
ନବରଙ୍ଗପୁର : 30/07(ବେଣୁ ଗୋପାଳ ରାଓ ) ୪ ମାସ ହେବ ପ୍ଲଟ ବିକ୍ରି ହେଇ ପାରୁନି କି ଜମି କୁ ଘରବାଡ଼ି ହେଇ ପାରୁନି ଏବଂ ସାଧାରଣ ବର୍ଗର ଲୋକମାନେ ନିଜ ଝିଅ ର ବାହାଘର , ମେଡିକାଲ କାମରେ ଟଙ୍କା ଅଭାବରୁ ଜମି,ଜାଗା ବିକ୍ରି କରିବାକୁ ଚାହିଁଲେ ଜାଗା ବିକ୍ରି ହେଇପାରୁନି ଯାହା ପଳରେ ଲୋକମାନେ ବେଶୀ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ! ଜମି ମାଲିକ ବା ସାଧାରଣ ଲୋକ ନିଜ ଜମି ବିକ୍ରି କରି ବୋଞ୍ଚିବା କୁ ଚାହୁଁଚନ୍ତି କିନ୍ତୁ ଜମି କି ପ୍ଲଟ ବିକ୍ରି କରି ବା କୁ ନବରଙ୍ଗପୁର ଏବଂ ଉମରକୋଟ ସବ୍ ରେଜିଷ୍ଟର ରେଜିଷ୍ଟ୍ରି କରିବା ପାଇଁ ମନା କରିଦେଉଛନ୍ତି !
ଏବଂ ସରକାର ଙ୍କ ର ଗାଇଡ଼ ଲାଇନ ନିୟମ ଜମି ରେଜିଷ୍ଟେସନ ହେବ କହି ସାଧାରଣ ଲୋକ ଓ ଜମି ମାଲିକ କୁ ପେରାଇ ଦେଉଛନ୍ତି ! ଜମି ମାଲିକ ମାନେ ଗାଇଡ଼ ଲାଇନ କଣ ବୋଲି ରେଜିଷ୍ଟେସନ ଅଫିସ ରେ ପଚାରିଲେ କିଏ ବି କର୍ମଚାରୀ କିଛି କହିପାରୁନାହାନ୍ତି ! ଅଭିବକ୍ତ କୋରାପୁଟ ଜିଲ୍ଲା ଆଦିବାସୀ ଅଞ୍ଚଳ ଏହି ଅଞ୍ଚଳ ରେ ଜନସାଧାରଣ ସରଳ,କିଛି ଯାଇପାରିବିନି ବୋଲି ସରକାର ଏହି ଅଞ୍ଚଳ ରେ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି କିନ୍ତୁ ଜମି ବାଡ଼ି କ୍ରେୟ, ରେଜିଷ୍ଟ୍ରସନ ସମ୍ପର୍କ ରେ ଵା ସରକାର ରୁଲ ବିଷୟରେ ଜାନିପାରୁ ନାହାଁନ୍ତି !
ଏଥିପାଇଁ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଏହି ସବୁ ଅଵ୍ୟସ୍ତା କୁ ନେଇ ଆଜି ଆଜି ପୂର୍ବତନ ଚେୟାରମେନ୍ ଶ୍ରୀ ପ୍ରହଲ୍ଲାଦ ତ୍ରିପାଠୀ , ଟିଙ୍କୁ ଜୈନ, ପରଦେଶୀ , ଶ୍ରୀନିବାସ , ଦୁର୍ଯ୍ୟୋଧନ , ମୁନ୍ନା ପଟ୍ଟନାୟକ ସହ କିଛି ପ୍ଲଟ ମାଲିକ ନବରଙ୍ଗପୁର ରେଜିଷ୍ଟ୍ରସନ ଅଫିସ କୁ ଘେରାଉ କରିବା ସହ ପ୍ରତିବାଦ କରି ଥିଲେ !ଏହି ସମସ୍ୟା ର ସମାଧାନ ଦିଗରେ ଦୃଷ୍ଟି ଦେବାକୁ କହିଥିଲେ ! ରେଜିଷ୍ଟ୍ରସନ ଅଫିସର ଏ ସମ୍ପର୍କ ରେ ଉପର ଅଧିକାରୀ ଜଣାଇଵା ସହ ସମସ୍ୟା ର ସମାଧାନ ଖୁବ ଶୀଘ୍ର ଜଣାଇବି ବୋଲି ପ୍ରତିଶୃତି ଦେଲାପରେ ଜମି ମାଲିକ କିଛି ଦିନ ପାଇଁ ଆନ୍ଧଳନ ରୁ ହଟିଥିଲେ !