ଧର୍ମଗଡ଼ ତା ୨୯/୭/୨୫ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ର ତିନିଗୋଟି ଗ୍ରାମପଞ୍ଚାୟତ କୁ ଆଜି ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀ ଜନସଂପର୍କ ଯାତ୍ରା ଆରମ୍ଭ କରିଥିଲେ ପ୍ରଥମେ ଵଡଘୁମେର ଗ୍ରାମ ପଞ୍ଚାୟତ ର ଖୁଟଳୁଗୁଡା ଗ୍ରାମ ରୁ ଆରମ୍ଭ କରି ଲୋକଙ୍କ ସମସ୍ୟା ଶୁଣିବା ସହିତ ସମସ୍ୟା ସମାଧାନ ପୂରଣ ପାଇଁ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀ ପ୍ରତିଶ୍ରୁତି ଦେଇଥିଲେ।

ଏହି ଜନସମ୍ପର୍କ ପଦଯାତ୍ରା ରେ ପର୍ଲା ମଣ୍ଡଳ ସଭାପତି ଅଭୟ ମେହେର, ଧର୍ମଗଡ଼ ନଗର ମଣ୍ଡଳ ସଭାପତି ସୈାରଭ ମିତ୍ତଲ , ଯୁବ ନେତା ହିମାଂଶୁ ଶେଖର ପଣ୍ଡା, ରାଜ୍ୟ ପରିଷଦ ସଦସ୍ୟ ଅପ୍ରେସ ସ୍ଵାଇଁ, ଧର୍ମଗଡ଼ ପୂର୍ବତନ ନଗର ମଣ୍ଡଳ ସଭାପତି ହେମନ୍ତ କୁମାର ମାଝୀ ସମେତ ପ୍ରତ୍ୟେକ ଗ୍ରାମବାସୀ ସମେତ ଭାରତୀୟ ଜନତା ପାର୍ଟିର କାର୍ଯ୍ୟ କର୍ତ୍ତା ସହିତ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଧର୍ମଗଡ଼ ରୁ ହେମନ୍ତ କୁମାର ମାଝୀ