୬ ଅଭିଯୁକ୍ତ ଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଅତିରକ୍ତ ଜିଲ୍ଲା ଦୌରାଜଜ୍

ଧର୍ମଗଡ଼,୨୦|୧୧ (ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଜାରିଙ୍ଗ ବହୁ ଚର୍ଚ୍ଚିତ ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାରେ ରାୟ ପ୍ରକାଶ । ୬ଜଣ ଅଭିଯୁକ୍ତ କୁ ଆଜୀବନ କାରାଦଣ୍ଡ , ଦଣ୍ଡ ଶୁଣାଇଲେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ସୁରେଶ ଚନ୍ଦ୍ର ପ୍ରଧାନ l ଅଭିଯୁକ୍ତ ମାନେ ହେଲେ ଲଳିନ୍ଦ୍ର ଶବର, ଲାବଣ୍ୟ ଛତ୍ରିଆ,ଅନିରୁଦ୍ଧ ଛତ୍ରିଆ,ଲୁକୁ ନାଏକ,ଶାନ୍ତ ନାଏକ ଓ ଅମିତ ନାଏକ । ଅନ୍ୟ ୩ଜଣ  ଭିଡ଼ିଓ ଭାଇରାଲ ପାଇଁ ଗିରଫ ହୋଇଥିଲେ।

ଗିରଫ ଅଭିଯୁକ୍ତ ହେଲେ ସୟମବର ବାଗ,ଟିକେମନ ପୋଢ଼ ଓ ବିନୋଦ ନାଏକ । ଏହି ୩ଜଣଙ୍କୁ ନିର୍ଦୋଷ ରେ ଖଲାସ କରାଯାଇଛି । ଘଟଣାରେ  ଅଭିଯୁକ୍ତ ମାନଙ୍କୁ ଗିରଫ ପାଇଁ କଳାହାଣ୍ଡି ଜିଲ୍ଲା ତତ୍କାଳିନ ଏସ.ପି ବି.ଗଙ୍ଗାଧର ଘଟଣା ର ତଦନ୍ତ ଦାୟିତ୍ଵ ନେଇଥିଲେ। ଗତ ୨୦୧୯ମସିହା ସେପ୍ଟେମ୍ବର ୧୪ ରିଖ ଅପରାହ୍ନ ୨ଟା ବେଳେ ଜୁନାଗଡ଼ ଥାନା ବକ୍ସିତୁଳସୀପାଳି ( ଜାରିଙ୍ଗ) ଜଙ୍ଗଲ ଠାରେ ଏହି ଘଟଣା ଘଟିଥିଲା ।

ଏହି ଭିଡିଓ ଭାଇରାଲ ହେବା ପରେ ପୀଡ଼ିତାଙ୍କ ପକ୍ଷରୁ ଜୁନାଗଡ଼ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ଯୁବତୀ ଜଣଙ୍କ ଭବାନୀପାଟଣାରୁ ଜଣଙ୍କ ସହ ନିଜ ଘରକୁ ଫେରୁଥିବା ବେଳେ ଜାରିଙ୍ଗ ଜଙ୍ଗଲ ଭିତରେ କିଛି ଯୁବକ ଛୁରୀ ଦେଖାଇ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣା ସେତେବେଳେ ବହୁ ଚର୍ଚ୍ଚିତ ଥିବା ବେଳେ ଆଜି ରାୟ ପ୍ରକାଶ ପାଇଛି ।ପୂର୍ଣ୍ଣଚନ୍ଦ୍ର ନାଗ ସରକାରୀ ଓକିଲ ମାମଲା ପରିଚାଳନା କରିଥିଲେ।