ହରଭଙ୍ଗା : (ଚିତ୍ତରଞ୍ଜନ ସିଂ )ସମଗ୍ର ରାଜ୍ୟରେ ରାଜ୍ୟ ସରକାର ଙ୍କ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସରକାରୀ ବେ ସରକାରୀ ସ୍ତରରେ ଚାଲୁ ରହିଥିବା ବେଳେ ଆଜି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ତଳଗାଁ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ଶା କାର୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି।

ଏହି କାର୍ଯକ୍ରମ ର ମୁଖ୍ୟ ଅତିଥି ହରଭଙ୍ଗା ବ୍ଲକ ବି ଏସ ଏସ ଓ ଅବିନାଶ ଅନ୍ୟତମ ଅତିଥି w o ବିବେକା ନନ୍ଦ ମିଶ୍ର,p E O ଦିଲୀପ ମଲିକ,, ସରପଞ୍ଚ ପ୍ରତିମା କହଁର ନାଏକ ସରପଂଚ ସୁରେନ୍ଦ୍ର କହଁର ପୂର୍ବତନ ସରପଂଚ ରମା ବଗର୍ତ୍ତି G R s ରବୀନ୍ଦ୍ର ଭୋକ୍ତା, ସମାଜ ସେବୀ ଯୋତି ରଞ୍ଜନସାହୁ ଯୋଗ ଦେଇ ବିଶେଷ କରି ଆମ ଓଡିଆ ନବୀନ ଓଡ଼ିଶା କାର୍ଯ୍ୟକ୍ରମ ରେ ରାଜ୍ୟ ସରକାର ଙ୍କ ଲୋକlଭି ମୁଖି ଯୋଜନା ଗୁଡିକ କେମିତି ସିଧା ସଳଖ ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରୁଛି ତାହା ଉପରେ ଆଲୋକ ପାତ କରିଥିଲେ l

ସୋୟଂ ସହାୟକ ମା ମାନଙ୍କୁ ବିନା ସୁଧରେ ଲୋନ , ବି ଏସ କେ ୟାଇ କାର୍ଡ ରେ ଲୋକ ଉପକୃତ ହେବା, ବୃଦ୍ଧ୍, ବୃଦ୍ଧା ମାନ ଙ୍କର ଙ୍କୁ ଭତ୍ତା ବୃଦ୍ଧି ସାଙ୍ଗକୁ 5t ମାଧ୍ୟମରେ ସମସ୍ତ ବିଦ୍ୟାଳୟ କୁ ରୁପାନ୍ତିକରଣ ଅନ୍ତର୍ଭୁକ୍ତ ଆଦି ଉପରେ ଆଲୋଚନା କରାଯାଇଥିଲା l କାର୍ଯ୍ୟକ୍ରମ ରେ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ଲୋକ ନୃତ୍ୟ ସହିତ କୃଷ୍ଣ ଗୁରୁଭଜନ ସମ୍ବଲପୁରୀ ନାଚ ଲୋକଙ୍କୁ ବେଶ୍ ଉତ୍ସାହିତ କରିଥିଲା l

ରାଜ୍ୟ ସରକାର ସହର ଠୁ ଧରି ଗ୍ରାମlଞ୍ଚଳର ବିକାଶ ଦିଗରେ ଯେଉଁ ପଦକ୍ଷେପ ଓ ଯୋଜନା ପ୍ରଣୟନ କରିଛନ୍ତି ତାହା ସରକାରଙ୍କର ମହାନତା ବୋଲି ବ୍ଲକ୍ ପଦାଧିକରି ନିଜର ଅଭିଭାଷଣରେ ପ୍ରକାଶ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ଯୋତି ରଞ୍ଜନ ସାହୁ ମଞ୍ଚ ପରିଚାଳନା କରିଥିଲେ l