ପୁରୀ : ୧୮.୫(ମନୋଜ କୁମାର ବଳୀୟାରସିଂ)ରବିବାର ପୁରୀ ରୋଟାରୀ କ୍ଲବ ତରଫରୁ ପୁରୀ ଖଡିପଦା ବାତ୍ୟା ଆଶ୍ରୟ ସ୍ଥଳି ଠାରେ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଅଛି ।ଜେପିଏମ ରୋଟାରୀ କ୍ଲବ ଅଫ କଟକ ଚକ୍ଷୁ ଚିକିତ୍ସାଳୟର ଡାକ୍ତର ସୌମ୍ୟା ସୁଚାରିତା ହୋତା , ରେଖା ଦାସ,ତୃପ୍ତି ରେଖା ଦଳେଇ,ପ୍ରସନ୍ନ ଜିତ ମହାନ୍ତି ,କ୍ୟାମ୍ପ ଅଫିସର ବିବେକାନନ୍ଦ ଦଳେଇ ସମସ୍ତ ରୋଗୀ ଙ୍କ ଚକ୍ଷୁ ପରୀକ୍ଷା କରିଥିଲେ

ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଦନ୍ତ ବିଭାଗ ଡାକ୍ତରଙ୍କ ଦ୍ୱାରା ସମସ୍ତ ରୋଗୀଙ୍କ ଦନ୍ତ ପରୀକ୍ଷା କରାଯାଇଥିଲା।ଏହି କାର୍ଯ୍ୟକ୍ରମ କୁ ପୁରୀ ରୋଟାରୀ କ୍ଲବର ସଭାପତି ଶ୍ରୀଯୁକ୍ତକୃଷ୍ଣ ଚନ୍ଦ୍ର ପାତ୍ର, ସଂପାଦକ ଶ୍ରୀଯୁକ୍ତଶୈଳେଶ କୁମାର ବେହେରା ଏବଂ ଅନେକ ରୋଟାରିଆନ ଉପସ୍ଥିତ ରହି ସୁଚାରୁ ରୁପେ ପରିଚାଳନା କରିଥିଲେ।