
ଦାବୀ ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ
ଧର୍ମଗଡ଼ : ୩୧/୭(ହେମନ୍ତ କୁମାର ମାଝୀ)ଦେଶର ଭବିଷ୍ୟତ ଗଢୁଥିବା ବିନ୍ଧାଣି, ମଣିଷ ଗଢୁଥିବା କାରଖାନା ରେ ମସଗୁଲ ରେ ଶିକ୍ଷଣ କାର୍ଯ୍ୟ ତୁଳାଇଥାଏ। ନିଜ ଅଧିକାର କ୍ଷୁର୍ଣ୍ଣ ହେଲା ଭଲି ପରିସ୍ଥିତିରେ ସରକାରଙ୍କୁ ଗୁହାରି କରେ, ପରିଶେଷରେ ନିଜକୁ ଆନ୍ଦୋଳନରେ ସାମିଲ୍ କରେ। ଏଭଳି ଏକ ପରିସ୍ଥିତି ଧର୍ମଗଡ ବ୍ଲକରେ ଦେଖିବାକୁ ମିଳିଛି। ସମସ୍ତେ ଅନଲାଇନ୍ ରେ ଶିକ୍ଷକ, ଛାତ୍ର ଛାତ୍ରୀଙ୍କ ଉପସ୍ଥାପନା ଓ ତଥ୍ୟ ଠିକ୍ ସମୟରେ ପ୍ରଦାନ କରିବା ପାଇଁ ସରକାର ୟୁଏଏସ ଲାଗୁ କରିବାକୁ ଯାଉଛନ୍ତି।
ବିଦ୍ୟାଳୟରେ ଆବଶ୍ୟକୀୟ ଭିଭିଭୂମି ନଥାଇ ୟୁ.ଏ.ଏସ୍ ଲାଗୁ କରିବା ବିଭାଗୀୟ ଦୂରଦୃଷ୍ଟିର ଅଭାବ ବୋଲି କଳାହାଣ୍ଡି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ଦାବି କରିଥିବା ବେଳେ ଏହି ପରିପ୍ରେକ୍ଷୀରେ ଧର୍ମଗଡ ଶିକ୍ଷକ ସଙ୍ଘ ପକ୍ଷରୁ ଧର୍ମଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ଅନୁପସ୍ଥିତି ରେ ଧର୍ମଗଡ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅରୂପାନନ୍ଦ ଭୋଇ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସମସ୍ତ ପ୍ରକାର ଭିତ୍ତି ଭୂମି, ପ୍ରଧାନ ଶିକ୍ଷକ,ଅନ୍ୟାନ୍ୟ ଶିକ୍ଷକ ପଦବୀ ପୂରଣ ନ ହେବା ଯାଏଁ ୟୁ ଏ ଏସ ବ୍ୟବସ୍ଥା ସ୍ଥଗିତ ରଖାଯାଉ, ପ୍ରାଥମିକ ଶିକ୍ଷକ ମାନଙ୍କୁ ବିନା ଓଟିଇଟି ପରୀକ୍ଷାରେ ପଦୋନ୍ନତି ପ୍ରଦାନ, ପ୍ରାଥମିକ ଶିକ୍ଷକ ମାନଙ୍କୁ ଅବିକଳ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ,ପ୍ରାଥମିକ ବିଦ୍ୟାଳୟ ରେ ନିୟୋଜିତ ଠିକା ଶିକ୍ଷକ ଙ୍କୁ ନିୟମିତ କରିବା ଭଳି ବିଭିନ୍ନ ଦାବୀ ରହିଛି।
ଦାବିପତ୍ର ପ୍ରଦାନ ସମୟରେ ସଭାପତି କ୍ଷେତ୍ର ମୋହନ ମାଝୀ, ସମ୍ପାଦକ ଆଶିଷ ପ୍ରଧାନୀ, ଜିଲ୍ଲା ସାଙ୍ଗଠନିକ ସମ୍ପାଦକ ପଦ୍ମ ଲୋଚନ ନାଏକ, ଲଳିତ ନାଏକ, ଉଦେ ପ୍ରସାଦ ଜାଲ, ଦୁଲ୍ଲଭ ପଟେଲ, ପ୍ରଭାତ କୁମାର ବାଗ, ବଟକୃଷ୍ଣ ପାତ୍ର, ରୋଜି ଧରୁଆ, ଦେବ ମଣି ସାହୁ, ବିନୋଦ ବିହାରୀ ବାଗ, ଶିଶୁପାଳ ଦୁର୍ଗା, ସମେତ ଅନେକ ଶିକ୍ଷକ ଉପସ୍ଥିତ ଥିଲେ।