
ପୁରୀ : ୧୬/୦୬(ମନୋଜ କୁମାର ବଳିଆରସିଂ )ରିଖ ସୋମବାର ଦିବା ଘ୧୧.୩୦ମି ସମୟରେ ପୁରୀ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସଂସ୍କୃତି ଭବନ, ପୁରୀ ରେ ଏକ ସାମ୍ୱାଦିକ ସମ୍ମିଳନୀ ଆୟୋଜନ ହୋଇଯାଇଛି । “ବର୍ଷ ୧ ପ୍ରତାରଣା ଅନେକ” ଶୀର୍ଷକ ଓ ରାଜ୍ୟ ସରକାରଙ୍କ ୧ ବର୍ଷ ଏବଂ କେନ୍ଦ୍ର ସରକାରଙ୍କ ୧୩ ବର୍ଷର ବିଫଳତା ବିଷୟରେ ଆଲୋକପାତ କରାଯାଇଥିଲା ମୁଖ୍ୟ ଅତିଥି ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀଯୁକ୍ତ ତାରାପ୍ରସାଦ ବାହିନୀପତି ଅପରେସନ ସିନ୍ଦୂର ପରେ ସରକାର ରାଜକୋଷରୁ ନିଜର ଦଳୀୟ ପ୍ରଚାର ପ୍ରସାର କରିଥିବା ଅଭିଯୋଗ କରି କହିଲେ, ପହେଲଗାମ ରେ ଯେଉଁ ୪ଜଣ ଆତଙ୍କବାଦୀ ଦମନ ଲିଳା ରଚେଇ ଧର୍ମ ପଚାରି ନିରିହ ହିନ୍ଦୁ ମାନଙ୍କୁ ହତ୍ୟା କଲେ ସରକାର ସେମାନଙ୍କୁ ଏ ପର୍ଯ୍ୟନ୍ତ ମାରି ପାରିଲେ ନାହିଁ ।
ସରକାର ଦରଦାମ୍ ବୃଦ୍ଧି ରୋକିବାରେ ବିଫଳ ହୋଇଛନ୍ତି ଏବଂ ରାଜ୍ୟରେ ନାରୀ ନିର୍ଯ୍ୟାତନା ଅସହ୍ୟ ରୂପ ଧାରଣ କରିଥିବା ବେଳେ ସରକାର କେବଳ ସବୁଜ ରଙ୍ଗ ବଦଳରେ ଗେରୁଆ ରଙ୍ଗ କରିବାରେ ଏକ ବର୍ଷ ବିତିଗଲା । ସେହିପରି କଂଗ୍ରେସ ବିଧାୟକ ଦଳ ଉପନେତା ଅଶୋକ ଦାସ ଉଭୟ ବିଜେଡି ଓ ବିଜେପି ମିଳିତ ଭାବରେ ରାଜ୍ୟର ଖଣି ପାଣି ଠାରୁ ଆରମ୍ଭ କରି ବିଭିନ୍ନ ସ୍ତରରେ ଦୁର୍ନୀତିର କଳା ଛାୟା ଖେଳାଇ ଦେଇଥିଲେ ଏବଂ ପେଟ୍ରୋଲ, ଡିଜେଲ ଗ୍ୟାସଦର ଆକାଶଛୁଆଁ ଦର କିନ୍ତୁ ଏହି ବିଜେପି କଂଗ୍ରେସ ଶାସନ ସମୟରେ ଗ୍ୟାସ ଦର ୪୩୫ ଟଙ୍କା କୁ ବୃଦ୍ଧି ହୋଇଥିବାରୁ ରାଜ ରାସ୍ତା ରେ ଆନ୍ଦୋଳନ କରିଥିଲେ ।
ସେହିପରି ଯୁବ କଂଗ୍ରେସ ନେତା ୟାସିର ନଓ୍ବାଜ କେନ୍ଦ୍ର ମୋଦି ସରକାର ବାର୍ଷିକ ୨କୋଟି ବେକାରୀଙ୍କୁ ନିଯୁକ୍ତି ଦେବେ ବୋଲି କହିଥିଲେ ମାତ୍ର ସେଥିରେ ବିଫଳ ହେଲେ ଏବଂ ରାଜ୍ୟ ସରକାର ଧାନ କିଣାରେ ବ୍ୟାପକ ଅନିୟମିତତା କରୁଛନ୍ତି ଏବଂ କଟନି ଛଟନୀ କରାଯିବନି କହି ପ୍ରତି ବସ୍ତାରେ ୮ ରୁ ୧୦ କିଲ ଧାନ କାଟିବା ରାଜ୍ୟ ଚାଷୀଙ୍କୁ ଧୋକା ଦେବା କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ କିଷାନ କଂଗ୍ରେସ ରାଜ୍ୟ ସଭାପତି ଅମିୟ ପଟ୍ଟନାୟକ ଜଳସେଚନ ଠାରୁ ଆରମ୍ଭ କରି ପୁରୀ ଜିଲ୍ଲାର ମୁଖ୍ୟତଃ ଧାନ,ପାନ, ମିନ ଏବଂ ଦୁଗ୍ଧ ଚାଷୀ ଙ୍କ ବିଭିନ୍ନ ସମସ୍ୟା ଦିଗରେ ସରକାରଙ୍କୁ ନିଶାଣ କରିଥିଲେ।
ଆଜିର କାର୍ଯ୍ୟକ୍ରମ ପୁରୀ ଜିଲ୍ଲା କଂଗ୍ରେସ ସଂଯୋଜକ ଇଂ ରାଜେଶ କୁମାର ମିଶ୍ର ଙ୍କ ସଭାପତିତ୍ବରେ ସଂପାଦନ ହୋଇଥିବା ବେଳେ ପୁରୀ ଜିଲ୍ଲା ସମସ୍ତ ବ୍ଲକ୍ କଂଗ୍ରେସ ସଭାପତି ଏବଂ ସମସ୍ତ ବିଧାୟକ ପ୍ରାର୍ଥୀ ନିଜର ଆଭିମୁଖ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହିଳା ସଭାନେତ୍ରୀ ନିରୁପମା ପାତ୍ର, ଲକ୍ଷ୍ମୀଧର ପ୍ରଧାନ, ପୂର୍ବତନ ଗୋପ ବ୍ଲକ ସଭାପତି ନିଳମଣି ପ୍ରଧାନ, ସରସ୍ବତୀ ପାତ୍ର, ବିଦ୍ୟୃତଲତା ଆଚାର୍ଯ୍ୟ, ସସ୍ମିତା ସ୍ବାଇଁ, ଉତ୍ତମ ଆଚାର୍ଯ୍ୟ, ସୁଜିତ ମହାପାତ୍ର, ବିଶ୍ବଭୂଷଣ ଦାସ, ପ୍ରେମାନନ୍ଦ ମହାନ୍ତି, ଉମାକାନ୍ତ ବରାଳ, ସେକ ସଫିକଉଦିନ, ପ୍ରେମଜିତ ମହାନ୍ତି, ଭାସ୍କର ସେଠ, ବୁଟୁ ସାହୁ, ଅରୋପ୍ରସାଦ ମିଶ୍ର, ଡ଼ଃ ନିରଞ୍ଜନ ବିଶ୍ବାଳ, ବିଶ୍ବକେସନ ହରିଚନ୍ଦନ ମହାପାତ୍ର, ମନୋଜ କୁମାର ରଥ, ଅବଧୂତ ସ୍ବାଇଁ, କାଳୀ ପ୍ରସାଦ ନାୟକ, ବିପିନ ମହାନ୍ତି, ସୈମ୍ୟକାନ୍ତ ଖୁଣ୍ଟିଆ, ଲଲାଟେନ୍ଦୁ ଦାସ, ଗ୍ୟାନ ପଟ୍ଟନାୟକ, ମନୋଜ କୁମାର ସାହୁ, ନିର୍ମଳ ପରିଡ଼ା, ଆର୍ତ୍ତତ୍ରାଣ ସାହୁ, ନଗର କଂଗ୍ରେସ ‘କ’ ସଭାପତି ଛବିନ୍ଦ୍ର ପଢିଆରୀ, ନଗର କଂଗ୍ରେସ ‘ଖ’ ସଭାପତି ଅମରେନ୍ଦ୍ର ପାଇକରାୟ , ପିସିସି ପୂର୍ବତନ ସଂପାଦକ ବିଶ୍ଵନାଥ ଦାଶ, ବିଭୁପ୍ରସାଦ ମିଶ୍ର, ସିତାକାନ୍ତ ମହାନ୍ତି, ସୁକାନ୍ତ କୁମାର ପ୍ରଧାନ, ନିମାପଡ଼ା ବ୍ଲକ ସଭାପତି କାଳନ୍ଦୀ ବାରିକ, ଶ୍ରୀବତ୍ସ ମିଶ୍ର, ସ୍ବାଧୀନ କୁମାର ପଣ୍ଡା, ଯୁବ କଂଗ୍ରେସ ଜିଲ୍ଲା ସଭାପତି ଆଲୋକ ଦାଶ, ରଜତ କୁମାର ସାହୁ, ଅବିନାଶ ମିଶ୍ର, ଆଶୁତୋଷ ମିଶ୍ର, ବିଶ୍ବରଂଜନ ସାମନ୍ତରାୟ, ବିଶ୍ବରଂଜନ ମହାପାତ୍ର, ସୈମ୍ୟକାନ୍ତ ପ୍ରଧାନ ଏବଂ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।