ନବରଙ୍ଗପୁର: ୩୧ /୦୭ ଆଜୀବନ ବନ୍ଦୀ ଶ୍ରୀ ଦୁଲୁ ହରିଜନ ବୟସ ୭୪ ବର୍ଷ ନବରଙ୍ଗପୁର ଉପ କାରାଗାର ଦୀର୍ଘ ୧୮ ବର୍ଷ କାଳ ଆଜୀବନ ବନ୍ଦୀ ଭାବରେ ଜୀବନ ଅତିବାହିତ କରୁଥିଲେ । ଉପ କାରାଗାର ନବରଙ୍ଗପୁର ପରିଦର୍ଶନ ସମୟରେ ଏହି ବିଷୟ ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁରଙ୍କ ଗୋଚରକୁ ଆସିଥିଲା । ଏ ସମ୍ପର୍କରେ ଅଧ୍ୟକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ଶ୍ରୀଯୁକ୍ତ ସୁବ୍ରତ ମହାନ୍ତିଙ୍କ ସହ ଆଲୋଚନା ପରେ, ଅଧ୍ୟକ୍ଷ ନିର୍ଦେଶ କ୍ରମେ ଉକ୍ତ ବନ୍ଦୀଙ୍କ ସମୟ ପୂର୍ବରୁ ମୁକ୍ତି ନିମନ୍ତେ, ଉପକାରାଗାର ନିର୍ଦ୍ଧେଶକ, ଭୁବନେଶ୍ବରଙ୍କୁ ଦ୍ରୁଷ୍ଟି ଆକର୍ଷଣ କରାଯାଇ ରାଜ୍ୟ ବାକ୍ୟ ସମୀକ୍ଷ୍ୟ ବୋର୍ଡ ବୈଠକରେ ଶ୍ରୀ ଦୁଲୁ ହରିଜନ ନାମଙ୍କୁ ମଞ୍ଜୁର କରିବା ନିମନ୍ତେ ପ୍ରତାଳପ କରଯାଇଥିଲା।

ଛୟାଳିଶି ତମ ରାଜ୍ୟ ବାକ୍ୟ ସମୀକ୍ଷ୍ୟ ବୋର୍ଡରେ ତା୧୭/୦୫/୨୦୨୫ ରିଖ ବୈଠକରେ, ବନ୍ଦୀଙ୍କ ସମୟ ପୂର୍ବରୁ ମୁକ୍ତି ନିମନ୍ତେ ଆଲୋଚନା କରଯାଇ ସର୍ବସମତି କ୍ରମେ ଶ୍ରୀ ହରିଜନକୁ ମୁକ୍ତି କରିବା ପାଇଁ ଆଦେଶ ମଞ୍ଜୁର ହୋଇଥିଲା। ଗତ ତାରିଖ ୧୯/୦୭/୨୦୨୫ ସରକାରଙ୍କ ଉପ-ସଚିବ, ଆଇନ ବିଭାଗ, ଓଡିଶା ବନ୍ଦୀ ଭାବେ ଜୀବନ କଟୁଥିବା ଦୁଲୁ ହରିଜନକୁ ମୁକ୍ତ ନିମନ୍ତେ ଆଦେଶ ପ୍ରଦାନ କରିଥିଲେ ।

ତଦନୁଯାଇ ଦୁଲୁ ହରିଜନକୁ ତାଙ୍କ ଘରେ ନେଇ ଛଡା ଯାଇଥିଲା କିନ୍ତୁ ତାଙ୍କ ସମ୍ପର୍କୀୟ ମନ।କରିବାରୁ ନିର୍ମଲ ଆକାଶ ବୃଦ୍ଧ।ଶ୍ରମରେ, ତେନ୍ତୁଳିଖୁଣ୍ଟିରେ ଅସ୍ଥାୟି ରୂପେ ଥଇଥାନ କରଯାଇଥିଲା । ମାନ୍ୟବର ଜିଲ୍ଲା ଦୌରାଜର୍ଜ ଶ୍ରୀଯୁକ୍ତ ସୁବ୍ରତ ମହାନ୍ତିଙ୍କ ନିର୍ଦ୍ଧେଶ କ୍ରମେ ପାର। ଲିଗାଲ ସ୍ବଚ୍ଛ।ସେଵୀ ହରେଶ ହରିଜନକୁ ଘର ଲୋକଙ୍କ ସହ ବୁଝାସୁଝା କରିବା ପାଇଁ ନିର୍ଦ୍ଧେଶ ଦିଆଯାଇଥିଲା । ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ପ୍ରତକ୍ଷ୍ୟ ତତ୍ଵ।ବଧ।ନରେ ଦୁଲୁ ହରିଜନକୁ ସମ୍ପର୍କୀୟ ପରିବାର ବର୍ଗଙ୍କ ଦାୟିତ୍ଵରେ ଛଡ଼ାଯାଇଥିଲା