ବୌଦ୍ଧ ( ଚିତ୍ତରଞ୍ଜନ ସିଂହ ) ଆସନ୍ତା ମାସ ରେ ବୌଦ୍ଧ ଜିଲ୍ଲା କୁ ଗଡିବ ରେଳ l ଏଥିପାଇଁ ବୌଦ୍ଧ ଜିଲ୍ଲାରେ ନିର୍ମାଣ ଚାଲିଛି ବଡ ବଡ ଟନେଲ । ଇଷ୍ଟକୋଷ୍ଟ ରେଳବିଭାଗ ପକ୍ଷରୁ ପ୍ରଥମ କରି ଟନେଲ ନିର୍ମାଣ କରୁଥିବା ବେଳେ ବୌଦ୍ଧ ରୁ ଦଶପଲ୍ଲା ପଯ୍ୟନ୍ତ ନିର୍ମାଣ ହେଉଛି ମୋଟ ୭ଟି ଟରନେଲ । ଆଡ଼ଣିଗଡ ଠାରେ ତିଆରି ହେବ ଓଡ଼ିଶାର ବଡ଼ ଟରନେଲ । ଏହାର ଦୂରତା ୪.୧୮୫କିମି ରହିଛି । ସେହିଭଳି ତେଇଶମାଇଲ ରେ ମଧ୍ୟ ଗୋଟିଏ ଟରନେଲ ନିର୍ମାଣ ଚାଲିଛି । ଯାହା ର ଦୂରତା ୧.୯୭୫ କିମି ରହିଛି ।

ଅନ୍ୟପଟେ ମାର୍ଦ୍ଧିଙ୍ଗ ଗ୍ରାମରେ ନିର୍ମାଣ ହେଉଛି ୨ଟି ଟରନେଲ । ଗୋଟେ ଦୂରତା ୦.୩୧୭କିମି ରହିଥିବା ବେଳେ ଅନ୍ୟଟି ର ଦୂରତା ରହିଛି ୦.୩୧୫କିମି । ଆଉ ୩ଟି ଟରନେଲ ଦଶପଲ୍ଲା ଠାରୁ ମଧପୁର ମଧ୍ୟରେ ନିର୍ମାଣ ଚାଲିଛି । ଠିକା ସଂସ୍ଥା ଗୁଡିକ ଦ୍ରୁତ ଗତିରେ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଗତକାଲି ଗୋଟିଏ ଟରନେଲ ର ବାଟ ଉଭୟ ପଟୁ ଫିଟିଛି । ଯାହାର ଫୋଟୋ ଓ ଭିଡ଼ିଓ ରେଳ ବିଭାଗ ପକ୍ଷରୁ ସୋସିଆଲ ମିଡିଆ ରେ ସେୟାର କରାଯାଇଛି । ଆପଣ ଦେଖୁଥିବା ଟରନେଲ ର ଦୃଶ୍ୟ ହେଉଛି ସେହି ଟରନେଲ ର ।

ଆଶା କରାଯାଉଛି ଖୁବଶୀଘ୍ର ସରିବ ଟରନେଲ କାମ । ଆଉ ମାତ୍ର କିଛି ବର୍ଷ ର ଅପେକ୍ଷା ସମ୍ପର୍ଣ୍ଣ ହେବ ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ନିର୍ମାଣ କାଯ୍ୟ । ବଲାଙ୍ଗୀର ପଟୁ ସୁବର୍ଣ୍ଣପୁର ପର୍ଯ୍ୟନ୍ତ ଓ ଖୋର୍ଦ୍ଧା ପଟୁ ଦଶପଲ୍ଲା ପର୍ଯ୍ୟନ୍ତ ଗଡୁଛି ରେଳ । ରେଳ ବିଭାଗ ର ଡିଆରମ ଙ୍କ କହିବା ଅନୁସାରେ ଆସନ୍ତା ମାର୍ଚ୍ଚ ମାସ ଶେଷ ସୁଦ୍ଧା ବୌଦ୍ଧ ଜିଲ୍ଲା କୁ ଗଡିବ ରେଳ । ଏଥିପାଇଁ ଜୋର ସୋର ରେ କାମ ଆଗେଇ ଚାଲିଛି ।