
ନବରଙ୍ଗପୁରଛ ନବରଙ୍ଗପୁର ଜିଲ୍ଲା ଓ ଦୌରା ଜଜ ଶ୍ରୀ ସୁବ୍ରତ ମହାନ୍ତି ଏକ ହତ୍ୟା ଘଟଣା ର ବିଚାରଣା କରି ଅଭିଯୁକ୍ତ ରଞ୍ଜିତା ହରିଜନ କୁ ପ୍ରମାଣ ଅଭାବରୁ ନିର୍ଦୋଷରେ ଖଲାସ କରିଛନ୍ତି । ସୂଚନା ଅନୁଯାୟୀ , ଖାତିଗୁଡା ଥାନା ଅନ୍ତର୍ଗତ ପଡାପଲା ଗ୍ରାମର ପ୍ରତିମା ଜାନି ଗତ 31/08/2020 ତାରିଖରେ ତାଙ୍କ ସ୍ଵାମୀ ସୁବାଷ ଜାନି ନିଖୋଜ ସମ୍ପର୍କିତ ଏକ ଅଭିଯୋଗ କରିଥିଲେ ।
ପୋଲିସ ସବ ଇନିସ୍ପେକ୍ଟର ପର୍ଶୁରାମ ସାହୁ ଘଟଣାର ତଦନ୍ତ କରି ପଡାପଲା ଗ୍ରାମର ଜଙ୍ଗଲରୁ ନିଖୋଜ ହୋଇଥିବା ସୁବାଷ ଜାନିଙ୍କ ମର ଶରୀରକୁ ହାତ ବନ୍ଧା ଅବସ୍ଥାରେ ଉଦ୍ଧାର କରିଥିଲେ । ପୋଲିସ ଏହାକୁ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରିବା ପରେ ମୃତକ ସୁବାଷଙ୍କ ମୋବାଇଲ ସିମ ର ସି ଡି ଆର ଏବଂ ଏସ ଡି ଆର ପରୀକ୍ଷା କରିଥିଲା ।
ଏହି ମାମଲାରେ ଗୁଡୁ ଅରଫ ମୋହନ ବାଘ ଓ ରଞ୍ଜିତା ନାଗ ଓରଫ ରଞ୍ଜିତା ହରିଜନଙ୍କୁ ହତ୍ୟା ଓ ପ୍ରମାଣ ଲୁଚେଇବା ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଜିଲ୍ଲା ଦୌରା ଜଜ ସୁବ୍ରତ ମହାନ୍ତି ଏହି ମାମଲାକୁ ବିଚାରଣା କରିବା ସହ ସମସ୍ତ ୧୧ ଜଣ ସାକ୍ଷ୍ୟ ପ୍ରମାଣ କୁ ଆଧାର କରି ମୁଦୁଲା ରଞ୍ଜିତା ହରିଜନ ଓରଫ ରଞ୍ଜିତା ନାଗ କୁ ପ୍ରମାଣ ଅଭାବରୁ ନିର୍ଦୋଷରେ ଖୋଲାସ କରିଛନ୍ତି । ଏହି ମାମଲାରେ ମୁଦୁଲାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ତପନ କୁମାର ସିଂ ଓ ତାଙ୍କ ସହଯୋଗୀ ଅଶୋକ ନାୟକ କେସ କୁ ପରିଚାଳନା କରିଥିଲେ ।