ବୌଦ୍ଧ୬/୪ ( ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ବିଜେପି ତରଫରୁ ଆୟୋଜିତ ୪୫ ତମ ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳନ କରାଯାଇଥିଲା l ଜିଲ୍ଲା ର ୧୦ ଗୋଟି ମଣ୍ଡଳ ,୪୧୧ ବୁଥ ସ୍ତରୀୟ ସହିତ ଜିଲ୍ଲା ବିଜେପି କାର୍ଯ୍ୟାଳୟ ରାମେଶ୍ବର ବିହାର ଠାରେ ଓ କଣ୍ଟାମାଳ ବିଧାନସଭା ସ୍ତରୀୟ ଦଳର ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା l ଆଜିର ଏହି କାର୍ଯ୍ୟକ୍ରମ ସ୍ଥାପନ ଦିବସ ରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଙ୍କସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ରାଷ୍ଟ୍ର ସେବା, ଅନ୍ତୋଦୟ ଏବଂ ବିଚାରଧାରା କୁ ସମର୍ପିତ, ସବୁଠୁ ବଡ଼ ରାଜନୈତିକ ଦଳ , ପାର୍ଟି ର ବିଚାରଧାରା ପ୍ରତି ସଙ୍କଳ୍ପିତ ହୋଇ କାର୍ଯ୍ୟ କରନ୍ତି ବୋଲି ତାଙ୍କ ଅଭିଭାଷଣରେ ରେ ବକ୍ତବ୍ୟ ପ୍ରଦାନ କରିଥିଲେ।

ଏହା ସହିତ ଫିର ଏକବାର ମୋଦୀ ସରକାର, ଅବକିବ।ର ୪୦୦ ପାର , ବିକଶିତ ଭାରତ – ବିକଶିତ ଓଡ଼ିଶା, ଓଡ଼ିଶା କୁ ଦରକାର ଡବଲ୍ ଇଞ୍ଜିନ ସରକାର ଆହ୍ବାନ ସହ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ଯୁକ୍ତ ନରେନ୍ଦ୍ର ମୋଦୀ ଜି ଙ୍କୁ ତୃତୀୟ ଥର ପ୍ରଧାନ ମନ୍ତ୍ରୀ କରିବାର ସଂକଳ୍ପ ସାକାର କରିବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ । ଆଜି ବୁଥ ସ୍ତରୀୟ ସମସ୍ତ କାର୍ଯ୍ୟକର୍ତ୍ତା ଙ୍କ ସହିତ ଅନ୍ୟ ମାନେ ନିଜ ଘର ରେ ଦଳୀୟ ବିଜେପି ପତାକା ଲଗାଇବା ସହିତ ଦଳୀୟ କାର୍ଯ୍ୟ କ୍ରମ କୁ ସମ୍ପନ୍ନ କରି ଥିଲେ । ଆଜିର ଏହି କାର୍ଯ୍ୟକ୍ରମ ରେଦଳର ନେତୃବୃନ୍ଦ ପ୍ରମୁଖ ସର୍ବଶ୍ରୀ ଶ୍ୟାମ ସୁନ୍ଦର ପୁରୋହିତ ,ତାପସ କୁମାର ପଟ୍ଟନାୟକ , ପ୍ରେମାନନ୍ଦ ମିଶ୍ର , ମନୋରଞ୍ଜନ ଦାସ , ବିଶି କେସନ ପ୍ରଧାନ , ସୁଦାମ ମେଣ୍ଡିଲି ନବୀନ ହୋତା, ଶମ୍ଭୁ ପ୍ରଧାନ, ରାଜ କୁମାର ମେହେର, ନିରଞ୍ଜନ ଦାନୀ , ନିହାର ରଞ୍ଜନ ମହାନନ୍ଦିଆ, ପ୍ରମୁଖ ଙ୍କ ସହିତ ଜନ ସାଧାରଣ ଯୋଗଦାନ୍ କରିଥିଲେ l