ପାଟଣାଗଡ଼ ବ୍ୟୁରୋ:୦୬/୦୧(ନରେନ୍ଦ୍ର ନେଗୀ) ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ଧୂମାଭଟା ଗାଁର ଜଲିଆ ଛକ ନିକଟରେ ପାଟଣାଗଡ଼ ଲାୟନ୍ସ କ୍ଳବ ତରଫରୁ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି |ଏହି ଶିବିର ରେ ୫୦୦  ରୁ ଉର୍ଦ୍ଧ ଲୋକ ପଞ୍ଜିକରଣ କରି ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ |ଏଥିରେ ଡାକ୍ତର ହେମନ୍ତ କୁମାର ମେହେର,ସୁବ୍ରତ ସାହୁ,ପ୍ରକାଶ ମେହେର,ମାନସ ପାଢ଼ୀ, ବେଣୁଧର ରାଉତ, ସ୍ନେହଶ୍ରୀ ମିଶ୍ର ଉପସ୍ଥିତ ରହି ରୋଗୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ |

ଟେକନିସିଆନ ଭାବେ ନିହାର ମେହେର, ସୁରଥ ମହାନନ୍ଦ,ସ୍ୱାସ୍ଥ୍ୟକର୍ମୀ ପ୍ରୟାଟି ମେହେର, ମିନାକ୍ଷୀ ବର୍ଗେ,ସଂଗୀତା ସ୍ୱାଇଁ,ଫାର୍ମାସିଷ୍ଟ ଭାବେ ତାପସ ବେହେରା, ମୋହନ ମଲିକ, ମନୋଜ ଆଚାର୍ଜ୍ୟ ପ୍ରମୁଖ ଙ୍କ ଉପସ୍ଥିତ ରହି ରହି ଲୋକ ମାନଙ୍କୁ ସେବା ଯୋଗାଉଥିଲେ |ଅପହଞ୍ଚ ଗାଁରେ ସ୍ୱାସ୍ଥ୍ୟ ସେବା ଏହି କ୍ଳବ ର ଲକ୍ଷ୍ୟ ରହିଥିବା ବେଳେ ଉକ୍ତ  ଶିବରେ ବିଭିନ୍ନ ବିଭାଗ ର ଡାକ୍ତର ମାନେ ଉପସ୍ଥିତ ରହି ଲୋକ ମାନଙ୍କ ଆଖି, ବ୍ଲଡ଼ ପେସର ସୁଗର ଆଦି ରୋଗର ପରୀକ୍ଷା କରି ସେମାନଙ୍କୁ ମାଗଣା ରେ ଔଷଧ ବଣ୍ଟନ କରିଥିଲେ |

ଗାଁ ରେ ଏମିତି ଶିବିର ଆୟୋଜିନ କୁ ନେଇ ଲୋକମାନେ ମଧ୍ୟ୍ୟ ବହୁତ ଖୁସି ଅନୁଭବ କରିଥିଲେ ଏବଂ ବହୁ ସଂଖ୍ୟା ରେ ଯୋଗଦାନ କରି ଡାକ୍ତରୀ ପରୀକ୍ଷା କରିଥିଲେ |ଏଥିରେ କ୍ଳବ ର ସଭାପତି ବୀରେନ୍ଦ୍ର କୁମାର ପାତ୍ର,ପ୍ରଦୀପ ବଂଶଳ,କୁନା ସରାଫ,ଶ୍ରୀକାନ୍ତ ପାତ୍ର,ସୁନୀଲ ଅଗ୍ରବାଳ, ଦର୍ପ ପଟ୍ଟନାୟକ,ସୁନୀଲ ଅଗ୍ରବାଲ,ଗଜାନନ ଅଗ୍ରବାଲ ପ୍ରମୁଖ ସହଯୋଗ କରିଥିଲେ |