ଭଙ୍ଗା ହେଲା ଯାଜପୁର ବହୁ ଚର୍ଚ୍ଚିତ ରୂପେସ୍ ଭଦ୍ରଙ୍କ ରଙ୍ଗଶାଳା

9909 972

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ବହୁ ଚର୍ଚ୍ଚିତ ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ଘଟଣାରେ
ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଛି ଏକ ବଳିଷ୍ଠ ପଦକ୍ଷେପ । ସ୍ମିତାରାଣୀ ମୃତ୍ୟୁ
ଘଟଣାର ପ୍ରାୟ 4ମାସ ପରେ ପ୍ରଶାସନ ଦ୍ବାରା ଭଙ୍ଗାଯାଇଛି ରୂପେସ୍ ଭଦ୍ରଙ୍କ
ଅତିଥିଶାଳା । ଯାହା ଥିଲା ସ୍ମିତାରାଣୀଙ୍କ ରହସ୍ୟ ଜନକ ମୃତ୍ୟୁର ମୁକସାକ୍ଷୀ।
ଜିଲ୍ଲା ପ୍ରଶାସନ ସ୍ଥାନୀୟ ଧର୍ମଶାଳା ତହସିଲ ଏବଂ ପୋଲିସ ପ୍ରଶାସନର ବରିଷ୍ଠ
ଅଧିକାରୀଙ୍କ ସହଯୋଗରେ ଆରମ୍ଭ କରିଥିଲା ଭଙ୍ଗାରୁଜା କାମ । ବୋଲଡୋଜର ଓ ହାଇଡ୍ରା
ସହାୟତାରେ ଭଙ୍ଗାଯାଇଥିଲା ଦୁଇ ମହଲା କୋଠା । ପ୍ରଥମେ ସରପଞ୍ଚ ଓ ତାଙ୍କ ସମର୍ଥକଙ୍କ
ଦ୍ଵାରା ଏହାକୁ ବିରୋଧ କରାଯାଇଥିଲେ ହେଁ ଏହାକୁ ଭ୍ରୁକ୍ଷେପ ନକରି ପ୍ରଶାସନ ପକ୍ଷରୁ
ନିଆଯାଇଥିଲା କଠୋର ପଦକ୍ଷେପ ।

ଆଜି ସାରା ଜିଲ୍ଲାରେ ଚର୍ଚ୍ଚାରେ ରହିଛି ଜିଲ୍ଲା ପ୍ରଶାସନ । ଜିଲ୍ଲା
ପ୍ରଶାସନ ଦ୍ବାରା ଭଙ୍ଗାଯାଇଛି ବହୁ ଚର୍ଚ୍ଚିତ ହରିଦାସପୁର ପଞ୍ଚାୟତ ପିଇଓ
ସ୍ମିତାରାଣୀ ମୃତ୍ୟୁ ଘଟଣାର ଅଭିଯୁକ୍ତ ରୂପେସ୍ ଭଦ୍ରଙ୍କ ଗେଷ୍ଟହାଉସ । ମାତ୍ର କିଛି
ଘଣ୍ଟା ମଧ୍ୟରେ ଧରାଶାୟୀ ହୋଇଗଲା ଅତିଥିଶାଳା । ଯେଉଁ ଘରେ ସ୍ମିତାରାଣୀଙ୍କ ମୃତ୍ୟୁ
ହୋଇଥିଲା ସେହି ଗେଷ୍ଟହାଉସକୁ ପ୍ରଶାସନ ପ୍ରଥମେ ନିଜ ଅକ୍ତିଆରକୁ ନେଇଥିଲା । ପରେ
ତାକୁ ଭାଙ୍ଗିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା । ପ୍ରଥମେ ଅଭିଯୁକ୍ତ ରୂପେସଙ୍କ
ପତ୍ନୀ ତଥା ହରିଦାସପୁର ପଞ୍ଚାୟତର ସରପଞ୍ଚ ମଧୁସ୍ମିତା ଭଦ୍ର ତାଙ୍କ ସମର୍ଥକଙ୍କ ସହ
ମିଶି ଏହାକୁ ତୀବ୍ର ବିରୋଧ କରିଥିଲେ । ସରପଞ୍ଚ ଉପସ୍ଥିତ ଅଧିକାରୀମାନଙ୍କୁ ଏକ
କୋର୍ଟ ଷ୍ଟେ ଅର୍ଡର ମଧ୍ୟ ଦେଖାଇଥିଲେ । ତେବେ ତାକୁ ଅଣଦେଖା କରି ପ୍ରଶାସନ
ଭଙ୍ଗାରୁଜା କାମରେ ଲାଗିପଡିଥିଲା । ପୋଲିସ ଓ ପ୍ରଶାସନିକ ଅଧିକାରୀ ସେଠାରୁ ଲୋକଙ୍କୁ
ଘଉଡାଇବା ସହ ଆଇନତଃ ଏହା ଭଙ୍ଗାଯିବ ବୋଲି ସେମାନଙ୍କୁ ଦର୍ଶାଇଥିଲେ । ଘଟଣାସ୍ଥଳରେ
ବରିଷ୍ଠ ଅଧିକାରୀଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ମାନେ ନିୟୋଜିତ ଥିଲେ । ତେବେ କଳ ବଳ
କୌଶଳ ପ୍ରୟୋଗ କରି ପ୍ରଶାସନ ଏହାକୁ ଭାଙ୍ଗିବାକୁ ସକ୍ଷମ ହୋଇଥିଲା । ଗେଷ୍ଟହାଉସକୁ
କେତେକ ରଙ୍ଗଶାଳାର ଆଖ୍ୟା ଦେଇଥିବା ବେଳେ ସରପଞ୍ଚ ଶ୍ରୀମତୀ ଭଦ୍ର ଏହାର ନିନ୍ଦା
କରିଥିଲେ ଏବଂ ତାଙ୍କ ପ୍ରତି ଅନ୍ୟାୟ ହୋଇଛି ବୋଲି କହିଥିଲେ ।

ସକାଳୁ ସକାଳୁ ଆରମ୍ଭ ହୋଇଥିଲା ଏହି ଭଙ୍ଗାରୁଜା ଅଭିଯାନ । ଚାରିଆଡେ
ଛାଇଯାଇଥିଲେ ପୋଲିସ । ଭାଙ୍ଗିବା ପାଇଁ ଆଗରୁ ପ୍ରସ୍ତୁତ ହୋଇଥିଲା ଯୋଜନା । କୌଣସି
ପ୍ରକାର ବିରୋଧ ଓ ଅପ୍ରିତିକର ପରିସ୍ଥିତର ମୁକାବିଲା କରିବାକୁ ପ୍ରସ୍ତୁତ ରହିଥିଲା
ପୋଲିସ୍ ପ୍ରଶାସନ । ବିରୋଧିଙ୍କ ମୁହଁ ବନ୍ଦ କରିବା ପରେ ପ୍ରଥମେ ପ୍ରଶାସନ ଦ୍ବାରା
ଘରର ଆସବାସ ପତ୍ର ବାହାରକୁ କାଢ଼ିନିଆଯାଇଥିଲା । ଏବଂ ଏସବୁକୁ ରୂପେସଙ୍କ ପରିବାରକୁ
ହସ୍ତାନ୍ତର କରାଯାଇଥିଲା । ଏହି ଅପରେସନରେ 3 ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ହେବା
ସହ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ
ମହାନ୍ତି, ଅତିରିକ୍ତ ଏସପି ରାଜକିଶୋର ଦୋରା ଓ ଭବାନୀ ପ୍ରସାଦ ପଟ୍ଟନାୟକ, ଏସଡିପିଓ
ଚିନ୍ମୟ କୁମାର ନାୟକ, ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା, ବଡଚଣା, କୁଆଖିଆ
ଏବଂ ଜେନାପୁର ଥାନା ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ମୋଟମୋଟି ଭାବେ
ଶାନ୍ତିଶୃଙ୍ଖଳା ମଧ୍ୟରେ ଶେଷ ହୋଇଥିଲା ଭଙ୍ଗାରୁଜା ଓ ଜବର ଦଖଲ ଉଚ୍ଛେଦ
କାର୍ଯ୍ୟ ।

ରୂପେସ୍ ଭଦ୍ରଙ୍କ ଦ୍ବାରା ବେଆଇନ ଭାବେ ନିର୍ମାଣ ହୋଇଥିବା ଗେଷ୍ଟହାଉସ
ଭାଙ୍ଗିବା ପାଇଁ ଘଟଣା ଦିନରୁ ହିଁ ଦାବୀ ହୋଇଆସୁଥିଲା । ଲମ୍ବା ଦିନର ପ୍ରତୀକ୍ଷା
ପରେ ଆଜି ଏହାର ଯବନିକା ପଡିଛି । ଆସନ୍ତା 14ରେ ବଜେଟ ଅଧିବେଶନ ଥିବା ବେଳେ ସେତେବେଳେ କୌଣସି ପ୍ରଶ୍ନବାଣର ଶରବ୍ୟ ନହେବାକୁ ଏଥିପୂର୍ବରୁ କାମ ସାରିଦେଇଛି ପ୍ରଶାସନ । ଯାହା ଚାରିଆଡେ ସାଜିଛି ଚର୍ଚ୍ଚାର ବିଷୟ

Related Post

କେସିଙ୍ଗା ବିଜେପି ନଗର ମଣ୍ଡଳ ତରଫରୁ ଶ୍ରୀମତୀ ଦ୍ରୌପତି ମୁର୍ମୁଙ୍କ ବିଜୟ ଉତ୍ସବ ପାଳନ କରାଗଲା

Posted by - July 21, 2022 0
କେସିଙ୍ଗା :(ପିତେଶ କୁମାର ପଟେଲ) ଓଡ଼ିଆ ମାଟିର ଗର୍ବ ତଥା ଓଡ଼ିଶାର ଝିଅ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥିନୀ ଭାବରେ ଭାରତର ୧୫ ତମ…

ମୁଖ୍ୟମନ୍ତ୍ରୀ ଙ୍କ ୭୫ ତମ ଜନ୍ମଦିନ ଅବସରରେ ବିଶାଳ ରକ୍ତଦାନ ଶିବିର

Posted by - October 17, 2021 0
ବରୀ :(ସ୍ନେହାଂଶୁ ଶେଖର ମହାନ୍ତି)ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ରାମପୁର ଠାରେ ଓଡିଶା ମୋ ପରିବାର ଜୀବନ ବିନ୍ଦୁ, ଯାଜପୁର ତରଫରୁ…

ସୋନପୁର ସହରରେ ଜବର୍ ଦଖଲ ଉଚ୍ଛେଦ

Posted by - September 9, 2022 0
ସୋନପୁର :(ଅଜିତ କୁମାର ପୂଜାହାରୀ) ସୋନପୁର ସହରର ନଳିନୀଛକ ୫୭ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଅତ୍ୟାଧୁନିକ ମାର୍କେଟ କମ୍ପେକ୍ସ ନିର୍ମାଣ ସକାଶେ ପ୍ରଶାସନ ତରଫରୁ ଜବରଦଖଲ ଉଚ୍ଛେଦ…

ପରଲୋକରେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ

Posted by - October 4, 2020 0
ଭୁବନେଶ୍ୱର:ରାଜନୀତି ର ମହାରଥୀ , ବିଜେଡି ନେତା , ପିପିଲି ବିଧାୟକ ତଥା ପୂର୍ବତନମନ୍ତ୍ରୀ ପ୍ରଦୀପ ମହାରଥୀ ଙ୍କ ପରଲୋକ । ଏକ ଘରୋଇ ହସ୍ପିଟାଲରେ ବିଳମ୍ବିତ…

There are 972 comments

  1. Mr Tilley says kissing, caressing, genital play and oral stimulation can all be experienced as pleasurable whether there is an erection or not. In telling to partnered sex, Dr Fox stresses it is something for both parties to work on together. “The partner may not be the root, but they may be constituent of the solution.” Source: cialis viagra

  2. Can I just say what a relief to find somebody that truly understands what they’re talking about on the internet. You certainly realize how to bring an issue to light and make it important. A lot more people have to check this out and understand this side of your story. It’s surprising you’re not more popular because you certainly have the gift.|

  3. Living with ED (Erectile dysfunction) takes more than a material toll. The high-strung bump the fettle can include on a chains and his mate can be just as difficult. It is undistinguished in behalf of men with ED to note irritability, frustration, dejection, or deficit confidence. Come what may, the condition can be treated. Source: cialis cheap online