ବୌଦ୍ଧ (ଚିତ୍ତ ରଞ୍ଜନ ସିଂ ) ଆଗକୁ ଆସୁଛି ସାଧାରଣ ନିର୍ବାଚନ, ନିର୍ବାଚନ କୁ ଆଖି ଆଗରେ ରଖି ବର୍ତମାନ ପ୍ରଶାସନ ଲୋକଙ୍କ ନିକଟକୁ ପହଁଚି ଲୋକଙ୍କ ମୌଳିକ ଅଧିକାର ରୁ ଯେପରି ବଞ୍ଚିତ ନହେବେ ସେନେଇ ଦିନ ରାତି ଏକ କରି ବସଚି l ବୌଦ୍ଧ ଜିଲ୍ଲା ପାଳ ଜିଲ୍ଲା ର ବିଭିନ୍ନ ସ୍ଥାନ ପରିଦର୍ଶନ କରିବା, ଲୋକଙ୍କ ସମସ୍ୟା ପଚାରି ବୁଝୁଥିବା ବେଳେ ବୁଧବାର ଦିନ ହଟାତ ଜିଲ୍ଲାପାଳ ଜେ ସୋନାଲ, ଅଚାନକ ଭାବେ ଉପାନ୍ତ ଅଞ୍ଚଳ ତଥା ବନ୍ୟ ପ୍ରାଣୀ ଅଭ୍ୟାରଣ୍ୟ ମଧ୍ୟରେ ବାସ କରୁଥିବା ମାରଡ଼ା ଗ୍ରାମକୁ ପହଁଚି ଥିଲେ l

ଏବଂ ପ୍ରଥମେ ସିଧା ସଳଖ ଲୋକଙ୍କ ସମସ୍ୟା ପଚାରି ବୁଝିଥିଲେ ଚାଉଳ, ଭତ୍ତା, ସ୍ଵାସ୍ତ୍ୟ, ବିଜୁଳି ଆଦି ବିଭିନ୍ନ ସମସ୍ୟା ଗୁଡିକ ଉପରେ ଆଲୋଚନା କରିବା ସହ ଲାଗିରହିଥିବା ସମସ୍ୟା ର ସମାଧାନ ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦେଶ ଦେଇଥିଲେ l ଏହି ଗ୍ରସ୍ତ ସମୟ ରେ ନୟାଗଡ଼ ବନ୍ୟ ପ୍ରାଣୀ ଡି ଏଫ ଓ ଫଲ୍ଗୁନୀ ସାରଥୀ ମଲ୍ଲିକ, ହରଭଙ୍ଗା ବିଡ଼ିଓ ସରତ ସେଠି,ଙ୍କ ସମେତ ଅନନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l