କେସିଙ୍ଗା ; (ପ୍ରୀତେଶ ପଟେଲ) ଆଜି କେସିଙ୍ଗା ନଗର ବିଜେପି ପକ୍ଷରୁ ବିଜେପି ର ପ୍ରତିଷ୍ଠା ଦିବସ ପାଳନ କରାଯାଇଛି ।ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଲୋକସଭା ଆସନ ରୁ ବିଜେପି ରୁ ସାଂସଦ ପ୍ରାର୍ଥୀନୀ ଭାବେ ନିର୍ବାଚନ ଲଢୁଥିବା ମାଳବିକା ସିଂଦେଓ ଯୋଗଦାନ କରିଥିଲେ ।ପ୍ରତିଷ୍ଠା ଦିବସ ରେ ଦଳୀୟ ନେତୃବୃନ୍ଦ ଙ୍କ ଉପସ୍ଥିତି ରେ ଦଳୀୟ ପତାକା ଉତ୍ତୋଳନ ପୂର୍ବତନ ଜିଲ୍ଲା ପରିଷଦ ଶ୍ରୀମତି ନମିତାରାଣୀ ସାହୁ ଙ୍କ ଦ୍ଵାରା ପତକା ଉତ୍ତୋଳନ କରାଯାଇଥିଲା ।

ମାଳବିକା ସିଂ ଦେଓ ଙ୍କ କରକମଳରେ ଦଳର ନୂତନ କାର୍ଯ୍ୟାଳୟ ର ଶୁଭାରମ୍ଭ କରାଯାଇଥିଲା ।ନିଜ ଦଳୀୟ ସାଂସଦ ପ୍ରାର୍ଥୀନୀ କୁ ନିଜ ପାଖରେ ପାଇ ଖୁସି ବ୍ୟକ୍ତ କରିଥିଲେ ଦଳୀୟ କର୍ମକର୍ତ୍ତା ।ମାଳବିକା ଙ୍କ ସହିତ ତାଙ୍କ ସ୍ବାମୀ ତଥା ପୂର୍ବତନ ସାଂସଦ ଅର୍କ କେଶରୀ ସିଂ ଦେଓ ମଧ୍ୟ ଯୋଗଦେଇଥିଲେ ।

ଅନ୍ୟ ମାନଙ୍କ ମଧ୍ୟ ରେ ନଗର ସଭାପତି ମଗନ ସିନ୍ଦୂର୍,ସମ୍ପାଦକ ସନ୍ତୋଷ ଦାସ ,ସାଧାରଣ ସମ୍ପାଦକ ପ୍ରିତେଶ ପଟେଲ ,କାଉନସିଲର ଧରଣୀଧର ନାୟକ ,ପୂର୍ବତନ ନଗରପାଳ ସରିତା ସିନ୍ଦୂର , ପୂର୍ବତନ ନଗର ସଭାପତି ସତ୍ୟବ୍ରତ ଦାସ,ପ୍ରଶାନ୍ତ ବାନାର୍ଜୀ ,ପୂର୍ବତନ ବିଧାୟକ ଙ୍କ ପ୍ରତିନିଧି ସଞ୍ଜୟ ଅଗ୍ରୱାଲ ,ଅରୁଣ ଅଗ୍ରୱାଲ ,ଗୋବିନ୍ଦ ବଞ୍ଚୋର୍ ଓ ଅନ୍ୟ ଦଳୀୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।ନୂତନ କାର୍ଯ୍ୟାଳୟ ରେ ନିଜ ଦଳର କର୍ମକର୍ତ୍ତା ମାନଙ୍କ ସହିତ କିଛି ସମୟ ଆଲୋଚନା କରିଥିଲେ ।ସାଂସଦ ପ୍ରାର୍ଥୀନୀ ଘୋଷଣା ପରେ ଏହା ମାଳବିକା ଙ୍କ ପ୍ରଥମ କେସିଙ୍ଗା ଗ୍ରସ୍ତ ଥିଲା ଓ ଆଗାମୀ ରାମ ନବମୀ ଉତ୍ସବ ରେ ଯୋଗଦାନ ଦେବେ ବୋଲି ଆଶା କରିଛନ୍ତି କେସିଙ୍ଗା ନଗର ବିଜେପି କର୍ମୀ |