ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର କଳିଙ୍ଗନଗରରେ ପ୍ରତିଷ୍ଠା ହୋଇଥିବା ରାଷ୍ଟାୟତ ଉଦ୍ୟୋଗ ନିଳାଚଳ ଇସ୍ପାତ କାରଖାନାରୁ ପୁଂଜି ପ୍ରତ୍ୟାହାର କରିବା ପାଇଁ ନିଷ୍ପତି ନେଇଛନ୍ତି କେନ୍ଦ୍ରସରକାର । ଏହାର ପ୍ରତିବାଦ କରି ଯାଜପୁର ସଦର ମହକୁମାରେ ନିଳାଚଳ ବଂଚାୟ ମିଳିତ ମଂଚ ପକ୍ଷରୁ ଗଣ ବିକ୍ଷୋଭ କରାଯାଇଛି । ଏହି ବିକ୍ଷୋଭରେ ଶ୍ରମିକ ସଂଗଠନ ଆଇଏନଟିୟୁସି,ସିଟୁ,ଏଆଇଟିୟୁସି ସମେତ ବିଭିନ୍ନ ସଂଗଠନ ସାମିଲ ହୋଇ କେନ୍ଦ୍ରସରକାରଙ୍କ ନିଷ୍ପତିର ପ୍ରତିବାଦ କରିଥିଲେ ।
ଆଇଏନଟିୟୁସି ନେତା ରାମଚନ୍ଦ୍ର ଖୁଂଟିଆ, ସିପିିଆଇଏମ ନେତା ସନ୍ତୋଷ ଦାସ, ରାଷ୍ଟ୍ର ମଜଦୁର କଂଗ୍ରେସର ଜିଲା ସଭାପତି ବିଦ୍ୟାଧର ମହାନ୍ତିଙ୍କ ସମେତ ବହୁ ନେତା ଯୋଗ ଦେଇ ନିଳାଚଳକୁ ଘରୋଇ କଂପାନି ହାତକୁ ଟେକି ଦେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚକ୍ରାନ୍ତ କରିଥିବା ଅଭିଯୋଗ କରିଥିଲେ । ଏଭଳି ତୃଟିପୂର୍ଣ୍ଣ ନିଷ୍ପତି ପଂଳରେ କାରଖାନାରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇଯାଇଛି । ତେଣୁ ଏ ଦିଗରେ ଉଭୟ କେନ୍ଦ୍ର ଓ ରାଜ୍ୟସରକାର ପୂନଃ ବିଚାର କରିବାକୁ ଦାବୀ କରାଯାଇଥିଲା । ନ ହେଲେ ଆଗାମୀ ଦିନରେ ଗଣ ଆନ୍ଦୋଳନ କରାଯିବ ବୋଲି ମଂଚ ପକ୍ଷରୁ ଚେତାବନୀ ଦିଆଯାଇଛି ।ମଂଚ ପକ୍ଷରୁ ଯାଜପୁର ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।