ପୁରୀ : ବିଶ୍ଵ ମାନବ ଚାଲାଣ ନୀରୋଧ ଦିବସ ଉପଲକ୍ଷେ ମଙ୍ଗଳବାର ଦିନ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଓ ରୁଚିକା ସମାଜ ମଙ୍ଗଳ ସଂଗଠନ ପକ୍ଷରୁ ସଚେତନତା ଓ ଆଗକୁ କିପରି ମାନବ ଚାଳନା ବା ଶିଶୁ ଚାଲାଣ କୁ ସମାପ୍ତ କରାଯାଇ ପାରିବ ସେହି ସମ୍ଵନ୍ଧରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି I

ଏହି ବୈଠକରେ ମୁଖ୍ୟ ବକ୍ତା ଭାବେ ଜିଲ୍ଲା ଶିଶୁ ମଙ୍ଗଳ ସମିତି ର ଅଧ୍ୟକ୍ଷ ଡାକ୍ତର ଅଜିତ କୁମାର ମହାପାତ୍ର ଯୋଗ ଦେଇଥିଲେ, ରୁଚିକା ସମାଜ ମଙ୍ଗଳ ସଂଗଠନ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାକ୍ତର ବେଣୁଧର ସେନାପତି ସଭା ପରିଚାଳନା କରିଥିଲେ,

ଏତଦ୍ ବ୍ଯତୀତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସଦସ୍ୟ, ଚାଇଲ୍ଡ ଲାଇନ, ସଦର ଥାନା ଅଧିକାରୀ ତପନ କୁମାର ପ୍ରଧାନ, ସମୁଦ୍ର କୂଳ ଥାନା ରୁ SI. , RPF SI , GRPS, ଓ ରୁଚିକା ସମାଜ ମଙ୍ଗଳ ସଂଗଠନ ର କର୍ମକର୍ତ୍ତା ମାନେ ଯଥା ହେମନ୍ତ କୁମାର ଦାଶ ତଟିନୀ ବିଶ୍ଵାଳ, ପ୍ରୀତିପ୍ରଜ୍ଞା ସ୍ଵାଇଁ, ଚନ୍ଦନ ସାହୁ ଓ ସ୍ମୃତିରେଖା ମିଶ୍ର ଇତ୍ୟାଦି ସହଯୋଗ କରିଥିଲେ I