କନ୍ଧମାଳ :୨୭/୦୭ଆଜି କନ୍ଧମାଳ ଜିଲ୍ଲାର ଫୁଲବାଣୀ ସଦର ମହକୁମା ସମ୍ମନିତ ଆଦିବାସୀ ଜନଜାତି ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷ ଠାରେ ଓଡିଶା ରାଜସ୍ଵ ଅମଲା ସଂଘ ଜିଲ୍ଲା ଶାଖା କନ୍ଧମାଳ ର ଏକ ସାଧାରଣ ପରିଷଦ ବୈଠକ ଜିଲ୍ଲା ଅଧକ୍ଷ୍ୟ ଶ୍ରୀ ପ୍ରକାଶ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l

ଏହି ବୈଠକରେ ସମ୍ମାନିତ ଅତିଥି ଭାବରେ ଓଡିଶା ରାଜସ୍ଵ ଅମଲା ସଂଘର ରାଜ୍ୟ ସଭାପତି ଶ୍ରୀ ତ୍ରିପତି ବାଲାଜୀ ସାହୁ, ସାଧାରଣ ସମ୍ପାଦକ ଶ୍ରୀ ନରେଶ ଚନ୍ଦ୍ର ମହାପାତ୍ର, କାର୍ଯ୍ୟକାରୀ ପରିଷଦ ଅଧକ୍ଷ୍ୟ ଶ୍ରୀ ପ୍ରସନ୍ନ କୁମାର ନାୟକ, ସଂଗଠନ ସମ୍ପାଦକ ଶ୍ରୀ ରାମାକାନ୍ତ ସାହୁ, ରାଜ୍ୟ କୋଷାଧ୍ଯକ୍ଷ କିର୍ତ୍ତୀ ରଞ୍ଜନ ପ୍ରଧାନ, ଦାକ୍ଷିଣାଞ୍ଚଳ ଖଣ୍ଡିୟ ସଭାପତି କୈଳାଶ ଚନ୍ଦ୍ର ଦାସ, କୋରାପୁଟ ଜିଲ୍ଲା ସମ୍ପାଦକ ନିତ୍ୟାନନ୍ଦ ଭତ୍ରା, ବୌଦ୍ଧ ଜିଲ୍ଲା ସଭାପତି ମାନସ ରଞ୍ଜନ ସେଠି, ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ଅରୁଣ କୁମାର ମୁଦୁଲି, କଟକ ଜିଲ୍ଲାର ସମ୍ପାଦକ ସୂର୍ଯ୍ୟ କାନ୍ତ ପାଣି, ନେତୃ ବୃନ୍ଦ ମଞ୍ଚାସୀନ ଥିଲେ l

ସଭାର ପ୍ରାରମ୍ଭ ରେ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ଵଳନ କରାଯାଇ ଥିଲା I ଜିଲ୍ଲା ସଂଘ କାର୍ଯ୍ୟକର୍ତ୍ତା ଙ୍କ ର କାର୍ଯ୍ୟକାଳ ଶେଷ ହୋଇଯାଇଥିବାରୁ ସର୍ବସମ୍ମତି କ୍ରମେ ନୂତନ କର୍ମକର୍ତ୍ତା ଚୟନ ହୋଇଥିଲା l ଜିଲ୍ଲା ସଭାପତି ଭାବେ ଗଣେଶ ନାୟକ, ଉପସଭାପତି କେ. ଗୌତମ ରାଓ (ବାଲିଗୁଡା ଉପଖଣ୍ଡ), ଶ୍ରୀମତୀ ରୁପମ୍ବିକା ତ୍ରିପାଠୀ (ଫୁଲବାଣୀ ଉପଖଣ୍ଡ), ସମ୍ପାଦକ-ଶ୍ରୀ ସିମାଞ୍ଚଳ ପଣ୍ଡା, କୋଷାଧକ୍ଷ ସୁନୀତ କୁମାର ଦଳବେହେରା, ଯୁଗ୍ମ ସମ୍ପାଦକ ନିଖିଲ ଚନ୍ଦ୍ର ସାହା, ସଂଗଠନ ସମ୍ପାଦକ ବିଶ୍ଵଜିତ ପଣ୍ଡା, ଶ୍ରୀମତୀ କ୍ଷୀରାଦ୍ଦିତନୟା ଦିଗାଲ ଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଗଲା I

ଶେଷରେ ନୂତନ କର୍ମକର୍ତ୍ତା ଙ୍କୁ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ମହାପାତ୍ର ଶପଥପାଠ କରାଇଥିଲେ l ବୈଠକରେ ସଂଘର ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ବିସ୍ତୃତ ଆଲୋଚନା କରଯାଇଥିଲା I ଏହି ଅବସରରେ ଜିଲ୍ଲାର ଦୁଇଟି ଉପଖଣ୍ଡ ସ୍ତରର ରାଜସ୍ୱ ଅମଲା ବହୁତ ସଂଖ୍ୟାରେ ଯୋଗଦାନ କରିଥିଲେ l