବ୍ଳକ, ପିଠାଅତା ପଞ୍ଚାୟତ ର ପୂର୍ବତନ ସରପଂଚ, ତାଙ୍କ ଉପରେ ଲଗା ଯାଇଥିବା, ସମସ୍ତ ମିଥ୍ୟା ଆରୋପ କୁ ଏକ ସାମ୍ବାଦିକ ସମ୍ମିଳନୀରେ, ଖଣ୍ଡନ…

ମହାରାଷ୍ଟ୍ରରୁ ୮ ଦିନ ସାଇକେଲ ଚଳାଇ ଯାଜପୁରରେ ପହଂଚିଛନ୍ତି ମହେଶର

Posted by - April 8, 2020 982
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )କୁହାଯାଏ ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଯାହାକୁ ପ୍ରମାଣ କରିଦେଖାଇଛନ୍ତି ଯାଜପୁର ବରୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଭଅଁରା…

ଯାଜପୁର ର ବ୍ରାମହନୀ ସେତୁ ନିର୍ମାଣ ଓ ମରାମତି ପାଇଁ ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ

Posted by - December 10, 2018 694
ଯାଜପୁର: ବ୍ରହ୍ମଣୀ ନଦୀରେ ନୂତନ ସେତୁ ନିର୍ମାଣ ଓ ପୁରାତନ ସେତୁ ମରାମତି ପାଇଁ ଦାବି କରି ସଚେତନ ନାଗରିକ ମଞ୍ଚ ପକ୍ଷରୁ ସୋମବାର ଦିନ ୫୩…

ବସ୍ତାରେ ଦ୍ୱିତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ ନିର୍ବାଚନ,୪୬୦ ବୁଥରେ ୧୨୧୨ ପ୍ରତିଦ୍ବନ୍ଦୀ

Posted by - February 18, 2022 0
ବସ୍ତା:ଓଡିଶାରେ ଚାଲିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ , ଭୋଟର ମାନେ ତାଙ୍କର ମତ ସାବ୍ଯସ୍ତ କରି ନିଜ ଅଞ୍ଚଳ ର ପ୍ରତିନିଧି ଚୟନ…

କରୋନା ବ୍ୟାପିବା ନେଇ ସୋସିଆଲ ମିଡିଆ ଗୁଜବରୁ ରୁହନ୍ତୁ ସତର୍କ

Posted by - March 15, 2020 248
ପ୍ରାଣଘାତକ କରୋନାକୁ ନେଇ ଚାରିଆଡେ ଭୟର ମାହୋଲ। ଏପରିସ୍ଥଳେ ସୋସିଆଲ ମିଡିଆରେ ଭଳିକି ଭଳି ତଥ୍ୟ ଘୂରିବୁଲୁଛି। ଯେପରି କରୋନା ହେଲେ ମୃତ୍ୟୁ ହେବା ସୁନିଶ୍ଚିତ ବୋଲି…

Leave a comment

Your email address will not be published.