ହରଭଙ୍ଗା :  (ଚିତ୍ତରଞ୍ଜନ ସିଂ )ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ପ୍ରଗଲପୁର ତସରା ଖେଳ ପଡ଼ିଆ ଠାରେ ବୁଦ୍ଧ ଦେବ କ୍ଲବ୍ ଆନୁକୁଲ୍ୟରେ ଆୟୋଜିତ ହୋଇଥିବା ଷଷ୍ଠ ରାଜ୍ୟ ସ୍ତରୀୟ ଫୁଟବଲ୍ ଟୁର୍ନାମେଣ୍ଟ ଶନିବାର ଉଦଯାପନୀ ଵା ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଆଜି ଫାଇନାଲ ଖେଳରେ ଅନଗୁଳ ଓ ସୋନପୁର ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ନିର୍ଦ୍ଧାରିତ ସମୟ ଭିତରେ ଉଭୟେ ସମାନ ସ୍ଥିତିରେ ଥିବାରୁ ପେନାଲ ଟିକ ଷ୍ଟାଇବେକର ରେ ଅନଗୁଳ ୪/୩ ଗୋଲ ରେ ବିଜୟୀ ହୋଇ ବୁଦ୍ଧଦେବ ଚାମିୟାନ ଟ୍ରଫି ଅକ୍ତିଆର କରିଥିଲା l

ଉଦଯାପନୀ ଵା ଫାଇନାଲ ଖେଳ ରେ ମୁଖ୍ୟ ଅତିଥିଭାବେ ଯୁବ ନେତା ତଥା ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ସରୋଜ କୁମାର ପ୍ରଧାନ ଉପସ୍ଥିତ ରହି ଖେଳାଳି ଙ୍କୁ ଉତ୍ସାହିତ କରିବା ସହିତ ବିଜେତା ଓ ପରାଜିତ ଦଳକୁ ବୁଦ୍ଧଦେବ ଟ୍ରଫି ଓ ପୁରସ୍କାର ରାଶି ଦେଇ ପୁରସ୍କୃତ କରିଥିଲେ l ଅନ୍ୟତମ ଅନ୍ୟତମ ଅତିଥିଭାବେ ବିରେନ କର୍ଣ୍ଣ, ଅରଣ୍ୟ ସେଠି, ସୁଜିତ କୁମାର କର୍ଣ୍ଣ ପ୍ରମୁଖ ଉପସ୍ଥିତ ରହିଥିଲେ l

ଷଷ୍ଠ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ର ଫାଇନାଲ ରେ ଖେଳକୁ ମୁଖ୍ୟ ରେଫରୀ ସୁଜିତ୍ ରାଜହଂସ ପରିଚାଳନା କରିଥିବା ବେଳେ ସୁଶିଲ ବେହେରା,ପ୍ରତାପ ପ୍ରଧାନ,ସରୋଜ ମଲିକ ଖେଳ ପରିଚାଳନା ରେ ସହଯୋଗ କରିଥିଲେ। ଖେଳ କୁ ବୁଦ୍ଧ ଦେବ କ୍ଲବ୍ ର ସଭାପତି ସ୍ୱାଧୀନ ଦୀପ,ସଂପାଦକ ସୁଶୀଲ ସେଠି,ମନୋଜ ସେଠି, ନଗେନ ଦୀପ, ରଜତ ଖମାରି, ଜୟନ୍ତ ଚାଉଳି, ଆଲୋକ ପ୍ରଧାନ, ସାନନ୍ଦ ଡାଙ୍ଗ, ସାଗର ମହାକୁଡ଼ ଙ୍କ ସମେତ କ୍ଲବ୍ ର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ l