ନବରଙ୍ଗପୁର’; ୩୦/୭ଗତକାଲି ଭୁବନେଶ୍ୱର ଲୋକସେବା ଭବନ ଠାରେ ରାଜ୍ୟସ୍ତରୀୟ ସମ୍ପୂର୍ଣତା ଅଭିଯାନରେ ସଫଳତା ହାସଲ କରିଥିବା ଆକାଂକ୍ଷା ଜିଲ୍ଲା ଓ ବ୍ଲକ କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରସ୍କୃତ କରିଛନ୍ତି।ଦୁର୍ଗମ ଓ ସ୍ଥାନୀୟ ଅଞ୍ଚଳର ବିକାଶ କୁ ପ୍ରୋତ୍ସାହିତ କରିବା,ସ୍ଵାସ୍ଥ୍ୟ ଓ ପୋଷଣ,ଶିକ୍ଷା,କୃଷି ସମ୍ବନ୍ଧୀୟ ସୁଚାଙ୍କ କୁ ପରିପୂର୍ଣତା ହାସଲ କରିଥିବା ଆକାଂକ୍ଷା ଜିଲ୍ଲା ଓ ବ୍ଲକ କୁ ସମ୍ମାନୀତ କରିବା ସମ୍ପୂର୍ଣ୍ଣତା ଅଭିଯାନ ର ଅଂଶ ବିଶେଷ।ନବରଙ୍ଗପୁର ଜିଲ୍ଲାର ତ୍ରୈମାସିକ ଗର୍ଭବତୀ ଓ ଶିଶୁଙ୍କ ଟୀକାକରଣ,ପୋଷଣ,ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ,ବିଦ୍ୟାଳୟରେ ପୁସ୍ତକ ବଣ୍ଟନ,ସ୍କୁଲରେ ବିଦ୍ୟୁତିକରଣ,ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗର ସ୍କ୍ରିନିଂ,ଆର୍ଥିକ ଅନ୍ତଭୁକ୍ତିକରଣକୁ ପାଥେୟ କରି ନବରଙ୍ଗପୁର ଜିଲ୍ଲା ୬ ଟି ସୂଚାଙ୍କ ପରିପୂର୍ଣ୍ଣତା ଲାଭ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଜିଲ୍ଲାକୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରିଥିଲେ

ଜିଲାପାଳ ଡ ମହେଶ୍ବର ସ୍ୱାଇଁ ମଞ୍ଚରେ ଏହି ପଦକ ଗ୍ରହଣ କରିଥିଲେ।ସେଭଳି ୬ ସୁଚାଙ୍କ ପୂର୍ଣ୍ଣତା ହାସଲ କରି ଡ଼ାବୁ ଗାଁ ବି ଡି ଓ ଶରତ କୁମାର ମାଝୀ ଆକାଂକ୍ଷା ବ୍ଲକ ରୂପେ ସି ଡି ଓ,ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ ଙ୍କ ସହ ସ୍ୱର୍ଣ୍ଣ ପଦକ ଗ୍ରହଣ କରିଥିଲେ। ତେନ୍ତୁଳିଖୁଣ୍ଟି ବ୍ଲକ ୩ ସୁଚାଙ୍କ ହାସଲ କରିଥିବାରୁ ବି ଡି ଓ ମନୋଜ କୁମାର ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀ ଙ୍କ ଠାରୁ ତାମ୍ର ପଦକ ଗ୍ରହଣ କରିଥିଲେ।ମଞ୍ଚରେ ପୂର୍ବତନ ଜିଲ୍ଲାପାଳ ଡ଼ କମଳ ଲୋଚନ ମିଶ୍ର ଏବଂ ଡ଼ା ଶୁଭଙ୍କର ମହାପାତ୍ର ଙ୍କୁ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ର ସଫଳ ରୂପାୟନ ପାଇଁ ମୁଖ୍ୟମନ୍ତ୍ରୀ ସମ୍ମାନୀତ କରିଥିଲେ।ସୁଚନା ଯୋଗ୍ୟ ଯେ ଆସନ୍ତା ଅଗଷ୍ଟ ୨ ତାରିଖ ରୁ ୮ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ପୋଲିସ ପଡିଆ ଠାରେ ସମ୍ପୂର୍ଣତା ଅଭିଯାନ ସମ୍ମାନ ସମାରୋହ ସହ ଆକାଂକ୍ଷା ହାଟ ଅନୁଷ୍ଠିତ ହେବ।