ସୁବର୍ଣ୍ଣପୁର :  (ଅଜିତ କୁମାର ପୁଜାହାରୀ)ନେହେରୁ ଯୁବ କେନ୍ଦ୍ର ସୋନପୁର ଆନୁକୂଲ୍ୟରେ ଜିଲ୍ଳାସ୍ତରୀୟ ଯୁବ ପଡୋଶ ସାଂସଦ କାର୍ଯ୍ୟକ୍ରମ ସ୍ଥାନୀୟ ଏନ.ଜି.ଓ.ସି.ସି. ସଭା ଗହ ଠାରେ ଅନୁଷ୍ଠିତ ହୋଇଯାଇଛି l ଚଳିତ ବର୍ଷ ମକ ପାର୍ଲିଆମେଣ୍ଟ ଅନୁଷ୍ଠିତ କରାଯାଇ ଦେଶର କ୍ଷମତାସୀନ ସରକାର, ବିରୋଧୀ ଦଳ ତଥା ସାଂସଦ ମାନଙ୍କ ଦେଶ ପ୍ରତି କର୍ତ୍ତବ୍ୟ, ଦାୟିତ୍ୱ ତଥା ଆଇନ ସମ୍ୱନ୍ଧରେ ଅବଲୋକନ କରାଯାଇଛି l

ପୁନଶ୍ଚ କାର୍ଯ୍ୟକ୍ରମ ମାଧ୍ୟମରେ ଯୁବକ ଯୁବତୀ ମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ଓ ଆଇନ ବିଷୟରେ ରିସୋର୍ସ ପର୍ସନ ମାନଙ୍କ ଦ୍ୱାରା ତାଲିମ ପ୍ରଦାନ କରାଯାଇଛି l ସେହିପରି ଏକ ବିକଶିତ ଓ ସମୃଦ୍ଧ ରାଷ୍ଟ୍ର ଗଠନରେ ଯୁବକ ଯୁବତୀ ଙ୍କ ଭୂମିକା ଓ କର୍ତ୍ତବ୍ୟ ଉପରେ ମଂଚାସୀନ ଅତିଥି ବୃନ୍ଦ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ l

ଆଜିର ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥି ଭାବେ ଅଶ୍ୱିନୀ କୁମାର ଭୋଇ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁବର୍ଣ୍ଣପୁର ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ନେହେରୁ ଯୁବକେନ୍ଦ୍ର ଅଧିକାରୀ ଏ.ଭି. ନରସିଂହା, ମହାନଦୀ ଧାରା ଅଧ୍ୟକ୍ଷ ପ୍ଲାବନ ମହାପାତ୍ର, ମୁଖ୍ୟ ବକ୍ତା ତଥା ରିସୋର୍ସ ପର୍ସନ ଭାବେ ବିଶିଷ୍ଠ ଶିକ୍ଷାବିତ ତଥା ଅଦିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ ଜ୍ୟୋତି ରଞ୍ଜନ ବହିଦାର ପ୍ରମୁଖ ଯୋଗଦାନ କରିଥିଲେ l

ଗୁରୁକୁଳ ଶିକ୍ଷା ନିକେତନ ଅଧ୍ୟକ୍ଷ ନକୁଳ ନାଏକ ଓ ନେହେରୁ ଯୁବ କେନ୍ଦ୍ରର ଏମ.ଟି.ଏସ କୃପାସିନ୍ଧୁ ସା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଅନୁଷ୍ଠିତ ମକ ପାର୍ଲିଆମେଣ୍ଟ କାର୍ଯ୍ୟକ୍ରମରେ ମହାନଦୀ ଧାରା, ଗୁରୁକୁଳ ଓ ଅଦିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ, ସାମ୍ବାଦିକ, ନେହେରୁ ଯୁବ କେନ୍ଦ୍ର ର ଯୁବ ସାଥି, ରାକେଶ ସା,ଅଜିତ କୁମାର ଭୋଇ, ମନୋରଞ୍ଜନ ଜଗଦଳା, ସୁଦର୍ଶନ ଭରାସାଗର,ହୃଷିକେଶ ଦେହୁରୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ l