ଧର୍ମଗଡ଼ : (ହେମନ୍ତ କୁମାର ମାଝୀ)ଧର୍ମଗଡ ଜଗନ୍ନାଥ ସେବା ସମିତି ଓ ଜୁନାଗଡ ଲେପ୍ରା ସୋସାଇଟି ଦ୍ବାରା ପରିଚାଳିତ ଜୁନାଗଡ ନେତ୍ର ଚିକିତ୍ସାଳୟ ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଓ ମୋତିଆ ବିନ୍ଦୁ ଚିହ୍ନଟ ଶିବିର ଆଜି ସ୍ଥାନୀୟ ଜୟ ହିନ୍ଦ ଏଜେନ୍ସୀ ଠାରେ ଅନୁଷ୍ଠିତ ହୋଇଯାଇଅଛି।
ତହସିଲଦାର ସଞ୍ଜୟ କୁମାର ସାମନ୍ତରା ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।

ଜଗନ୍ନାଥ ସେବା ସମିତି ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଉକ୍ତ କର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବି ଚନ୍ଦ୍ରଶେଖର ପଟ୍ଟଯୋଷୀ, ସମିତିର ପରାମର୍ଶଦାତା ଭବାନୀ ଚରଣ ଦାସ, ପୁର୍ବତନ ନଗର ପାଳ ସୁଶ୍ରୀ ହୀରା ବାଗ, ସମିତିର ବରିଷ୍ଠ ଉପଦେଷ୍ଠା ସାମ୍ୱାଦିକ ବିଦ୍ୟାଧର ସାହୁ, ସମିତିର କାର୍ଯ୍ୟକାରି ସଭାପତି ଉମେଶ ଚନ୍ଦ୍ର ନାଏକ,ସଂପାଦକ ବୈଦ୍ୟନାଥ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ପୁର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଘନ ଶ୍ୟାମ ଅଗ୍ରୱାଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଏହି ଶିବିରରେ ମାଗଣା ଚକ୍ଷୁ ପରୀକ୍ଷା ଓ ମୋତିଆ ବିନ୍ଦୁ ଚିହ୍ନଟ କରାଯାଇଥିଲା। ଜଟିଳ ଚକ୍ଷୁ ରୋଗୀ ର ଅସ୍ତ୍ରୋପଚାର ଜୁନାଗଡ ଠାରେ ନେତ୍ର ଚିକିତ୍ସାଳୟ ରେ ମାଗଣାରେ ଅସ୍ତ୍ରୋପଚାର କରାଯିବ ବୋଲି ଲେପ୍ରା ସୋସାଇଟି ର କ୍ଷେତ୍ର ସଂଯୋଜକ ଶିଶିର କୁମାର ସାବତ ପ୍ରକାଶ କରିଛନ୍ତି।ଲେପ୍ରା ସୋସାଇଟି ର ଚକ୍ଷୁ ବିଶେଷଜ୍ଞ ଡାକ୍ତର ଜିଜ୍ଞେସୁ ଅଗ୍ନିହୋତ୍ରୀ ଙ୍କ ସମେତ ଚକ୍ଷୁ ପରୀକ୍ଷା ସହଯୋଗୀ ଆକାଶ କୁମାର ସିଂ, ଉମାଶଙ୍କର ମହାନନ୍ଦ, କ୍ଷେତ୍ର ସଂଯୋଜକ କିନୁ ଚରଣ ଭରତିଆ ପ୍ରମୁଖ ଶିବିରରେ ଉପସ୍ଥିତ ରହି ଚକ୍ଷୁ ରୋଗୀ ମାନଙ୍କ ଚିକିତ୍ସା ରେ ସହଯୋଗ କରୁଛନ୍ତି।୮୦ ରୁ ଉର୍ଦ୍ଧ୍ବ ରୋଗୀଙ୍କ ର ଚକ୍ଷୁ ପରୀକ୍ଷା ସହ ସେମାନଙ୍କର ଖାଇବା ପିଇବା ର ବନ୍ଦୋବସ୍ତ କରାଯାଇଥିଲା ବୋଲି ଜଗନ୍ନାଥ ସେବା ସମିତି ର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ପ୍ରକାଶ କରିଛନ୍ତି।