ପୁରୀ: (ମନୋଜ କୁମାର ବଳିଆରସିଂ)ପୁରୀ ନବକଳେବର ରୋଡ ,ମଧୁବନ ଦ୍ଵିତୀୟ ଲେନ ସ୍ଥିତ ବିନାୟକ ବିଦ୍ୟାମନ୍ଦିର ପରିସରରେ ୭୯ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମାନେ ମଧୁବନର ସମସ୍ତ ଗଳି ଗୁଡିକୁ ପ୍ରଭାତ ଫେରିରେ ଯାଇଥିଲେ।ମହାପୁରୁଷ ମାନଙ୍କର ଫ୍ଲାଗ କାର୍ଡ, ଶିଶୁ ମାନଙ୍କ ଦ୍ୱାରା ବିଭିନ୍ନ ସ୍ଲୋଗାନ ପରିବେଶକୁ ପ୍ରକମ୍ପିତ କରୀଥିଲା।ମୁଖ୍ୟ ଅତିଥି ଭାବରେ ଶିକ୍ଷାବିତ ଶ୍ରୀଯୁକ୍ତ ଲକ୍ଷ୍ମୀ ପ୍ରସାଦ କର ଜାତୀୟ ପତାକା ଉତ୍ତୋଳନ କରିଥିଲେ।ଏହା ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ।

ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମନୋରଞ୍ଜନ ତ୍ରିପାଠୀ ସଭା ପରିଚାଳନା କରିଥିଲେ।ଅତିଥିବୃନ୍ଦ ପ୍ରଧାନ ଶିକ୍ଷକ ଓ ଅନ୍ୟାନ୍ୟ ଶିକ୍ଷୟତ୍ରୀ ଏବଂ ଶିଶୁ ମାନେ ୭୯ତମ ସ୍ୱାଧୀନତା ଦିବସ ର ମହତ୍ତ୍ୱ ଉପରେ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ।ଜନ୍ମାଷ୍ଟମୀ ନିମନ୍ତେ ହୋଇଥିବା କୃଷ୍ଣ ବେଶ ପ୍ରତିଯୋଗୀତାରେ ବିଦ୍ୟାର୍ଥୀ ମାନେ କୃଷ୍ଣ ବେଶ ହୋଇ ବିଦ୍ୟାଳୟ କୁ ଆସିଥିଲେ।ପୂର୍ବରୁ କରାଯାଇଥିବା ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରଯାଇଥିଲା।ଉପସ୍ଥିତ ସମସ୍ତ ଶିଶୁ ମାନଙ୍କୁ ବିଦ୍ୟାଳୟ ତରଫରୁ ମିଷ୍ଠାନ ବଣ୍ଟନ କରାଯାଇଥିଲା।ଚଳିତ ବର୍ଷ କବ ବୁଲ ବୁଲ ର ବିଦ୍ୟାର୍ଥୀ ମାନେ ନିଜର ଚମତ୍କାରିତା ପରିଦର୍ଶନ କରିଥିଲେ।

ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଅଭିଭାବକ ଅଭିଭାବିକା ବହୁତ ସଂଖ୍ୟା ରେ ଉପସ୍ଥିତ ଥିଲେ।ବୁଦ୍ୟାଳୟ ର ଶିକ୍ଷୟତ୍ରୀ ମାନିନୀ ମିଶ୍ର, ମନୋରମା ବରାଳ,ସନ୍ଧ୍ୟା ରାଣୀ ତ୍ରିପାଠୀ, ଦେବଜାନୀ ଜେନା,ଗୀତାରାଣୀ ମହାପାତ୍ର,ସସ୍ମିତା ପ୍ରଧାନ ଅନିମା ମିଶ୍ର, ଅଲିଭା ମାଝି, ଦେବସ୍ମିତା ବିଶ୍ୱାଳ,ଅଲିଭା ପୃଷ୍ଟି, ଅଞ୍ଜଳି ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ଟିକୁ ସୁଚାରୁରୂପେ ସମ୍ପାଦନ କରିଥିଲେ।ବିଦ୍ୟାଳୟ ର ବରିଷ୍ଠ ଶିକ୍ଷୟିତ୍ରୀ ମାନିନୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳେ ମନୋରମା ବରାଳ ଅତିଥି ପରିଚୟ ପ୍ରଦାନ କରିଥିଲେ।