ଭୁବନେଶ୍ୱର : ବିଜେଡି ମୁଖପାତ୍ର ସସ୍ମିତ୍ ପାତ୍ରଙ୍କ ନାଁରେ ବିଜେପିର ସଂଗୀନ ଅଭିଯୋଗ। ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା ଏକ ପ୍ରେସ୍ମିଟ୍ କରି କହିଛନ୍ତି, ସସ୍ମିତ୍ଙ୍କ ଛତ୍ରଛାୟାରେ ଅଛନ୍ତି ଗୁଡ଼ ନ୍ୟୁଜ୍ ଇଣ୍ଡିଅା ମୁଖ୍ୟ ଫୟାଜ ରେହମାନ। ସସ୍ମିତ୍ଙ୍କ ଜରିଅାରେ ଫୟାଜ ଓଡ଼ିଶାରେ କାୟା ବିସ୍ତାର କରିଥିବା ପ୍ରଭାତୀ ଅଭିଯୋଗ କରିଛନ୍ତି।ଢେଙ୍କାନାଳ ସେଲଟର ହୋମ୍ ନିର୍ଯାତନା ପ୍ରତିବାଦରେ ବିକ୍ଷୋଭ କରିବ ବିଜେପି। ୭ ଓ ୮ ତାରିଖ ଦୁଇ ଦିନ ଧରି ୩୦ଟି ଜିଲ୍ଲାରେ ପ୍ରତିବାଦ ସଭା କରାଯିବ। ବିଭାଗୀୟ ମନ୍ତ୍ରୀଙ୍କ ଇସ୍ତଫା ଦାବି ସହ କୁଶପୁତ୍ତଳିକା ଦାହ କରିବ ଦଳ। ତେବେ ପ୍ରଭାତୀଙ୍କ ଅଭିଯୋଗ ଉପରେ ସସ୍ମିତ୍ ପାତ୍ରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
