
ପୁରୀ : ୧୫/୮ (ମନୋଜ କୁମାର ବଳିଆରସିଂ)ଶୁକ୍ରବାର ଦିନ ବିଦ୍ୟାଳୟର ୭୯ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ ହୋଇଯାଇଛି।ବିଶିଷ୍ଟ ଶିଳ୍ପପତି ତଥା ସମାଜସେବୀ ଶ୍ରୀଯୁକ୍ତ ଗିରିଷ ଚନ୍ଦ୍ର ନାୟକ ପତାକା ଉତ୍ତୋଳନ କରିଥିଲେ।
ଦାସ ମଠର ମଠାଧିସ ଡ଼ଃ ରାମଚରଣ ଦାସ ,ପୂର୍ବତନ କାଉନ୍ସିଲର ଶ୍ରୀମତୀ ସୁପ୍ରିୟା ପାତ୍ର,ସମ୍ପାଦକ ଗୌରହରି ସାହୁ ,ସହ ସଂପାଦକ ବ୍ରଜ କିଶୋର ସାହୁ ,ପ୍ରଧାନ ଆଚାର୍ଯ୍ୟ କାଳୀ ଚରଣ ପଲେଇ ,ତତ୍ୱାବଧାରକ ସରତ ଚନ୍ଦ୍ର ମିଶ୍ର,ପ୍ରଜାପତି ବ୍ରହ୍ମ କୁମାରୀ ସଦସ୍ୟା ଶ୍ରୀମତୀ ଲକ୍ଷ୍ମୀପ୍ରିୟା ଦେବୀ,ଅଖିଳ ଭାରତୀୟ ମାରୱାଡି ମହିଳା ସମେଳନ,ପୁରୀ ଶାଖା, ଓଡ଼ିଶାର ସଭାପତି ଉର୍ମିଳା ଅଗ୍ରୱାଲ ,ଉପସଭାପତି ସରିତା ଚନ୍ଦୁକା, ସମ୍ପାଦିକା ମଞ୍ଜୁ ପଟୁଆରୀ ,ପ୍ରେମଲତା ପଟୁଆରୀ ,ସୁନିତା ଅଗ୍ରୱାଲ ,ଦ୍ରୌପଦୀ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।ସକାଳ ୬.୫୦ମିନିଟ ସମୟରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରଭାତଫେରି କରା ଯାଇଥିଲା,ମୁଖ୍ୟ ଅତିଥି ଙ୍କ ଦ୍ଵାରା ପତାକା ଉତ୍ତୋଳନ କରାଯାଇ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।
ଶର୍ମିଷ୍ଠା ମିଶ୍ର ଙ୍କ ଦ୍ଵାରା ଅତିଥି ପରିଚୟ ପ୍ରଦାନ କରାଯାଇଥିଲା,ଅତିଥିମାନଙ୍କ ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଧୀନତା ଦିବସ ଉପରେ ଉଦବୋଧନ ଦେଇଥିଲେ।ବିଦ୍ୟାଳୟ ର ଅତିଥିମାନଙ୍କ ଦ୍ୱାରା କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।ସଂପାଦକ ଶ୍ରୀଯୁକ୍ତ ଗୌର ହରି ସାହୁ ଓ କଳ୍ପନା ଦାସ ଙ୍କ ଦ୍ଵାରା ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ମିନା କୁମାରୀ ମହାପାତ୍ର ରୋଜାଲିନ ପଟନାୟକ, ରିନିବାଳା ପ୍ରଧାନ ,ପୂର୍ଣ୍ଣିମା ସାହୁ ,ସୁଭଲକ୍ଷ୍ମୀ ସାହୁ,ଜୟନ୍ତୀ ଖଣ୍ଡାୟତ ରାୟ,ସୁପ୍ରିୟା ସେଠି,ସାବିତ୍ରୀ ରାଉତ ,ସୋନାଲି ସାମର୍ଥ। ପ୍ରମୁଖ ପରିଚାଳନା କରିଥିଲେ।