
ପୁରୀ; (ମନୋଜ କୁମାର ବଳିଆରସିଂ)ଶିକ୍ଷାନୁଷ୍ଠାନର ସୁସ୍ଥ ପରିବେଶ ପାଇଁ ଅଧିକ ରୁ ଅଧିକ ବୃକ୍ଷରୋପଣ ଏକ ଆବଶ୍ୟକତା ବୋଲି କହିଛନ୍ତି ପ୍ରକୃତିବନ୍ଧୁ ବଦ୍ରି ମିଶ୍ର। ସମର୍ପଣ ଅନୁଷ୍ଠାନ ପକ୍ଷରୁ ଡ଼ଃ ଅଭିମନ୍ୟୁ ଭୂୟାଁ ଓ ସଂପାଦିକା ଜୟନ୍ତୀ ମହାପାତ୍ରଙ୍କ ନେତୃତ୍ଵରେ ସରକାରୀ ଶିଳ୍ପ ଶିକ୍ଷାନୁଷ୍ଠାନ ଆଇଟିଆଇ ପରିସରରେ ପ୍ରକୃତି ମିତ୍ର ମଧୁସୂଦନ ମିଶ୍ର, ଗୋବିନ୍ଦ ପାତ୍ର, ସୌମ୍ୟରଞ୍ଜନ ପାତ୍ର,ଶିବ ସେନାପତି,କେଦାରନାଥ ମହାପାତ୍ର, ଶ୍ରୀମତୀ ଚନ୍ଦ୍ରମଣି ଦାସ ଶିକ୍ଷାନୁଷ୍ଠାନ ପକ୍ଷରୁ ଶ୍ରୀକାନ୍ତ ଜେନା,ପ୍ରଦୀପ ଗିରି,ସନାତନ ସାହୁ, ପ୍ରଦ୍ୟୁମ୍ନ ମହାପାତ୍ର ଓ ପ୍ରଭାତ ନାୟକ ୩୦ଟି ବୃକ୍ଷରୋପଣ କରିଥିଲେ।
ପରେପରେ ସମର୍ପଣ ପକ୍ଷରୁ , ଦୀର୍ଘ ପାଞ୍ଚ ବର୍ଷରେ ଏହି ପରିସରରେ ଲଗାଯାଇଥିବା ବୃକ୍ଷଗୁଡିକରେ ଜଳଦାନ କରାଯାଇଥିଲା। ଆଗାମୀ ଅଗଷ୍ଟ ମାସରେ ପୁରୀ ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅନୁଷ୍ଠାନ ପକ୍ଷରୁ ବୃକ୍ଷରୋପଣ କରାଯିବ ବୋଲି ଜୟନ୍ତୀ ମହାପାତ୍ର ଓ ଗୋବିନ୍ଦ ପାତ୍ର ମିଳିତ ଭାବେ ଜଣାଇଛନ୍ତି।