ଧର୍ମଗଡ଼ ତା ୬/୩(ହେମନ୍ତ କୁମାର ମାଝୀ)ଗତ ୨୦୨୨ ସେପ୍ଟେମ୍ବର ମାସରେ ଆରମ୍ଭ ହୋଇ ୨୦୨୩ ରେ କାମ ସଂପୂର୍ଣ୍ଣ ହେବା ପାଇଁ ଆଵଧି ଥିଲା। ଆଵଧି ସରି ଏଗାର ମାସ ଗଲା ହେଲେ ରାସ୍ତା ସଂପୂର୍ଣ୍ଣ ହୋଇ ପାରିଲା ନାହିଁ। ଏଣୁ ପଡ଼ା ଵାସୀ ରାସ୍ତା ରୋକ ଆନ୍ଦୋଳନ କରିଥିଲେ । ଆନ୍ଦୋଳନ ସ୍ଥାନକୁ ପୂର୍ତ୍ତ ବିଭାଗ ଯନ୍ତ୍ରୀ ନଵ କିଶୋର ଵେହେରା, ଅତିରିକ୍ତ ତହସିଲଦାର ଅଜିତ ମହନ୍ତ ଜାଇ ଗତ ତା ୩୧/୧/ ୨୪ ସୁଦ୍ଧା ସଂପୂର୍ଣ୍ଣ କରିବା ପାଇଁ ଲେଖିତ ପ୍ରତିଶୃତି ଦେଇଥିଲେ।

ହେଲେ ପ୍ରତିଶୃତି ର ଏକ ମାସ ରୁ ଉର୍ଦ୍ଧ ଦିନ ଵିତି ଯାଇଥିଲେ ହେଁ ଏଯାଏଁ କେଵଲ ଲୋକ ଦେଖାଣିଆ ପରି କଂକ୍ରିଟ ରାସ୍ତା କୁ ଭାଙ୍ଗି କ୍ରସର ଗୁଣ୍ଡ ଏଵଂ ମୋଟାଲ ଟିକେ ଦେଇ ଠିକାଦାର ଚୂପ ରହିଯିବା ଫଳରେ ପଡ଼ା ଵାସୀ ଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଉକ୍ତ କାମ ଟି ପୂର୍ତ୍ତ ବିଭାଗ ଅଧୀନରେ ଥିବା ବେଳେ ଜ୍ୟୋତିର୍ମୟୀ ସିଂ ନାମକ ଯୈନିକ ଠିକାଦାର ଏହାର ନିର୍ମାଣ ଦାଇତ୍ୱ ନେଇଛନ୍ତି।

ଉକ୍ତ ରାସ୍ତା ପ୍ରାୟ ୧ କୋଟି ୯୭ ଲକ୍ଷ ଲକ୍ଷ ରେ ଯୈନିକ ଠିକାଦାର ଏହାର ନିର୍ମାଣ ଦାଇତ୍ୱ ନେଇଛନ୍ତି। ପୂର୍ତ୍ତ ବିଭାଗ ଓ ଠିକାଦାର ଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ଏଭଳି କାର୍ଯ୍ୟ ହେଉଥିବା ବିରୋଧୀ ଅଭିଯୋଗ କରୁଛନ୍ତି। ଏ ନେଇ ବିଭାଗୀୟ ଅଧିକାରୀଙ୍କ ସହିତ ଯୋଗାଯୋଗ କରିଵା ପାଇଁ ଚେଷ୍ଟା କରୁଥିଲି ହେଲେ ଯୋଗାଯୋଗ ହୋଇପାରିନଥିଲା ।