ହରଭଙ୍ଗା (ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ବିଜେପି ମଣ୍ଡଳ ସ୍ତରୀୟ ବିଭିନ୍ନ କାର୍ଯକ୍ରମ ହେଇଥିବା ଦେଖିବାକୁ ମିଳିଛି । ବ୍ଲକର ସରସରା ମଣ୍ଡଳରେ ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ପକ୍ଷରୁ ବନ୍ଧୁମିଳନ କାର୍ଯ୍ୟକ୍ରମ ସରସରା ପଞ୍ଚାୟତ ବଙ୍କାପଡା ମହାନଦୀ କୂଳ ଆମ୍ବବଗିଚାରେ ବନ୍ଧୁମିଳନ କାର୍ଯ୍ୟକ୍ରମ ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ମଣ୍ଡଳ ସଭାପତି ନିହାର ରଞ୍ଜନ ମହନନ୍ଦିଆଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବନ୍ଧୁମିଳନ କାର୍ଯ୍ୟକ୍ରମ ରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।

ଉକ୍ତ ସାଧାରଣ ସଭା ରେ ଜିଲ୍ଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତି, ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ସରୋଜ କୁମାର ପ୍ରଧାନ, ମଣ୍ଡଳ ସଭାପତି ଶମ୍ଭୁ ପ୍ରସାଦ ପ୍ରଧାନ, ଶ୍ୟାସୁନ୍ଦର ପୁରୋହିତ, ବିଜେପି କାର୍ଯ୍ୟକର୍ତ୍ତା ଶେଷଦେବ ଛନ୍ଦ, ସୁଦାମ ମେଣ୍ଡୁଲି,କଷ୍ଟେଶ୍ୱର ପଲିଆ ଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ ଓ ଆଗାମୀ ସାଧାରଣ ନିର୍ବାଚନ କୁ ନେଇ ସବିଶେଷ ଆଲୋଚନା ହୋଇଥିଲା ଶେଷରେ ଆଶୁତୋଷ ପ୍ରଧାନ ଧନ୍ୟବାଦ ଅର୍ପଣ ପୂର୍ବକ ସଭାସାଙ୍ଗ କରିଥିଲେ। ଅନ୍ୟ ପଟେ ବ୍ଲକ ର ଉପାନ୍ତ ଅଞ୍ଚଳ ତଲଗାଁ ପଞ୍ଚାୟତ ଗଣ୍ଡୀଶର ଗ୍ରାମରେ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କର ମନ୍ କି ବାତ୍ କାର୍ଯ୍ୟକ୍ରମ ଅବସରରେ ୯ନଂ ଜୋନ ମଣ୍ଡଳ ସଭାପତି ତପନ ଡାଙ୍ଗ ଙ୍କ ସଭାପତିତ୍ବ ରେ ବୁଥ କୁ ଚାଲ ଅଭିଯାନ ନିମନ୍ତେ ଏକ ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ଶିବିରରେ ସ୍ଥାନୀୟ ଅଞ୍ଚଳ ର ତଳଗାଁ, ଗଣ୍ଡିସର୍, ଗଣ୍ଡାପାଜୁ, ବଡଭୂର୍ତା ଆଦି ଗ୍ରାମ ର ବହୁଜନ ସାଧାରଣ ଯୋଗ ଦେଇଥିଲେ। ଉକ୍ତ କାର୍ଯକ୍ରମ ରେ ବରିଷ୍ଟ ବିଜେପି ନେତା ମାଗୁଣି ଗାଇଗୌରିଆ, ରବିନାରାୟଣ ପ୍ରଧାନ,ବିଶିକେଶନ ପ୍ରଧାନ, ଆଶୁତୋଷ ଦାସ, ଅଚ୍ୟୁତାନନ୍ଦ ମିଶ୍ର, ସଂଗ୍ରାମ କେଶରୀ ବେହେରା, ସତ୍ୟନାରାୟଣ ଜାନୀ, ନାରାୟଣ ମଲ୍ଲିକ, ଦଶରଥ ବେହେରା ପ୍ରମୁଖ ଉପସ୍ଥିତ ରହି ମୋଦୀ ସରକାର ଙ୍କ ଦ୍ଵାରା ନିଆଯାଇଥିବା ଜନ କଲ୍ୟାଣ କାର୍ଯକ୍ରମ ର ସମୀକ୍ଷା କରିବା ସହ ଜନ ସମ୍ପର୍କ ଜରିଆରେ ଲୋକଙ୍କୁ ନିଜର ଅଧିକାର ସମ୍ପର୍କରେ ଅବଗତ କରାଇଥିଲେ