ଭୁବନେଶ୍ବର : (ସଞ୍ଜୟ ମହାନ୍ତି )ଓଡ଼ିଶାରେ ବିଜେପି ଏକାକୀ ଲଢ଼ିବ। ଉଭୟ ଲୋକସଭା ଓ ବିଧାନସଭାରେ ବିଜେପି ଏକାକୀ ଲଢ଼ିବ। ବିଜେପି କିଭଳି ସରକାର କରିବ, ସେନେଇ ଦିଲ୍ଲୀରେ ଆଲୋଚନା ହୋଇଛି। ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ନେଇ ନୂଆଦିଲ୍ଲୀରେ ଆୟୋଜିତ ବିଜେପିର କୋର କମିଟି ବୈଠକରେ ଆଲୋଚନା ହୋଇଛି ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି।

ରାଜ୍ୟ ବିଜେପି ସଭାପତି ମନ‌ମୋହନ ସାମଲ ଗଣମାଧ୍ୟମକୁ ଏଭଳି କିଛି  ପ୍ରତିକ୍ରିୟା ଦେଇଛନ୍ତି। ନୂଆଦିଲ୍ଲୀରୁ ଫେରିଲା ପରେ ଭୁବନେଶ୍ବରରେ ଶ୍ରୀ ସାମଲ ସାମ୍ବାଦିକମାନଙ୍କୁ କହିଛନ୍ତି, ମେଣ୍ଟ ନେଇ କୌଣସି ଚର୍ଚ୍ଚା ହୋଇନାହିଁ। ଓଡ଼ିଶାରେ ଭାରତୀୟ ଜନତା ପାର୍ଟି (ବିଜେପି) ଏକାକୀ ଲଢ଼ିବ ବୋଲି ପୁଣି ଦୋହରାଇଛନ୍ତି।ଓଡ଼ିଶା ବିଜେପି ପ୍ରଭାରୀ ବିଜୟ ପାଲ ସିଂହ ତୋମାରଙ୍କ ନେତୃତ୍ୱରେ ଗୁରୁବାର ଅପରାହ୍‌ଣରେ ତାଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ଦଳୀୟ ରାଜ୍ୟ ସଭାପତି ମନମୋହନ ସାମଲ ଓ ଅନ୍ୟ ନେତାଙ୍କର ବୈଠକ ହୋଇଥିଲା। ଏହା ପୂର୍ବରୁ ବୁଧବାର ଦିନ ମଧ୍ୟ ବିଜେପିର କୋର କମିଟି ବୈଠକ ହୋଇଥିଲା, ଯେଉଁଥିରେ କି ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ମନମୋହନ ସାମଲ ପ୍ରମୁଖ ସାମିଲ ଥିଲେ। ଏହି ଦୁଇ ବୈଠକରେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା।