ନବରଙ୍ଗପୁର  (ବେଣୁ ଗୋପାଳ ରାଓ)ଏହି ଵୈଠକରେ ମୁଖ୍ୟ ଅତିଥି ଭାବେ ଅବିଭକ୍ତ କୋରାପୁଟ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଶ୍ରୀ ଇଶ୍ୱର ପାଣିଗ୍ରାହୀ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ କୋରାପୁଟ ରୁ ଆସିଥିବା ବିଜେଡି ସଭାନେତ୍ରୀ ଲାତା ରାୟ, ନବରଙ୍ଗପୁର ସାଂସଦ ପ୍ରାର୍ଥୀ ଶ୍ରୀ ପ୍ରଦୀପ ମାଝୀ, ନବରଙ୍ଗପୁର ବିଧାୟକ ଶ୍ରୀ ସଦାଶିବ ପ୍ରଧାନୀ,ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ର ବିଧାୟିକା ପ୍ରାଥୀନି ଶ୍ରୀମତୀ କୌଶଲ୍ୟା ପ୍ରଧାନୀ, ବ୍ଲକ ଚେୟାରମ୍ୟାନ ଶ୍ରୀମତୀ ରଶ୍ମିତା ମାଝୀ, ଜ଼ିଲ୍ଲା ପରିଷଦ ଅରୁଣ ମିଶ୍ର, ସାଂସଦ ପ୍ରତିନିଧି ସୁନୀଲ ସାହୁ, ବ୍ଲକ ବିଜେଡି ସଭାପତି ଦୟା ବିଷୋୟୀ, ବ୍ଲକ ଯୁବ ସଭାପତି ବିଜେଡି ର ପୁରନ୍ଧର ଭତରା, ସିନ୍ଧୁଗୁଡା ସରପଞ୍ଚ ଉପସ୍ଥିତ ରହି ଓଡିଶା ସରକାର ନବୀନ ପଟ୍ଟନାୟକ ଙ୍କ ଜନଭିମୁଖୀ ଏବଂ ବିକାଶ କାର୍ଯ୍ୟକ୍ରମ ଉପରେ କହିଥିଲେ !

ଏହି ଜନ ସ୍ତରୀୟ କର୍ମୀ ସମ୍ମିଳନୀ ରେ ନନ୍ଦାହାଣ୍ଡି ବ୍ଲକର ପାଞ୍ଚଟି ପଞ୍ଚାୟତ ର ବିଜେଡି କର୍ମୀ ସମେତ ବହୁ SSG ଗ୍ରୁପ ମହିଳା,ବିଭିନ୍ନ ସଂସ୍ଥା ର ଯୁବକ ଏବଂ ବହୁ ବିଜେଡି ପ୍ରେମୀ ଉପସ୍ଥିତ ରହିଥିଲେ ! ଏହି ଅବସରେ ଏକ ବାଇକ ରେଲି ଅନୁଷ୍ଠିତ ହେଇଥିଲା ଏହି ବାଇକ ରେଲିଲେ ବହୁ ବିଜେଡି କର୍ମୀ ଯୋଗଦେଇଥିଲେ !