ହରଭଙ୍ଗା(ଚିତ୍ତରଞ୍ଜନସିଂ) ବାହାର ରାଜ୍ୟ ର ଦଲାଲ ବର୍ତମାନ ବୌଦ୍ଧ ଜିଲ୍ଲା ରେ ସକ୍ରିୟ l ଶାଗ ମାଛ ଦର ରେ ବିନା ଅନୁମତି ଲୋକଙ୍କୁ ଠକି ଶହ ଶହ ତାଳ ଗଛ କାଟି ବାହାର ରାଜ୍ୟ କୁ ଦିନ ଦିପହରେ ଟ୍ରକ ଦ୍ୱାରା ଚାଲାଣ ହେଉଥିଲେ ମଧ୍ୟ ନିରବ ଦ୍ରଷ୍ଟା ସାଜିଛି ପ୍ରଶାସନ ଓ ବିଭାଗୀୟ କତୃପକ୍ଷ l କାହିଁକି ରୋକ ଲଗାଯାଉନି ଦଲାଲ ଙ୍କ ଉପରେ ଏଭଳି ଅନେକ ପ୍ରଶ୍ନ କରନ୍ତି ପରିବେଶ ବିତ ମାନେ l ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର -ହରଭଙ୍ଗା ଜଗନ୍ନାଥ ସଡ଼କର ସଦଳଗଣ୍ଡା ନିକଟରେ ଜମିରେ ପଡି ରହିଛି ବେଆଇନ କଟା ହୋଇଥିବା ତାଳ ଗଛ l ଲୋକଙ୍କୁ ମାତ୍ର 100ଟଙ୍କାରୁ 150 ଟଙ୍କା ଭିତରେ ପଇସା ଦେଇ ଦଲାଲ ମାନେ କାଟି ନେଉଛନ୍ତି ଶହ ଶହ ତାଳ ଗଛ l

କିଛି ପରିବେଶ ବିତ ମାନେ କହନ୍ତି ଓଡ଼ିଆ ଜାତିରେ ତାଳ ଫଳ ର ମହତ୍ୱ ଅନେକ, ତାଳ ରୁ ବିଭିନ୍ନ ପ୍ରକାର ସୁସ୍ୱାଦୁ ପିଠା, ତାଳ ପାଚିଲେ ଖାଇବାକୁ ମଧ୍ୟ ମିଠା ଲାଗିଥାଏ l ତାଳ ପାଚି ତଳେ ପଡିଲେ ତିଆରି ହୋଇଥାଏ ଖୁକୁଡି ନାମକ ଏକ ସ୍ୱାଦିଷ୍ଟ ଖାଦ୍ୟ ତାହା ମିଠା ହୋଇଥିବା ରୁ ଅନେକ ଲୋକ ଗ୍ରାମାଞ୍ଚଳ ରେ ଖାଇଥାନ୍ତି l ତାଳ କୁ କଞ୍ଚା ଥିବା ଅବସ୍ଥାରେ କାଟିଲେ ସଜ ନାମକ ଖାଦ୍ୟ ପଦାର୍ଥ ବାହାରିଥାଏ ତାହା ପୁଣି ଖରା ଦିନ ରେ ମିଳୁଥିବାରୁ ଏହାର ଚାହିଦା ଅନେକ l ଏହାକୁ ଖାଇଲେ ପେଟ ମଧ୍ୟ ଥଣ୍ଡା ରହିଥାଏ l ବିଶେଷ କରି ଓଡ଼ିଆଣି ବହୁଙ୍କ ପାଇଁ ସାବିତ୍ରୀ ଅମାବାସ୍ୟା ରେ ଏହି ଫଳକୁ ଭୋଗ ହିସାବ ରେ ବ୍ୟବହାର କରନ୍ତି l

ଅନ୍ୟପଟେ ଉକ୍ତ ତାଳ ଫଳ ଗୁଡିକ ବିଶେଷ କରି ବୌଦ୍ଧ ଜିଲ୍ଲା ରେ ଦେଖା ଯାଇଥିବା ବେଳେ ଏହି ଫଳ ର ଅନେକ ଗୁଣ ରହିଥିବା ଏବଂ ଏହାକୁ ଦୃଷ୍ଟି ରେ ରଖି ଜିଲ୍ଲା ର ପୂର୍ବତନ ଜିଲ୍ଲାପାଳ ଥିବା ସତ୍ୟ ରଞ୍ଜନ ସାହୁ ଙ୍କ ଉଦ୍ୟମ ରେ ଜିଲ୍ଲା ର କେତେକ ସ୍ଥାନ ରେ ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ତାଳ କିଣିବା ଏବଂ ତାଳ, ଖଜୁରୀ ରୁ ଗୁଡ଼ ପ୍ରସ୍ତୁତ କରିବା ପାଇଁ ଚେଷ୍ଟା ଜାରି ରଖିଥିଲେ l ସେ ସମୟରେ ହରଭଙ୍ଗା ବ୍ଲକର କେଳାକଟା, ଚମ୍ପାପୁର ଅଞ୍ଚଳ ରେ ଦଲାଲ ମାନେ ମନଇଛା ଗଛ କାଟିବା ଭଳି ଚିତ୍ର ସାମ୍ନା କୁ ଆସିଥିଲା ଏହାକୁ ନେଇ ଖବର ପ୍ରସାରଣ ପରେ ପ୍ରଶାସନ ତତ୍ପର ହୋଇ ସମସ୍ତ ତାଳ ଗଛ ଗୁଡିକ ଜବତ ଓ ବ୍ୟବହୃତ ହୋଇଥିବା ଗାଡି ଗୁଡିକ ଥାନାରେ ଭର୍ତି କରିଥିଲା l

କିନ୍ତୁ କିଛିଦିନପରେ ଜିଲାପାଳ ଙ୍କ ଅବସର ଗ୍ରହଣ ହୋଇଥିଲା l ବର୍ତମାନ କିଛିଦିନ ବ୍ୟବଧାନ ପରେ ପୁଣି ଦଲାଲ ମାନେ ସକ୍ରିୟ ହୋଇ ଉଠି ଲୋକଙ୍କୁ ଶାଗ ମାଛ ଦରରେ ପଇସା ଦେଇ କାଟି ନେଉଛନ୍ତି ଶହ ଶହ ତାଳ ଗଛ l ଯଦି ଏହା ଉପରେ ପ୍ରଶାସନ ରୋକ ନଲଗାଏ ଆଗାମୀ ଦିନ ରେ ବୌଦ୍ଧ ଜିଲ୍ଲା ରେ ତାଳ ଗଛ ଟିଏ ମଧ୍ୟ ଦେଖିବାକୁ ସ୍ବପ୍ନ ହୋଇଯିବ l ତେଣୁ ଏଥିପ୍ରତି ବନ ବିଭାଗ ଓ ପ୍ରଶାସନ ଦୃଷ୍ଟି ଦେବା ଶହ ଦଲାଲ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବେଶ ବିତ ମାନଙ୍କ ଭିତରେ ଦାବି ହେଉଛି l