ଧର୍ମଗଡ଼ ତା ୨୯/୭(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଠାରେ ଭାରତୀୟ ଜନତା ପାର୍ଟି କଳାହାଣ୍ଡି ମହିଳା ମୂର୍ଚ୍ଛା ପକ୍ଷରୁ ଆଜି ଧର୍ମଗଡ଼ ଚାରିଛକ ଠାରେ ମହିଳା ମୂର୍ଚ୍ଛା ନେତ୍ରୀ ନିରୁପମା ନାଏକ ଙ୍କ ଅଧ୍ୟକ୍ଷତା ରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଏଵଂ ବିଜେଡି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଲା ଦାହ କରାଯାଇଥିଲା।

ଏଫ୍ ଏମ୍ କଲେଜ୍ ର ଛାତ୍ରୀ ସୈମ୍ୟ ଶ୍ରୀ ଙ୍କ ଘଟଣା କୁ ନେଇ ବିରୋଧୀ କଂଗ୍ରେସ ଦଳର ପିସିସି ସଭାପତି ଭକ୍ତ ଚରଣ ଦାସ ଏଵଂ ବି,ଜେ,ଡି ଦଳ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଇସ୍ତଫା ଦେବା ପାଇଁ ଦାବୀ କରୁଥିବା ବେଳେ କଂଗ୍ରେସ ରାଜ୍ୟ ଛାତ୍ର ସଭାପତି ଉଦିତ ପ୍ରଧାନ ଓ ବିଜେଡ଼ି କରପୁରେଟର ଅମରେଶ ଜେନା ମହିଳା ଙ୍କ ଦୁଷ୍କର୍ମ କରି ଏବେ ଜେଲ୍ ରେ ଥିବା ବେଳେ କାହିଁକି ଚୂପ ରହିଛନ୍ତି ବୋଳି ଭାରତୀୟ ଜନତା ପାର୍ଟିର ମହିଳା ମୂର୍ଚ୍ଛା ପକ୍ଷରୁ ପିସିସି ସଭାପତି ଭକ୍ତ ଚରଣ ଦାସ ଙ୍କ ଇସ୍ତଫା ଦାଵି କରୁଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଵଂ ବିଜେଡି ର ନେତା ମାନେ କାହିଁକି ଚୂପ ରହିଛନ୍ତି ବୋଳି ଭାରତୀୟ ଜନତା ପାର୍ଟିର ମହିଳା ମୂର୍ଚ୍ଛା ଦାବି କରିଛନ୍ତି।

ଉକ୍ତ କାର୍ଯ୍ୟକ୍ରମରେ ମହିଳା ମୂର୍ଚ୍ଛା ପକ୍ଷରୁ ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ନିରୁପମା ମେହେର ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁକାନ୍ତି ସା, କାଞ୍ଚନ ବାଗ, ପୂର୍ବତନ ଜିଲ୍ଲାପରିଷଦ ରେଣୁକା ସାହୁ ସମେତ ଅନେକ ମହିଳା ଉପସ୍ଥିତ ଥିବା ବେଳେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀ ଙ୍କ ସମେତ ଧର୍ମଗଡ଼ ନଗର ପାଳ ଅଶୋକ ମହାନ୍ତି ଏଵଂ ଧର୍ମଗଡ଼ ନଗର ମଣ୍ଡଳ ସଭାପତି ସୈାରଭ ମିତ୍ତଲ, ଟିପିଗୁଡା ମଣ୍ଡଳ ସଭାପତି ଲଲିତ ବାଗ, ଖଇରପଦର ମଣ୍ଡଳ ସଭାପତି ଚତୁର୍ଭୁଜ ତାଣ୍ଡି, ପର୍ଲା ମଣ୍ଡଳ ସଭାପତି ଅଜୟ ମେହେର ର ସମେତ ଭାରତୀୟ ଜନତା ପାର୍ଟିର ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।