କାଶୀପୁର (ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଦୋରଗୁଡା ଥାନା ଅନ୍ତର୍ଗତ କଣ୍ଟାମାଳ କୋରଳ ଗ୍ରାମର ଜଣେ ବ୍ୟକ୍ତିଙ୍କ ର ମୃତ୍ୟୁ ପରେ ତାଙ୍କ ଅନ୍ତିଷ୍ଟିକ୍ରିୟା ଭୋଜିରେ ଯୋଗ ଦେଇ ଅଞ୍ଚଳ ର ୨ ଜଣଙ୍କର ମୃତ୍ୟୁ ହେଇଥିବା ବେଳେ ବର୍ତ୍ତମାନ ୩ ଜଣ ଗୁରୁତର ଅବସ୍ଥାରେ। ଆଜି ପ୍ରଥମେ ଟିକିରି ଓ ପରବର୍ତ୍ତୀ ସମୟରେ ରାୟଗଡା ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି ହୋଇ ଥିବା ଜଣାପଡିଛି ।

ସ୍ଵାସ୍ଥ୍ୟ ବିଭାଗ ସୂଚନା ପ୍ରକାରେ କଣ୍ଟାମାଳ କୋରଳ ଗ୍ରାମରେ ଖୋଗ ଝୋଡ଼ିଆ ଙ୍କର ଜ୍ୱର ରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ୩୧ତାରିଖରେ ମୃତ୍ୟୁ ବରଣ କରିଥିଲେ। ତାଙ୍କ ଅନ୍ତିଷ୍ଟି କ୍ରିୟା ଭୋଜି ରେ ଯୋଗ ଦେଇଥିଲେ ଅଞ୍ଚଳ ର କିଛି ସମ୍ପର୍କୀୟ ଓ ସମାଜ ର ବନ୍ଧୁବର୍ଗ । ହେଲେ ଭୋଜି ଖାଇବାପରେ ଯୋଗ ଦେଇଥିବା ଅନ୍ୟବ୍ୟକ୍ତି ମଧ୍ୟରୁ ନିକଟ ଗାଁ ଶୁଖୁଆ ବାଡ଼ ର ବନ ଝୋଡ଼ିଆଙ୍କର ପେଟ ବ୍ୟଥା ଅଭିଯୋଗ କାରଣ ରୁ ସେଦିନ ସନ୍ଧ୍ୟାରେ ମୃତ୍ୟୁ ହେଇଯାଇଥିଲା ।

ସେହିପରି ଉକ୍ତ ଭୋଜିରେ ସାମିଲ ଥିବା ଅଭି ମୁଦୁଲି ଙ୍କର ସମାନ ଅଭିଯୋଗ ରେ କାଶୀପୁର ମେଡ଼ିକାଲ ରେ ଭର୍ତ୍ତି କରାଯିବା ସମୟରେ ଶୁକ୍ରବାର ସନ୍ଧ୍ୟା ସମୟରେ ମୃତ୍ୟୁ ହେଇଯାଇଥିଲା । ଆଜି ଅର୍ଥାତ ଶନିବାର ଦିନ ଉକ୍ତ ଭୋଜି ରେ ସାମିଲ ଥିବା ଅନ୍ୟ ୩ ଜଣ ମଧ୍ୟରୁ ସିତାରାମ ଲୋହରା, ରଘୁନାଥ ଗୌଡ଼ ଓ ପୁନିଆ ଝୋଡ଼ିଆ ପ୍ରମୁଖ ପେଟ ବ୍ୟଥା ରେ ଆକ୍ରାନ୍ତ ହେଇ ଗୁରୁତର ଭାବେ ଅସୁସ୍ଥ ହେଇଯାଇଥିଲେ ।

ଖବର ବିଜୁଳି ବେଗରେ ପ୍ରସାରିତ ପରେ ଅଞ୍ଚଳରେ କକୁଆ ଭୟ ଆରମ୍ବ ହେଇଯାଇଥିଲା । ପରବର୍ତ୍ତୀ ସମୟରେ ଉକ୍ତ ଖବର କୁ କୌଣସି ପ୍ରକାର ରେ କାଶୀପୁର ସ୍ଵାସ୍ଥ୍ୟ ବିଭାଗ କୁ ଅବଗତ କରାଯାଇଥିଲା । ଖବର ପାଇ ଶନିବାର ସକାଳୁ କାଶୀପୁର ସ୍ୱାସ୍ଥ୍ୟ ବିଭାଗ ର ଏକ ଟିମ କଣ୍ଟାମାଳ କୋରଳ ଗ୍ରାମରେ ପହଞ୍ଚି ପ୍ରାଥମିକ ଯାଞ୍ଚ ପରେ ଆକ୍ରାନ୍ତ ମଧ୍ୟରୁ ସିତରାମ ଲୋହରା, ରଘୁନାଥ ଗୌଡ଼ ଓ ପୁନିଆ ଝୋଡ଼ିଆ ଙ୍କୁ ବିଭାଗ ପକ୍ଷରୁ ପ୍ରଥମେ ଟିକିରି ମେଡ଼ିକାଲ ରେ ଭର୍ତି କରାଯାଇଥିଲା । ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ରାୟଗଡା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଯାଇଥିବା ଓ ଅଞ୍ଚଳ ରେ ସାମାନ୍ୟ ସ୍ଥିତି ପର୍ଯ୍ୟନ୍ତ ବିଭାଗୀୟ କର୍ମଚାରୀ ଅଞ୍ଚଳ ରେ ଦୃଷ୍ଟି ଦିଆଯିବ ବୋଲି କାଶୀପୁର ମେଡ଼ିକାଲ ଇଁଚାର୍ଜ ନେତ୍ରା ନନ୍ଦ ନାୟକ ପ୍ରକାଶ କରିଛନ୍ତି