କେସିଙ୍ଗା :  (ରୁପ୍ରୀତେଶ ପଟେଲ )ରାଜ୍ୟ ସରକାର ଲୋକଙ୍କ ଜନ୍ମ ଥୁ ମୃତ୍ୟୁ ପର୍ଯ୍ୟନ୍ତ ସହାୟତା କରିବା ର ବ୍ୟବସ୍ଥା କରିଥିବା ନେଇ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମ ରେ ଦିଣ୍ଡିମ ପିଟୁଥିବା ବେଳେ କେସିଙ୍ଗା ବ୍ଲକ ର ତୁଣ୍ଡଲା ଖମନ୍ ଗ୍ରାମ ପଞ୍ଚାୟତ ରେ ଏହାର ବ୍ୟତିକ୍ରମ ଦେଖାଦେଇଛି ।ଜଣେ ମହିଳା ଗତ ପାଞ୍ଚ ମାସ ତଳେ ମୃତ୍ୟୁ ବରଣ କରିଥିଲେ ସୁଦ୍ଧା ତାଙ୍କ ପରିବାର ଲୋକଙ୍କୁ ସରକାର ଙ୍କ ତରଫ ରୁ ପ୍ରଦାନ କରାଯାଉଥିବା ହରିଶ୍ଚନ୍ଦ୍ର ଯୋଜନା ସହାୟତା ଟଙ୍କା ନ ପାଇବା ଭଳି ଅଭାବ ନୀୟ ଘଟଣା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ ତୁଣ୍ଡଲା ଖମନ ପଞ୍ଚାୟତ ର ପାଏନ ବୁଡି ସାହୁ ନାମକ ବୃଦ୍ଧା ଗତ ବର୍ଷ ସେପ୍ଟେମ୍ବର ମାସ ର ୨୯ ତାରିଖ ରେ ମୃତ୍ୟୁ ବରଣ କରିଥିଲେ ।ହେଲେ ଆଜିକୁ ପାଞ୍ଚ ମାସ ବିତିଯାଇଥିଲେ ମଧ୍ୟ ହରିଶ୍ଚନ୍ଦ୍ର ସହାୟତା ମିଳି ପାରିଲା ନାହିଁ ।ସହାୟତା ରାଶି ପାଇଁ ପାଇନବୁଡ଼ି ସାହୁ ଙ୍କ ପୁତ୍ର ପଞ୍ଚାୟତ ର କାର୍ଯ୍ୟନିର୍ବାହୀ ଅଧିକାରୀ ପାର୍ଥ ରଣା ଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ,କିଛି ସୁଫଳ ପାଇପାରିନଥିଲେ ।ଶେଷ ରେ ସେ ସହାୟତା ରାଶି ପାଇଁ କେସିଙ୍ଗା ବ୍ଲକ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ପୁରୋହିତ ଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ପାଇପାରିନାହାନ୍ତି ।

ରାଜ୍ୟ ସରକାର ଲୋକଙ୍କ ପାଇଁ ଜନ୍ମ ଠୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା ର ସଫଳତା ନେଇ ଦିଣ୍ଡିମ ପିଟି ବୁଲୁଥିବା ବେଳେ ଏହି ଘଟଣା ସରକାର ଙ୍କ ଦୋଷ ଦୁର୍ବଳତା କୁ ପଦା ରେ ପକାଇଛି ।ବିଡିଓ ଙ୍କ ପ୍ରତିଶ୍ରୁତି ଫେଲ ମାରିବା ପରେ ପାଏନ ବୁଡି ସାହୁ ଙ୍କ ପୁତ୍ର ଆଗକୁ ଜିଲ୍ଲା ପ୍ରଶାସନ ର ଦ୍ବାରସ୍ଥ ହେବେ ବୋଲି ସୂଚନା ଦେଇଛନ୍ତି ।