ଟିଟିଲାଗଡ଼: (ସଞ୍ଜୟ କୁମାର ନାୟକ)ଟିଟିଲାଗଡ ନିକଟସ୍ଥ ଶଗଡ଼ଘାଟ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅମରେନ୍ଦ୍ର ହୋତା ଅବସର ଗ୍ରହଣ କରିଛନ୍ତି। ସେ ପ୍ରଧାନ ଶିକ୍ଷକ ଭାବରେ ସେପ୍ଟେମ୍ବର ୨୦୨୨ ମସିହାରେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ଦୀର୍ଘ ୩୦ ବର୍ଷ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ଟିଟିଲାଗଡ଼ରେ ଗଣିତ ଶିକ୍ଷକ ଭାବେ କାର୍ଯ୍ୟ ସମ୍ପାଦନ କଲାପରେ ସେ ପ୍ରୋମୋସନ ପାଇ ଏଠାରେ ପ୍ରଧାନ ଶିକ୍ଷକ ଭାବରେ ଯୋଗ ଦେଇଥିଲେ ।

ସେ ଯୋଗଦାନ ପରେ ତାଙ୍କର ପ୍ରତିଭା ଓ ଜ୍ଞାନ ତଥା ଅଭିଜ୍ଞତାର ଉପଯୋଗ କରି ଏହି ବିଦ୍ୟାଳୟକୁ ଶିକ୍ଷା ତଥା କ୍ରୀଡ଼ା କ୍ଷେତ୍ରରେ ଆଗେଇ ନେବାରେ ତାଙ୍କର ଅବଦାନ ବହୁତ୍ ବୋଲି ଗ୍ରାମବାସୀ ମାନେ ମତ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟର ଶିକ୍ଷୟତ୍ରୀ ଶ୍ରୀମତି ସୁନୀତା ମେହେର ସୁଜାତା ହୋତା, ଲିପ୍ସା ମୟି ସାହୁ, ବିଦ୍ୟାଳୟର ସଭାପତି ଦ୍ରୋଣ ସାହୁ, ,ଶିକ୍ଷକ ନରେନ୍ଦ୍ର ଭୋଇ, ଧନଞ୍ଜୟ ଭୋଇ, ଦିବ୍ୟ ରଞ୍ଜନ ପଣ୍ଡା, ସଞ୍ଜୟ ପ୍ରଧାନ, ମାୟାଧର ଦଳେଇ, ଏମ ବାଲ ଗଙ୍ଗାଧର , ସମାଜସେବୀ ଭୀମ ସାହା, ନୋମିନି ତହସିଲ ସାହୁ, ଅବସର ପ୍ରାପ୍ତ ଶିକ୍ଷକ ସତ୍ୟାନନ୍ଦ ସାହୁ ଏହି ସମ୍ୱର୍ଦ୍ଧନା ସଭାରେ ଉପସ୍ଥିତ ଥିଲେ।

ଏହି ଅବସରରେ ଶ୍ରୀ ହୋତା ନିଜର ଅଭିଭାଷଣରେ କହିଥିଲେ ଯେ ସ୍କୁଲ ସହ ଜଡ଼ିତ ସଭାପତି, ନୋମିନୀ ତଥା ଏସଏଚଜି ଗ୍ରୁପଙ୍କ ସହାୟତା ତଥା ଗ୍ରାମବାସୀଙ୍କ ସହଯୋଗରେ ହିଁ ସ୍କୁଲର ଉନ୍ନତି ସମ୍ଭବ ହୋଇଛି । ଜଣେ ଏକା କୌଣସି କାମ କରି ପାରିବା ନାହିଁ, ତେଣୁ ସମସ୍ତେ ତାଙ୍କୁ ସହଯୋଗ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ଏବଂ ଯାହା ପରିବର୍ତ୍ତନ ଶିକ୍ଷା କ୍ଷେତ୍ରରେ ହୋଇଛି ତାହାକୁ ବଞ୍ଚାଇ ରଖିବାକୁ ସମସ୍ତ ସହକର୍ମୀଙ୍କୁ ଅନୁରୋଧ କରିଥିଲେଏହା ସହିତ ଆମେ ବେତନ, ଛାତ୍ର ଛାତ୍ରୀଙ୍କର ସୁରକ୍ଷା ତଥା ଶିକ୍ଷାଦାନ ପାଇଁ ପାଉଁଛୁ। ଏହା କୌଣସି ପୈତୃକ ସଂପତ୍ତି ନୁହେଁ ବୋଲି ଶ୍ରୀ ହୋତା କହିଥିଲେ।