
କେସିଙ୍ଗା ( ପ୍ରୀତେଶ ପଟେଲ)ଆରମ୍ଭ ହେବା ପୂର୍ବରୁ ଦାବି ଆରମ୍ଭ ହେଲା ପରେ ବି ଦାବି ।ଆମେ କହୁଛୁ କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେ ନିର୍ମାଣାଧୀନ ରହିଥିବା ROB କୁ ନେଇ ।କେସିଙ୍ଗା ସହର ମଧ୍ୟ ଦେଇ ଗତି କରିଛି ୨୬ ନମ୍ବର ଜାତୀୟ ରାଜପଥ ।ଏହି ରାଜପଥ ଦେଇ ଏକ ରେଳ ଲାଇନ ମଧ୍ୟ ରହିଛି ,ଏହାକୁ ନେଇ ଅଞ୍ଚଳ ବାସି ବହୁ ଅସୁବିଧା ର ସମ୍ମଖିନ ହେଲା ପରେ ସ୍ଥାୟୀ ସମାଧାନ ପାଇଁ ଦୀର୍ଘ ଦିନ ଧରି ଆନ୍ଦୋଳନ କଲେ ପରେ ସରକାର ଲୋକଙ୍କ ଦାବି କୁ ମାନି ନେଇ ଏକ RUB ନିର୍ମାଣ କଲେ ।
ସେହି ସମୟ ରେ ଏକ ROB କିମ୍ବା ଏକ ବାଇପାସ ରାସ୍ତା ପାଇଁ କେସିଙ୍ଗା ବାସି ଦାବି କଲେ ସରକାର ଲୋକଙ୍କ କଥାକୁ ଗୁରୁତ୍ଵ ଦେଇ ଏକ ROB ପାଇଁ 350 କୋଟି ଟଙ୍କା ଅନୁମୋଦନ ମଧ୍ୟ କଲେ ।ହେଲେ ନିର୍ମାଣ ଧିନ ROB କୁ ନେଇ ବାଦ ବିବାଦ ଲାଗି ରହିଛି ।ବାଦ ବିବାଦ ଏଥି ପାଇଁ ଯେ ଏହି ROB ଟି ସହର ର ମଧ୍ୟ ଭାଗରେ ଜାତୀୟ ରାଜପଥ ସହିତ ସଂଯୋଗ ହୋଇଛି ଯାହା କି ସହର ପାଇଁ ଆଗକୁ ବିପଦ କୁ ନିମତ୍ରଣ କରି ପରେ ବୋଲି ସହର ସାରା ଚର୍ଚା ହେଉଛି ।
ଏହାକୁ ନେଇ ବିଭିନ୍ନ ସଙ୍ଗଠନ ପକ୍ଷରୁ ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ହାଇକୋର୍ଟ ଙ୍କ ଦ୍ବାରସ୍ଥ ମଧ୍ୟ ହୋଇସାରିଲାଣି ସ୍ଥାନୀୟ ବାସିନ୍ଦା ।ସେ ଯାହା ହେଉ କେସିଙ୍ଗା ସହର ର ଦିନକୁ ଦିନ ବଢି ହଲିଥିବା ଟ୍ରାଫିକ ସମସ୍ୟା କୁ କିଛି ମାତ୍ରା ରେ ନିୟନ୍ତ୍ରଣ କରିବା ରେ ସହାୟକ ହେବ ROB । ଏହି ବାଦ ବିବାଦ କୁ ନେଇ ସ୍ଥାନୀୟ ଲୋକ କଣ କହୁଛନ୍ତି ଆସନ୍ତୁ ଶୁଣିବା ।