ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଦକ୍ଷ କର୍ମଚାରୀଙ୍କୁ ପ୍ରଶଂସା ଓ ଠକ୍ କର୍ମଚାରୀଙ୍କୁ ଲଜ୍ଜିତ କରିବା ପାଇଁ ଆରମ୍ଭ ହୋଇଛି ଉଦ୍ୟମ । ଯାଜପୁର ଜିଲାପାଳ ରଂଜନ କୁମାର ଦାସ ଏପରି କିଛି କରି ଏବେ ସେ ଚର୍ଚ୍ଚାରେ । ବର୍ତମାନ ସାରା ରାଜ୍ୟରେ ୫ଟି କାର୍ଯ୍ୟକାରୀ ହେଉଥିବା ବେଳେ ସରକାରୀ କାମକୁ ଠିକ୍ ଭାବେ କରିବା ପାଇଁ ଏଭଳି ଉଦ୍ୟମ ଆରମ୍ଭ କରିଛନ୍ତି ଜିଲାପାଳ । ଯେଉଁ ଅଧିକାରୀ ବା କର୍ମଚାରୀ ସେମାନଙ୍କର ଦାୟିତ୍ୱ ଓ କର୍ତବ୍ୟକୁ ସୁଚାରୁ ରୂପେ ନିର୍ବାହ କରୁଚ୍ଥନ୍ତି ସେମାନଙ୍କ ପ୍ରଶଂସା ଓ ଯେଉଁମାନେ କ୍ରମାଗତ ଦୁର୍ବଳ ପ୍ରଦର୍ଶନ କରୁଚ୍ଥନ୍ତି ସେମାନଙ୍କୁ ସୁଧାରିବାକୁ ସାମାଜିକ ଲଜ୍ୟାର ବ୍ୟବସ୍ଥା କରାଯାଇଚ୍ଥି । ୱାଲ ଅପଂ୍ ପେଂମ୍ ବା ସେମ୍ ଅର୍ଥାତ୍ କାନ୍ଥରେ ପ୍ରଶଂସା ବା ଲଜ୍ୟାକୁ ପ୍ରଦର୍ଶିତ କରି ସେମାନଙ୍କୁ ଉତ୍ସାହିତ କରାଯିବାର ଏକ ଅଭିନବ ଉଦ୍ୟମ ଆରମ୍ଭ କରାଯାଇଚ୍ଥି ବୋଲି ଜିଲ୍ଳ୍ାପାଳ ରଂଜନ କୁମାର ଦାସ ସୂଚନା ଦେଇଚ୍ଥନ୍ତି ।
ଜିଲ୍ଳ୍ା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଏକ ଅଭିନବ ବ୍ୟବସ୍ଥାର ଶୁଭାରମ୍ଭ କରିଚ୍ଥନ୍ତି ଜିଲ୍ଳ୍ାପାଳ । ପଂଚାୟତିରାଜ ବିଭାଗ ଅଧିନରେ କାର୍ଯ୍ୟକାରୀ ହେଉଥିବା ବିବିଧ ଯୋଜନାର ସପଂଳ ରୂପାୟନର ମୂଲ୍ୟାଙ୍କନ କରାଯାଇ ମାସିକ ଭାବେ କର୍ମଚାରୀଙ୍କ ନାମ ଓ ପଂଟୋ ପ୍ରଦର୍ଶିତ ହେବ । ଏହାଦ୍ୱାରା ପ୍ରତ୍ୟେକଙ୍କ ମଧ୍ୟରେ ଏକ ସ୍ୱଚ୍ଚ୍ଥ ପ୍ରତିଯୋଗିତାର ମନୋଭାବ ବୃଦ୍ଧି ପାଇବ ଓ ସାଧାରଣ ଲୋକଙ୍କୁ ଉନ୍ନତ ସେବା ମିଳିବ ବୋଲି ଜିଲ୍ଳ୍ାପାଳ ଶ୍ରୀ ଦାସ କହିଚ୍ଥନ୍ତି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳଙ୍କ ସମେତ ଜିଲାର ବିଭିନ୍ନ ବିଭାର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।