ଯାଜପୁର :ଯାଜପୁର ନିର୍ବାଚନ ମଣ୍ଡଳୀ ର ବିଜେଡି ର ବିଧାୟିକା ପ୍ରାଥୀ ହେଲେ ସୁଜାତା ସାହୁ । ସୁଜାତା ମିଶନ ଶକ୍ତି ର ଜ଼ିଲ୍ଲା ଫେଡେସନ ର ସଭାପତି ଭାବେ କାର୍ଯ୍ୟରତ ଅଛନ୍ତି ।ସେ ଦଶରଥପୁର ବ୍ଲକର ପୂର୍ବତନ ଅଧକ୍ଷା ଭାବେ ୨୦୧୭ ରୁ ୨୦୨୨ ମସିହା ଯାଏ କାର୍ଯ ନିର୍ବାହ କରିଥିଲେ । ପୂର୍ବ ରୁ ଏହି ଆସନରେ ଲଗାତାର ଭାବେ ୩ଥର ଓଡ଼ିଶା ର ହେବି ୱେଟ ନେତା ପ୍ରଣବ ପ୍ରକାଶ ଦାସ ଜିତି ଆସୁଥିଲେ।

ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯାଜପୁର ନିର୍ବାଚନ ମଣ୍ଡଳୀ ର ବିଧାୟିକା ପ୍ରାର୍ଥୀ ଭାବେ ସୁଜାତା ସାହୁଙ୍କୁ ସୁଯୋଗ ଦେବା ପରେ ସୁଜାତା ବିଜେଡ଼ି ର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ଦେଇଥିବା ସମ୍ମାନ ଯୋଗୁଁ ଏଭଳି ସୁଯୋଗ ମିଳିଲା ବୋଲି ସୁଜାତା କହିଥିଲେ। ମୁଖ୍ୟମନ୍ତ୍ରୀ ଏବଂ ପ୍ରଣବ ଙ୍କ ଆଶା ଓ ଆକାଂକ୍ଷା କୁ ପୁରଣ କରିବା କୁ ସୁଜାତା ଯାଜପୁର ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦେଲେ ପ୍ରତିଶ୍ରୁତି ଦେଇଛନ୍ତି ।