
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ମୁଣ୍ଡିବେଡା ଗ୍ରାମ ବାଗବେଡା ଠାରୁ ଛତିଶଗଡ ସୀମା ମୂଖ୍ୟମନ୍ତ୍ରୀ ସଡ଼କ ଯୋଜନା ରାସ୍ତା ଦୈର୍ଘ୍ୟ 14.700 k.m ପିଚୁ ରାସ୍ତା ର କାର୍ଯ୍ୟାରମ୍ଭ ତା -29/01/2024 ରିଖ କାର୍ଯ୍ଯ ଶେଷ ତା- 28/01/2025 ବୋର୍ଡ ରେ ଲିଖିତ ରହିଛି ଏହି ରାସ୍ତା 4ମାସ ଆଗରୁ ପିଚୁ ପଡିଛି। ମାତ୍ର ଏହି ରାସ୍ତା ଏତେ ନିମ୍ନ ମାନର ନିର୍ମାଣ କାର୍ଯ୍ୟ ହୋଇଛି ହାତରେ ପିଚୁ ବହାରି ପଡୁଛି । ଅନେକ ଜାଗାରେ ଆପେ ଆପ ପିଚୁ ବାହାରିଛି । ଏହି ରାସ୍ତା ରେ ଅନେକ ଜାଗାରେ ଗାର୍ଡ ୱାଲ କାମ ହେଉଛି ଓ ରାସ୍ତା କୋଡରେ ବହି ଯାଇଥିବା ମାଟି ବାଲି ରେ ପ୍ଲାଷ୍ଟରିଂ କାମ କରୁଛନ୍ତି l
ବାଲି ରେ କଂକ୍ରିଟ କାମ ପରିବର୍ତ୍ତେ ଡଷ୍ଟ ରେ କାମ କରୁଛନ୍ତି । ଏହି ଉପାନ୍ତ ଅଞ୍ଚଳରେ ପ୍ରଶାସନର ନଜର ନ ପଡ଼ିବା ଯୋଗୁ ବିଭାଗୀୟ ଅଧିକାରୀ ଓ କଣ୍ଟ୍ର।କ୍ଟରଙ୍କ ମଧୁଚନ୍ଦ୍ରିକାରେ ନିମ୍ନ ମାନର ନିର୍ମାଣ କାର୍ଯ୍ୟ କରି ଟଙ୍କା ହଡ଼ପ କରୁଛନ୍ତି । ଏହି ନିମ୍ନ ମାନର ରାସ୍ତା କାମର ଅଭିଯୋଗ ପରେ କଂଗ୍ରେସ ଦଳର ବରିଷ୍ଟ ନେତା ଶ୍ରୀ ସନରାଜ ଗଣ୍ଡ ଅଞ୍ଚଳ ଗସ୍ତ ସହ କାର୍ଯ୍ୟର ଅନୁଧ୍ୟାନ କରି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ଓ ବିଭାଗୀୟ ଅଧିକାରୀ ଏଥିପ୍ରତି ବିହୀତ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି । ନଚେତ ଆଗମୀ ଦିନରେ ଗ୍ରାମ୍ୟ ବିଭାଜନ କାର୍ଯ୍ୟଳୟ ଘେରାଉ କରାଯିବ ବୋଲି ସୂଚନା ଦେଇଛନ୍ତି ।