ନବରଙ୍ଗପୁର ୩୧/୦୭ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ପଦାଧିକାରୀ ଓ କର୍ମଚାରୀ ମାନଙ୍କ ତରଫରୁ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ରେ କାର୍ଯ୍ୟରତ ବରିଷ୍ଠ ରାଜସ୍ୱ ସହାୟକ ସଂଗ୍ରାମ କେଶରୀ ପ୍ରଧାନଙ୍କ ସରକାରୀ ସେବା କାର୍ଯ୍ୟରୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା l

ନବରଙ୍ଗପୁର ଜିଲ୍ଲାପାଳ ଡଃ ମହେଶ୍ଵର ସ୍ୱାଇଁ,ଅତିରିକ୍ତ ଜିଲ୍ଲାପାଳ ସାଧାରଣ ତପନ କୁମାର ଖୁଣ୍ଟିଆ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବିଶ୍ଵଜିତ ଚନ୍ଦ୍ର ବର୍ମନ ଙ୍କ ଉପସ୍ଥିତିରେ ହୋଇଥିବା ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ଶ୍ରୀ ପ୍ରଧାନଙ୍କ କାର୍ଯ୍ୟଶୈଳୀ, କାର୍ଯ୍ୟଦକ୍ଷତା, ଅମାୟିକ ବନ୍ଧୁତା, ଏବଂ ସମସ୍ତଙ୍କ ପ୍ରତି ଥିବା ତାଙ୍କର ନିଷ୍ଠାପର ସହଯୋଗ କୁ ମନେ ପକାଇ ଶ୍ରଦ୍ଧାର ସହିତ କୃତଜ୍ଞତା ଜ୍ଞାପନ କରିବା ସହିତ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ କାମନା କରି, ପରିବାର ସହ ଅବସର କାଳୀନ ବାକି ସମୟ ଶୁଭଙ୍କର ହେଉ ବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା ଜଣାଇଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନଙ୍କୁ ପ୍ରୋଭିଜିନାଲ ପେନସନ ପ୍ରଦାନ କରାଯାଇ ଥିଲା l

ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟି ଜିଲ୍ଲାପାଳ ସମୀର ପାତ୍ର ,ସହକାରୀ ଜିଲ୍ଲାପାଳ ଆଶୁତୋଷ ପାତ୍ର, ହେମନ୍ତ ସୌରା, ବିନାୟକ ଖାଡ଼ଙ୍ଗା, ଅଶ୍ୱିନ ମାଝୀ, ଶିବ ଶଙ୍କର ପାଢି,ଜିତେନ୍ଦ୍ର ଚୌଧୁରୀ, ବିଜୟ ସାହୁ, ସୁରେଶ ପଟ୍ଟନାୟକ, ଜିତେନ୍ଦ୍ର ଚୌଧୁରୀ, ସତ୍ୟନାରାୟଣ ସାହୁ, ରାମ ଚନ୍ଦ୍ର ରଘୁ ମଣ୍ଡଳ, ସଞ୍ଜୀବ ପଣ୍ଡା,ଦିବାକର ପଟନାୟକ, ସୁରଚି ବେହେରା, ସୀତାରାମ ବେହେରା, ପ୍ରଣତି ମାଝୀ, କବିତା ବ୍ରହ୍ମା,ଗଗନ ବିଶୋଇ, ହିମାଂଶୁ ଶେଖର ପଟନାୟକ, ହର୍ଷା ଜୈନ, ସଂଯୁକ୍ତା ସାହୁ, ରିନା ପାତ୍ର ପ୍ରମୁଖ ଙ୍କ ସମେତ ଜିଲ୍ଲା କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।