( ଟୋଲ ଗେଟ, ଶୋଚନୀୟ ରାସ୍ତା, ସ୍ଥାୟୀ ରେଜିଷ୍ଟ୍ରେସନ)

କେସିଙ୍ଗା: (ପ୍ରୀତେଶ ପଟେଲ)କେସିଙ୍ଗା ବିକାଶ ମଞ୍ଚ ପକ୍ଷରୁ ନୁନ ମାଠ ଠାରେ ନୂତନ ଭାବରେ ହୋଇଥିବା ଟୋଲ ଗେଟ ରେ ସ୍ଥାନୀୟ ଲକୋ ତଥା ଜିଲ୍ଲା ର ଜାନ ବାହାନ କୁ ଟେକ୍ସ ନେବା କୁ ବିରୋଧ କରି ଜିଲ୍ଲାପାଳ ଙ୍କୁ ଭେଟି ଟେକ୍ସ ବନ୍ଦ ସ୍ମାରକପତ୍ର ମାଧ୍ୟମରେ ଦାବି ପତ୍ର ପ୍ରଦାନ କରାଯାଇଛି।ସେହିପରି ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ଠାରୁ ଡୁମେରମୁଣ୍ଡା ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ଉଦାସୀନତା ପାଇଁ ଅଧାପନ୍ତରିଆ ହୋ ଙ୍କୁ।ଇ ପଡ଼ିଥିବା ରାସ୍ତା କୁ ସମ୍ପର୍ଣ୍ଣ କରିବା ଏବଂ କେସିଙ୍ଗା ର ରେଜିଷ୍ଟ୍ରେସନ କାର୍ଯ୍ୟାଳୟ କୁ ସବୁଦିନ ଚାଲୁ କରିବା ପାଇଁ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।

ଜିଲ୍ଲାପାଳ ପି ଅନ୍ୱେସା ରେଡି ଟୋଲ ପ୍ଲାଜା ଟେକ୍ସ ନେଇ ଖୁବ ଶୀଘ୍ର ପ୍ରଶାସନ ପକ୍ଷରୁ ତହସିଲଦାର କେସିଙ୍ଗା ଏକ ସମନ୍ୟୁୟ ବୈଠକ ଡାକିବେ ଓ ନିୟମ ମୁତାବକ ଏହାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।ସେହିପରି ରାସ୍ତା ନେଇ ପୂର୍ତ୍ତ ବିଭାଗ ସହ ଆଲୋଚନା କରି ଶୀଘ୍ର କରାଯିବ ଏବଂ ତହସିଲଦାର ଙ୍କ ସମୟ ଅନୁଯାୟୀ ରେଜିଷ୍ଟ୍ରେସନ ଦିନ ଧାର୍ଯ୍ୟ କରାଯିବ ବୋଲି କହିଥିଲେ ।ଏହି ପ୍ରତିନିଧି ଦଳ ରେ ଏନ ଏ ସି ଅଧ୍ୟକ୍ଷ ନୃପରାଜ ଯାଦବ,ବ୍ଳକ ଅଧ୍ୟକ୍ଷ ଚନ୍ଦନ ସେନାପତି,ସମିତି ସଭ୍ୟ ପ୍ରତାପ ବାଗ ,ଟାଉନ ବିଜେଡି ସଭାପତି ରମେଶ ଚନ୍ଦ୍ର ପଟ୍ଟନାୟକ ଓ ସାମ୍ବାଦିକ ମହାସଙ୍ଘ ସଭାପତି ସୁଶାନ୍ତ ମହାପାତ୍ର ସାମିଲ ହୋଇ ଜିଲ୍ଲାପାଳ ଙ୍କ ସହ ଆଲୋଚନା କରିଥିଲେ।