
ବୌଦ୍ଧ ( ଚିତ୍ତରଞ୍ଜନ ସିଂହ) ହଲ ବୁଲାଇଲେ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନ lଧାନ ବୁଣିଲେ ଜିଲ୍ଲାପାଳ ବୌଦ୍ଧ ଜିଲ୍ଲା ପାଲଝାର ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ଫାର୍ମ ଠାରେ କୃଷି ଭିତିକ ପର୍ବ ଅକ୍ଷୟ ତୃତୀୟା ଦିବସ ଵା ଅଖିମୁଥି ଅନୁକୂଳ ଅନୁଷ୍ଠିତ ହୋଇଯାଇଅଛି l
ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନ ଯୋଗ ଦେଇ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ହଲ ବୁଲାଇଥିଲେ ଏହାପରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଯୋଗ ଦେଈ ଟୋକେଇ ଧରି ଧାନ ବୁଣିଥିଲେ l
ଅକ୍ଷିମୁଠି ବା ଅକ୍ଷୟମୁଠି ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ କରିଥିଲେ ଉଭୟ ବିଧାୟକ ଓ ଜିଲ୍ଲାପାଳ l ଆଜିର ଦିନରେ ଅକ୍ଷୟ ତୃତୀୟାକୁ ସାରା ଭାରତ ବର୍ଷରେ ଏକ ଅନୁକୂଳର ଦିନ ବୋଲି କୁହାଯାଏ ।ଚଳିତ ବର୍ଷରେ କିଭଳି ଭଲ ଫସଲ ହେବ ସେ ନେଇ ଚାଷୀକୂଳ ଆଜିର ଦିନରେ ଶୁଭ ମନାସି ନିଜେ ନିଜେ ଚାଷ ଜମିରେ ଲକ୍ଷ୍ମୀ ଠାକୁରାଣୀ ଙ୍କୁ ପୂଜାର୍ଚ୍ଚନା କରିବା ପରେ ତା’ର ଚାଷ କାର୍ଯ୍ୟ ର ଶୁଭାରମ୍ଭ କରିଛନ୍ତି l