ଢେଙ୍କାନାଳ:୨୪/୩ (ଶୁଭମ ପାଣି )ଢେଙ୍କାନାଳର ଆରାଧ୍ୟ ଦେବତା ସିଦ୍ଧ ବଳରାମଙ୍କ ମନ୍ଦିର ପ୍ରାଙ୍ଗଣରେ ଉତ୍କଳ ସମାଜର ପ୍ରଥମ ପର୍ଯ୍ୟାୟ ବିଧାୟକ ପ୍ରାର୍ଥୀ ଘୋଷଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସମ୍ପାଦକ ଭାଷ୍କର ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଲୋକସଭା ପ୍ରାର୍ଥୀ ସୁଶ୍ରୀ ସ୍ବପ୍ନାରାଣୀ ଜେମ୍‌ସ (ମେଘା)ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଢେଙ୍କାନାଳ ସଦର ବିଧାୟକ ଆସନ ନିମନ୍ତେ ପ୍ରାର୍ଥିନୀ ଆଇନ୍‌ଜୀବୀ ଲଗ୍ନାମୟୀ ସ୍ବାଇଁ, କାମାକ୍ଷାନଗର ବିଧାୟକ ପ୍ରାର୍ଥୀ ଗୋବଦ୍ଧନ ସାମଲ ଓ ପରଜଙ୍ଗ ବିଧାୟକ ପ୍ରାର୍ଥୀ ନିମନ୍ତେ ଶ୍ରୀକାନ୍ତ ନାଏକଙ୍କ ପ୍ରାର୍ଥୀ ତାଲିକା ପ୍ରଥମ ପର୍ଯ୍ୟାୟରେ ଘୋଷଣା କରାଗଲା ।

ଅନ୍ୟ ୪ଟି ଆସନ ନିମନ୍ତେ ଖୁବ୍‌ଶୀଘ୍ର ପ୍ରାର୍ଥୀମାନଙ୍କର ନାମ ୨ୟ ପର୍ଯ୍ୟାୟ ପ୍ରେସ୍ ଇସ୍ତାହାର ମାଧ୍ୟମରେ ଘୋଷଣା କରାଯିବ । ଆଜି ଏହି ସଭାରେ ଉତ୍କଳ ସମାଜ ପ୍ରମୁଖ ଢେଙ୍କାନାଳର ରାମେଶ୍ଵର ମାଇତି, ତାଳଚେରର ସୁଶାନ୍ତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ସର୍ବ କନିଷ୍ଠ ନୂତନ ସଭ୍ୟା ଭାବେ ସୁଶ୍ରୀ ଅକ୍ଷିତା ଆୟୁଷୀଙ୍କୁ ସ୍ବାଗତ କରାଯିବା ସହିତ ନିର୍ବାଚନକୁ ଦୃଷ୍ଟିରେ ରଖ୍ ତାଙ୍କୁ ମିଡିଆ ସେଲ୍ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଅନେକ ସଭ୍ୟସଭ୍ୟାମାନେ ଉପସ୍ଥିତ ରହି ଉତ୍କଳ ସମାଜର ଏହି ପ୍ରଚେଷ୍ଟାକୁ ଭୂୟସୀ ପ୍ରଶଂସା କରିଥିଲେ ଏବଂ ଆଗାମୀ ନିର୍ବାଚନରେ ପ୍ରାର୍ଥୀ ଓ ପ୍ରାର୍ଥିନୀମାନଙ୍କର ସୁନିଶ୍ଚିତ ବିଜୟ କାମନା କରିଥିଲେ ।