ସୋନପୁର : (ଅଜିତ କୁମାର ପୁଜାହାରୀ)କ୍ଷତି ପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ । ସୁବର୍ଣ୍ଣପୁର ଜିଲ୍ଲା ଦେଇ ଯାଇଥିବା ବଲାଙ୍ଗିର – ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥ ବହିରଖମନ୍ ଛକରେ ରାସ୍ତା ଅବରୋଧ । ସୂଚନା ଅନୁସାରେ ଗତ କାଲି ବିଳମ୍ବିତ ରାତିରେ ବଲାଙ୍ଗିର ଜିଲ୍ଲା ସାତମାଇଲ ଛକରେ ଅଜଣା ଗାଡ଼ି ଧକ୍କାରେ ଜଣଙ୍କ ମୃତ୍ୟୁ ହୋଇଥିଲା ।

ମୃତକ ହେଲେ ବହିରଖମନ ଗାଁର ୩୫ ବର୍ଷୀୟ ଘନଶ୍ୟାମ ପୋଢ଼ । ସେ ଏକ ବାହାଘର ଭୋଜି ଖାଇ ଫେରୁଥିବାବେଳେ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁ ବରଣ କରିଛନ୍ତି । ତାଙ୍କ ମୃତ୍ୟୁ ରେ ପରିବାର ଲୋକ ଭାଙ୍ଗି ପଡିଥିବାବେଳେ ତାଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ। ରାସ୍ତା ଉପରେ ମୃତ ଦେହ ରଖି ରାସ୍ତା ଅବରୋଧ କରିଛନ୍ତି ପରିବାର ଲୋକ ଓ ଗ୍ରାମବାସୀ । ତେବେ ଘଟଣା ସ୍ଥଳରେ ତରଭା ପୋଲିସ ପହଞ୍ଚି ବୁଝା ଶୁଝା କରିଥିଲେ ଲୋକେ ଦାବି ପୂରଣ ନହେବା ଯାଏଁ ରାସ୍ତା ଅବରୋଧ ହଟିବ ନାହିଁ ବୋଲି କହିଛନ୍ତି।